ବାଦାମ କ୍ଷୀର ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ


ଆପଣମାନେ ବାଦାମ ତ ନିଶ୍ଚିତ ଖାଉଥିବେ କିନ୍ତୁ ଏଥିରୁ ପ୍ରସ୍ତୁତ ହେଉଥିବା ବାଦାମଯୁକ୍ତ କ୍ଷୀର ଶରୀର ପାଇଁ କେତେ ଉପକାରୀ ଆସନ୍ତୁ ଜାଣିବା ।
ହୃଦୟକୁ ସୁସ୍ଥ ରଖେ – ସୁସ୍ଥ ଜୀବନ ପାଇଁ ଆମ ହୃଦୟ ସୁସ୍ଥ ରହିବା ନିହାତୀ ଜରୁରୀ । ଏଥିରେ ବିଭିନ୍ନ ପ୍ରକାରର ପୁଷ୍ଟିକାରକ ତତ୍ତ୍ୱ ମହଜୁଦ ରହିଛି । ଏଥିରେ ପୋଟାସିୟମ ମଧ୍ୟ ରହିଛି ଯାହା ହୃୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ତ୍ୱଚା ଚମକେଇଥାଏ – ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରଖିବା ପାଇଁ ଭିଟାମିନ ଓ ମିନିରାଲ ଆବଶ୍ୟକତା ରହିଛି । ବାଦାମ କ୍ଷୀରରେ ସମସ୍ତ ପ୍ରକାରର ମିନେରାଲ ମହଜୁଦ ରହିଛି ଯାହା ତ୍ୱଚା ଚମକେଇବା ସହ କୋମଳ କରିଥାଏ । ବାଦାମରେ ଏପରି ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ମଳିନ ତ୍ୱଚାକୁ ସୁନ୍ଦର କରିଥାଏ ।
ଅସ୍ଥି ମଜବୁତ କରିଥାଏ – ବାଦାମ କ୍ଷୀରରେ କ୍ୟାଲସିୟିମ ଏବଂ ଭିଟାମିନ ଡି ଭରି ରହିଛି । ଆମର ଅସ୍ଥି ଏବଂ ଦାନ୍ତ ମଜବୁତ ରଖିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହା ସହ ବାଦାମ କ୍ଷୀର ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।
ଦୃଷ୍ଟିଶକ୍ତି ସୁରକ୍ଷିତ ରଖେ – ବାଦାମ କ୍ଷୀରରେ ଭିଟାମିନ ଏ ଭରି ରହିଛି, ଯାହା ଆଖି ସମ୍ବନ୍ଧିତ ସମସ୍ୟାରୁ ରକ୍ଷା କରିଥାଏ । ଏଣୁ ଦୈନିକ ବାଦାମ କ୍ଷୀର ପିଇବା ସହିତ ପିଲାଙ୍କୁ ମଧ୍ୟ ପିଇବାକୁ ଦିଅନ୍ତୁ ।
ଓଜନ ହ୍ରାସ କରେ – ଯଦି ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି ତେବେ ବାଦାମ କ୍ଷୀର ଆପଣଙ୍କ ପାଇଁ ବରଦାନ ସଦୃଶ୍ୟ କାମ କରିବ । ଏଥିରେ ବହୁତ କମ କ୍ୟାଲୋରି ରହିଛି । ଏଥିରେ ଚିନି ନ ମିଶାଇ ପିଇବା ଦ୍ୱାରା ଓଜନରରେ ହ୍ରାସ ଘଟିଥାଏ । ଏହା ମାଂସପେଶୀକୁ ମଜଭୁତ ରଖିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ ।


Share It

Comments are closed.