ଉତର କୋରିଆର କ୍ରୁର ଶାସକ କିମ ଜୋଙ୍ଗ ଉନ କାନ୍ଦି କାନ୍ଦି ମାଗିଲେ କ୍ଷମା, କିନ୍ତୁ କାହିଁକି ?


ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ପ୍ରଥମ ଥର ପାଇଁ ତାଙ୍କ ଦେଶର ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମହାମାରୀ ସମୟରେ ଲୋକଙ୍କ ସହ ଠିଆ ହୋଇ ନ ଥିବାରୁ ସେ କ୍ଷମା ମାଗିଛନ୍ତି। ତାଙ୍କ ପାର୍ଟିର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭାବପ୍ରବଣ କିମ ସ୍ୱୀକାର କରିଛନ୍ତି ଯେ ସେ ଉତ୍ତର କୋରିଆବାସୀଙ୍କର ତାଙ୍କ ଉପରେ ଥିବା ବିଶ୍ୱାସକୁ ପୂରଣ କରିନାହାଁନ୍ତି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଖବର ଅନୁଯାୟୀ କିମ୍ ତାଙ୍କ ଚଷମା କାଢ଼ି ଭାଷଣ ସମୟରେ ଲୁହ ପୋଛିଥିଲେ। ତାଙ୍କ ପୂର୍ବପୁରୁଷଙ୍କ ଦ୍ୱାରା କରାଯାଇଥିବା ମହାନ କାର୍ଯ୍ୟର ଉତ୍ତରାଧିକାରୀ ବିଷୟରେ ଉଲ୍ଲେଖ କରି କିମ କହିଛନ୍ତି, ‘ଯଦିଓ କିମ-୨ସୁଙ୍ଗ ଏବଂ କିମ ଜୋଙ୍ଗ-ଇଲଙ୍କ କାରଣରୁ ଏହି ଦେଶକୁ ଆଗେଇ ନେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋତେ ଦିଆଯାଇଛି | ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ଲୋକମାନଙ୍କୁ ଧନ୍ୟବାଦ ଦେଉଛି । ‘

କିମ ତାଙ୍କ ଭାବପ୍ରବଣ ଭାଷଣରେ କରୋନା ଭାଇରସ କାରଣରୁ ବର୍ତ୍ତମାନ ଆହ୍ବାନର ସମ୍ମୁଖୀନ ହେଉଥିବା ବିଶ୍ବ ବିଷୟରେ କହିଥିଲେ ଏବଂ ଦକ୍ଷିଣ କୋରିଆ ସହ ସମ୍ପର୍କକୁ ସୁଧାରିବାର ଇଚ୍ଛା ପ୍ରକାଶ କରିଥିଲେ। ସେ ଆମେରିକା ଉପରେ କୌଣସି ପ୍ରତ୍ୟକ୍ଷ ସମାଲୋଚନାକୁ ଏଡାଇ ଯାଇଥିଲେ।

ଶନିବାର ଦିନ ଉତ୍ତର କୋରିଆ ଏହାର ସର୍ବଶେଷ କ୍ଷେପଣାସ୍ତ୍ର ପ୍ରଦର୍ଶନ କରିଛି, ଯାହା ଏକ ବୃହତ ସାମରିକ ପରେଡରେ ଉତ୍ତର କୋରିଆର ଜଣାଶୁଣା ଆନ୍ତମାଳଦ୍ବୀପ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିଏମବିଏସ୍) ଠାରୁ ବଡ ଅଟେ। ପରେଡ ପରେ ଦକ୍ଷିଣ କୋରିଆ ରବିବାର ଉଦ୍ବେଗ ପ୍ରକାଶ କରିଛି ଏବଂ ଉତ୍ତର କୋରିଆକୁ ପୂର୍ବ ନିରସ୍ତ୍ରୀକରଣ ପ୍ରତିଶ୍ରୁତି ପାଳନ କରିବାକୁ ଅନୁରୋଧ କରିଛି।


Share It

Comments are closed.