ଓଡ଼ିଶାର ପ୍ରଥମ ସ୍କୁଲ ଭାବେ କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶଂସିତ ଥିଏଟର ସୋ’ “ଟୁ ଆଡୋରେବଲ୍ ଲୁଜର୍ସ’ ଆୟୋଜିତ


ଭୁବନେଶ୍ୱର, : ଘରେ ଲମ୍ବା ସମୟ କ୍ୱାରାଂଟିନ୍‌ରେ ରହିବା ପରେ ନିଜ ଛାତ୍ରଛାତ୍ରୀମାନଙ୍କ ଆତ୍ମ ସମ୍ମାନ ଓ ବିଶ୍ୱାସ ବଢ଼ାଇବା ଲାଗି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକ ସ୍କୁଲ ପ୍ରଶଂସିତ ଥିଏଟର ସୋ’ ଆୟୋଜନ କରିବା ଅଭିଯାନ ହାତକୁ ନେଇଛି । ଏହି ସ୍ୱତନ୍ତ୍ର ଅଭିଯାନ ହେଉଛି କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ ମାନସ ସନ୍ତାନ । ନାଟକର ନାମ ହେଉଛି “ଟୁ ଆଡୋରେବଲ୍ ଲୁଜର୍ସ’ ଯାହା ନିଜ ଭିତରେ ଆତ୍ମବିଶ୍ୱାସ ହାସଲ କରିବା ଉପରେ ପର୍ଯ୍ୟବେସିତ । କୋଭିଡ୍‌-୧୯ ମହାମାରୀରେ ଘରେ ରହିବା ଆଦି ଯୋଗୁଁ ଶିକ୍ଷାଗତ ଅଭିଜ୍ଞାନରେ ପରିବର୍ତନ ଏହି ସମ୍ବେଦନଶୀଳ ଜନସଂଖ୍ୟାର ମାନସିକ ସ୍ୱାସ୍ଥ୍ୟ ଉପରେ ଚାପ ବୃଦ୍ଧି ପାଇଥିଲା ଓ ସେମାନଙ୍କଠାରେ କମ୍ ଆତ୍ମ ସମ୍ମାନ ଦେଖିବାକୁ ମିଳିଥିଲା କିମ୍ବା ତାହାର ନିଦାନ କରାଯାଇଛି । ଏହି ନାଟକକୁ କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ ପରିସରରେ ଶୁକ୍ରବାର ଦିନ ଆୟୋଜନ କରାଯାଇଛି ।
ଅଢ଼େଇ ଘଂଟାର ଏହି ନାଟକରେ “ତାରେ ଜମିନ ପର’ରୁ ଚର୍ଚ୍ଚିତ ବଲିଉଡ୍ ଅଭିନେତା ଦର୍ଶିଲ ସଫାରି ଓ ଆଉଟ ଅଫ୍ ଦି ବକ୍ସ ପ୍ରଡକ୍ଟସନ ଟିମ୍‌ର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯଦିଓ ନାଟକର ନାମ ହେଉଛି “ଟୁ ଆଡୋରେବଲ୍ ଲୁଜର୍ସ’ ତଥା ଏହା ତଥାକଥିକ “ଲୁଜର’ର ଲାଭ ଓ ତଥାପି ଭିଡ଼ରେ ଅଲଗା ଦେଖାଯିବା ଓ ଉଜ୍ଜଳିତ ହେବାର ପ୍ରସାର କରୁଛି । ଏହି ନାଟକକୁ ଆୟୋଜନ କରିବା ଲାଗି ଆଉ ଉପଯୁକ୍ତ ସମୟ କିମ୍ବା ଅଭିଯାନ ଆଉ କିଛି ନଥିଲା ଯାହା ଏକ ସମୟରେ ଏକ ଶିକ୍ଷଣୀୟ ଅନୁଭୂତି ଓ ମନୋରଂଜନ ପ୍ରଦାନ କରିବ ।
କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷା, ଡକ୍ଟର ମୋନାଲିସା ବଳ କହିଛନ୍ତି ଯେ, “ସାରା ଦୁନିଆ କୋଭିଡ୍ ୧୯ ମହାମାରୀର ବ୍ୟାପକ ପ୍ରଭାବ ଅଧୀନରେ ରହିଥିଲା ଯାହା ସବୁ ଦେଶକୁ ଲକ୍‌ଡାଉନ୍ ସ୍ଥିତିରେ ରଖିଥିଲା । ମହାମାରୀ ପରବର୍ତୀ ସମୟରେ ଆମ ଛାତ୍ରଛାତ୍ରୀମାନଙ୍କୁ ଏକ ଉତମ ଅନୁଭବର ଭାବ ପ୍ରଦାନ କରିବା ଲାଗି ଆମ ସ୍କୁଲ ପରିସରରେ ଆମେ ଏହି ନାଟକ ଆୟୋଜନ କରିଛୁ । ଏହି ନାଟକର ଲକ୍ଷ୍ୟ ହେଉଛି “ଯନ୍ତା’ରୁ କୁନି ମନକୁ ମୁକ୍ତ କରିବାରେ ସାହାଯ୍ୟ କରିବା ଓ ଏକ ପରିବର୍ତିତ ସ୍ଥିତି ସହ ଖାପଖୁଆଇବାରେ ସାହାଯ୍ୟ କରିବା ।’’


Share It

Comments are closed.