ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୫,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କେକେଆର୍‌


ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ଅଗ୍ରଣୀ ପୁଞ୍ଜିନିବେଶ ସଂସ୍ଥା କେକେଆର୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୫,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଆର୍‌ଆର୍‌ଭିଏଲ୍‌ର ମୋଟ ଇକ୍ୱିଟି ମୂଲ୍ୟକୁ ୪.୨୧ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଛି ଯାହା ଆର୍‌ଆଇଏଲ୍‌ର ପୂର୍ଣ୍ଣ ବିଘଟିତ ୧.୨୮ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଜିଓ ପ୍ଲାଟମର୍ସସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବା ପରେ ରଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ସହଯୋଗୀ ସଂସ୍ଥାରେ ଏହା ହେଉଛି କେକେଆର୍‌ର ଦ୍ୱିତୀୟ ପୁଞ୍ଜିନିବେଶ ।
ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି. ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ । ସେହିଭଳି, ୧୯୭୬ରେ ସ୍ଥାପିତ ହୋଇଥିବା କେକେଆର୍ ଅଧୀନରେ ୨୨୨ ବିଲିଅନ୍ ଡଲାର ପରିଚାଳନାଧୀନ ସମ୍ପତ୍ତି ରହିଛି ଓ ଏହାର ଏପିକ୍ ଗେମସ୍‌, ଆଉଟ୍‌ସିଷ୍ଟମସ୍‌, ଇଟଂରନେଟ୍ ବ୍ରାଣ୍ଡସ୍‌, ଗୋ-ଜେକ୍ ଓ ଭୋୟେଜର ଇନୋଭେସନ୍ସ ଭଳି ପ୍ରମୁଖ ସଂସ୍ଥାରେ ପୁଞ୍ଜିନିବେଶ କରିବାର ଏହାର ଦୀର୍ଘ ବର୍ଷର ଇତିହାସ ରହିଛି ।
ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଭାରତୀୟ ରିଟେଲ୍ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଏବଂ ପରିବର୍ତନ ଆଣିବା ଲାଗି ଆମେ ଅଗ୍ରସର ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଭେଂଚର୍ସର ଏକ ନିବେଶକ ଭାବେ କେକେଆର୍‌କୁ ସ୍ୱାଗତ କରି ମୁଁ ବେଶ୍ ଆନନ୍ଦିତ । ବିଭିନ୍ନ ଶିଳ୍ପକ୍ଷେତ୍ରର ଅଗ୍ରଣୀ ଫ୍ରାଂଚାଇଜିଗୁଡିକର ମୂଲ୍ୟବାନ ସହଯୋଗୀ ଭାବରେ କେକେଆର୍‌ର ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ଅନେକ ବର୍ଷ ହେଲାଣି ଏହା ଭାରତ ପ୍ରତି ପ୍ରତିବଦ୍ଧ ରହିଛି । ଆମର ଡିଜିଟାଲ୍ ସେବା ଓ ରିଟେଲ୍ ବ୍ୟବସାୟରେ କେକେଆର୍‌ର ଗ୍ଲୋବାଲ୍ ପ୍ଲାଟଫର୍ମ, ଶିଳ୍ପ ସମ୍ପର୍କିତ ଜ୍ଞାନ ଏବଂ ପରିଚାଳନା ଅଭିଜ୍ଞତା ସହଯୋଗରେ କାର୍ଯ୍ୟ କରିବାକୁ ଆମେ ଆଶା ରଖିଛୁ ।’’
ହେନରି କ୍ରାଭିସ୍‌, ସହ-ପ୍ରତିଷ୍ଠାତା ଓ ସହ-ସିଇଓ, କେକେଆର୍ କହିଛନ୍ତି ଯେ, “ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଏହି ନିବେଶ ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ସମ୍ପର୍କକୁ ଦୃଢ଼ କରିଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ସବୁ ବର୍ଗର ବ୍ୟବସାୟୀଙ୍କୁ ସଶକ୍ତ କରିବା ସହିତ ଭାରତୀୟ ଗ୍ରାହକଙ୍କ ପାଇଁ ଖୁଚୁରା ଅନୁଭୂତିରେ ପରିବର୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛି । ଅଧିକାଂଶ ଭାରତୀୟ କିଣାକିଣି ପାଇଁ ଏବେ ଅନ୍‌ଲାଇନ୍ ସପିଙ୍ଗ୍ ଆଡ଼କୁ ମୁହାଁଇ ଥିବାରୁ ରିଲାଏନ୍ସ ରିଟେଲ୍‌ର ନୂଆ କମର୍ସ ପ୍ଲାଟଫର୍ମ ଉଭୟ ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବ ଏବଂ କିରାନା ଷ୍ଟୋର ବା କ୍ଷୁଦ୍ର ଦୋକାନୀଗୁଡ଼ିକୁ କଂପାନି ପ୍ରଦାନ କରୁଥିବା ସହଯୋଗ ଓ ଉପକରଣ ଏହି ମୂଲ୍ୟଯୁକ୍ତ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଭାରତର ଅଗ୍ରଣୀ ଓମନି ଚ୍ୟାନେଲ୍ ରିଟେଲ୍‌ର ହେବା ଏବଂ ପରିଶେଷରେ ଏକ ଅନ୍ତର୍ଭୁକ୍ତୀକରଣ ଭାରତୀୟ ଖୁଚୁରା ଅର୍ଥନୀତି ଗଠନ କରିବାରେ ରିଲାଏନ୍ସ ରିଟେଲର ରହିଥିବା ଲକ୍ଷ୍ୟ ପ୍ରତି ସହଯୋଗ ପ୍ରଦାନ କରୁଥିବାରୁ ଆମେ ଉଲ୍ଲସିତ ।’’
ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି । କେକେଆର୍‌୍ ପାଇଁ ଡିଲଏଟ୍ ଟଚ ଟୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ଶର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ୍ କୋ ଏବଂ ସିମ୍ପସନ୍ ଥାଚର ଆଣ୍ଡ୍ ବାର୍ଟଲେଟ୍ ଏଲ୍‌ଏଲ୍‌ପି ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।


Share It

Comments are closed.