କୋମାରେ ଉତ୍ତର କୋରିଆର ଏକଛତ୍ରବାଦୀ ପ୍ରଶାସକ ‘କିମ ଜଙ୍ଗ’


ଦକ୍ଷିଣ କୋରିଆର ଦିବଙ୍ଗତ ରାଷ୍ଟ୍ରପତି କିମ୍‌ ଦା ଜଙ୍ଗର ପୂର୍ବତନ ସହଯୋଗୀ  ଚାଙ୍ଗ ସୋଙ୍ଗ-ମିନ୍‌ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗଙ୍କର ସ୍ୱାସ୍ଥ୍ୟାବସ୍ଥା ଅବନତି ହେବାକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଚାଙ୍ଗ ସୋଙ୍ଗ-ମିନ୍‌ଙ୍କ ଅନୁସାରେ , ଉତ୍ତର କୋରିଆଇ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କୋମାରେ ଅଛନ୍ତି । ଖାଲି ଏତିକି ନୁହେଁ ଏହି ସ୍ଥିତିକୁ ନେଇ ତାଙ୍କର ଭଉଣୀ କିମ୍‌ ୟୋ-ଜୋଙ୍ଗଙ୍କୁ ଆମେରିକା ଓ ଦକ୍ଷିଣ କୋରିଆ ସହ ସମ୍ୱନ୍ଧକୁ ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦ କୋରିଆ ହେରାଲ୍ଡ ଅନୁସାରେ , ସେ ଚୀନ୍‌ରେ ଏକ ସୂତ୍ରରୁ ଏହି ସୂଚନା ପ୍ରାପ୍ତ କରିଥିବା ଦାବି କରିଛନ୍ତି । ଦକ୍ଷିଣ କୋରିଆଇ ମିଡ଼ିଆ ସହ  ଏକ ସାକ୍ଷାତ୍‌କାରରେ ଚାଙ୍ଗ୍ ସୋଙ୍ଗ-ମିନ୍‌ କହିଥିଲେ କି , ମୋର ଆକଳନ କି ସେ କୋମାରେ ରହିଛନ୍ତି,ହେଲେ ତାଙ୍କର ଜୀବନ ସମାପ୍ତ ହୋଇନାହିଁ ।  ଖାଲି ଏତିକି ନୁହେଁ , ସେ କହିଥିଲେ କି ଉତ୍ତର କୋରିଆର ମିଡ଼ିଆ ଦ୍ୱାରା ନିକଟବର୍ତ୍ତୀ ମାସରେ ଜାରି କରାଯାଇଥିବା  କିମ୍‌ ଜୋଙ୍ଗ ଉନ୍‌ଙ୍କର ଫଟୋ ନକଲି ଥିଲା । ଚାଙ୍ଗ ଙ୍କ ମୁତାବିକ୍‌ ପାୱର ରିଷ୍ଟକଚରିଂ ଅନୁଯାୟୀ , କିମ୍‌ ୟୋ-ଜୋଙ୍ଗ  ନିଜର ଭାଇ କିମ୍‌ ଜୋଙ୍ଗ ଉନ୍‌ଙ୍କର ଉତ୍ତରାଧିକାରୀ ହୋଇପାରିବେ ନାହିଁ ।

ଉଲ୍ଲେଖନୀୟ ଯେ , ଚଳିତ ବର୍ଷ  କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କର ସାର୍ବଜନୀକ ସ୍ତରରେ ଅନୁପସ୍ଥିତି ତାଙ୍କର ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । କିଛି ଅଟକଳ ମୁତାବକ ,  ଉତ୍ତର କୋରିଆଇ ନେତାଙ୍କର ଅସଫଳ ହାର୍ଟ ସର୍ଜରୀ  ତାଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଛି । ଏହି କାରଣରୁ ସେ ପୁରାପୁରି ବେଡ୍‌ରେ ପଡ଼ି ରହୁଛନ୍ତି ବା ତାଙ୍କର ମୃତ୍ୟୁ ହୋଇ ଯାଇଛି । କିଛି ମାସ ପୂର୍ବରୁ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ପାଖରେ ସୁକାନ୍‌ରେ ଏକ ଫର୍ଟିଲାଇଜର ଫ୍ୟାକ୍ଟ୍ରୀର ଉଦଘାଟନରେ ତାଙ୍କର ଉପସ୍ଥିତି ଏହି ଗୁଜବକୁ ଲଗାମ ଦେଇଥିଲା ।


Share It

Comments are closed.