ପରଲୋକରେ କିଶୋର କୁମାରଙ୍କ ପ୍ରଥମ ପତ୍ନୀ ‘ରୁମା ଗୁହା’


ବଲିଉଡର ବିଶିଷ୍ଟ ଗାୟକ ତଥା କିଶୋର କୁମାରଙ୍କ ପ୍ରଥମ ପତ୍ନୀ ‘ରୁମା ଗୁହା’ଙ୍କ ପରଲୋକ ଘଟିଛି । ସେ ଆଜି ପ୍ରାତଃ ସକାଳ ୬ଟା ବେଳେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ କୋଲକତାସ୍ଥିତ ନିଜ ଘର ‘ବାଲିଗଙ୍ଗେ ପ୍ଲେସ’ରେ ବସବାସ କରୁଥିଲେ ।
ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା ରହିଛି । ସେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେବ ଅସୁସ୍ଥ ରହିଥିଲେ । ତାଙ୍କର ଜନ୍ମ କୋଲକତାରେ ୧୯୩୪ ମସିହାରେ ହୋଇଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପୁଅ ‘ଅମିତ କୁମାର’ ମଧ୍ୟ ବଲିଉଡର ଜଣେ ଜଣାଶୁଣା ଗାୟକ । ବିବାହର ୬ ବର୍ଷ ମଧ୍ୟରେ ରୁମା ଏବଂ କିଶୋର ପରସ୍ପର ଠାରୁ ଦୂରେଇ ଯାଇଥିଲା । ରୁମା ୧୯୬୦ରେ ‘ଅରୁପ ଗୁହା ଠାକୁର’ଙ୍କୁ ବିବାହ କରିଥିଲେ । ଅରୁପ ଏବଂ ରୁମାଙ୍କର ଏହି ଝିଅ ଏବଂ ପୁଅ ମଧ୍ୟ ହୋଇଥିଲା ।
ସେ ଏକାଧାରରେ ଜଣେ ଲୋକପ୍ରିୟ କଳାକାର ମଧ୍ୟ ଅଟନ୍ତି । ସେ ୧୯୪୪ ମସିହାରେ ପ୍ରଥମ ଥର ପାଇଁ ଫିଲ୍ମ ଜଗତରେ ପାଦ ଥାପିଥିଲେ ।


Share It

Comments are closed.