ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କୋଲକତା


ବୁଧବାର ଖେଳାଯିବାକୁ ଥିବା ଆଜି ଆଇପିଏଲର ମ୍ୟାଚରେ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ । ଦ୍ରୁତ ବୋଲର ଲୋକି ଫର୍ଗ୍ୟୁସନଙ୍କୁ ବିଳମ୍ବ ଦେବା ପରେ ଏବେ କେକେଆର ଲୟ ହାସଲ କରିନେଇଛି । ତେବେ କୋଲକାତା ପାଖରେ ବେଙ୍ଗାଲୁରୁକୁ ହରାଇ ପ୍ରତିଶୋଧ ନେବାର ସୁଯୋଗ ରହିଛି । ଆବୁଧାବିରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ୭ଟା ୩୦ରେ ଆରମ୍ଭ ହେବ ।

ଆଇପିଏଲର ରେକର୍ଡକୁ ଦେଖିଲେ ଆରସିବି ଓ କେକେଆର ଏବେସୁଦ୍ଧା ୨୫ ଥର ସାମ୍ନାସାମ୍ନି ହୋଇଛନ୍ତି । ଏହମଧ୍ୟରୁ ଆରସିବି ୧୧ ଓ କେକେଆର ୧୪ଟି ମ୍ୟାଚ୍ ଜିତିଛନ୍ତି । ଏହି ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାରେ କୋଲକାତକୁ ଆରସିବି ମାତ୍ ଦେଇଥିଲା । ଗତ ମ୍ୟାଚରେ କୋଲକାତା ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଫର୍ଗ୍ୟୁସନଙ୍କୁ ସୁଯୋଗ ଦେଇଥିଲା । ତାଙ୍କ ବୋଲିଂରେ ଗତ ମ୍ୟାଚରେ ହାଇଦ୍ରାବଦର ବ୍ୟାଟିଂ ଲାଇନ୍ ଭୁସୁଡି ପଡିଥିଲା । ସେ ୪ ଓଭରରେ ୧୫ ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ । ଏହାସହ ସୁପର ଓଭରରେ ମଧ୍ୟ ୨ ରନ୍ ଦେଇ ଦୁଇଟି ଓ୍ୱିକେଟ୍ ନେଇଥିଲେ ।

ଗତ ସିଜିନରେ କେକେଆର ତରଫରୁ ୫ଟି ମ୍ୟାଚ୍ ଖେଳି ମାତ୍ର ୨ଟି ଓ୍ୱିକେଟ୍ ନେଇଥିବା ଫର୍ଗ୍ୟୁସନ ଚଳିତ ସିଜିନରେ ନିଜର ପ୍ରଥମ ବଲରେ କେନ୍ ଓ୍ୱିଲିୟମସନଙ୍କୁ ଆଉଟ କରିଥିଲେ । ଏହାପରେ ଅନ୍ୟ ବ୍ୟାଟସମ୍ୟାନଙ୍କୁ ମଧ୍ୟ ଅଡୁଆରେ ପକାଇଥିଲେ । ଏବେ କେକେଆର ୧୦ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ବେଙ୍ଗାଲୁରୁର ବ୍ୟାଟିଂ ଲାଇନ୍ ଏବେ ଶକ୍ତିଶାଳୀ ହୋଇଯାଇଛି । ଅଧିନାୟକ ବିରାଟ କୋହଲିଙ୍କ ସମେତ ଏବି ଡିଭଲର୍ସ, ଆରୋନ ଫିଞ୍ଚ ଭଲ ଫର୍ମରେ ଅଛନ୍ତି । ତେବେ ପଏଣ୍ଟ ଟେବୁଲରେ କେକେଆର କେକେଆରଠାରୁ ଆରସିବି ୨ଟି ପଏଣ୍ଟ ଆଗରେ ରହିଛି । ଆଜିର ମ୍ୟାଚରେ ଭଲ ଖେଳିଳେ ଆରସିବି ପାଇଁ ପ୍ଲେ ଅଫର ରାସ୍ତା ସହଜ ହେବ ।


Share It

Comments are closed.