‘ଭୁଲ-ଭୁଲାୟା -୨’ରେ ନଜର ଆସିବେ କାର୍ତ୍ତିକ ଏବଂ କିଆରା


ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ଲୋକପ୍ରିୟ ଫିଲ୍ମ ‘ଭୁଲ-ଭୁଲାୟା’ ଏକ ମଲାୟଲମ ଫିଲ୍ମର ରିମେକ ହୋଇଥିବାବେଳେ ଏହା ୨୦୦୭ରେ ବଡ ପରଦାକୁ ଆସିଥିଲା । ଫିଲ୍ମଟି ସେହି ସମୟରେ ସୁପର ହିଟ ପ୍ରମାଣିତ ହେବା ପରେ ଫିଲ୍ମର ନିର୍ମାତା ଏହାର ସିକ୍ୱେଲ ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନେଇଥିଲେ । ବର୍ତ୍ତମାନ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇସାରିଥିବାବେଳେ ଫିଲ୍ମରେ ଅଭିନେତା କାର୍ତ୍ତିକ ଆୟନ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିଶ୍ଚନ୍ତ ହୋଇ ସାରିଛି । ପୂର୍ବରୁ ଏହି ଫିଲ୍ମ ପାଇଁ ମୁଖ୍ୟ ନାୟକଙ୍କ ନାମ ଘୋଷଣା ହୋଇସାରିଥିବାବେଳେ ବର୍ତ୍ତମାନ ଫିଲ୍ମର ମୁଖ୍ୟ ନାୟିକାଙ୍କ ନାମ ଘୋଷଣା କରାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମରେ ବିଦ୍ୟା ବାଲନଙ୍କ ଭୂମିକାରେ ନଜର ଆସିବେ ‘କିଆରା ଆଡଭାନୀ ’ା ଏହି ଫିଲ୍ମରେ କିଆରା ପ୍ରଥମ ଥର ପାଇଁ କାର୍ତ୍ତିକଙ୍କ ସହ ସ୍କ୍ରିନିଙ୍ଗ ସେୟାର କରିବେ । କେବଳ ଏତିକି ନୁହେଁ ସେ ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ ରୋମାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଙ୍ଗ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଚାଲୁଛି । ଫିଲ୍ମର ନିର୍ଦ୍ଦେଶର ଅନିଶ ବଜ୍ମୀ ଥିବାବେଳେ ଏହାର ନିର୍ମାତା ହେଉଛନ୍ତି ଭୂଷଣ କୁମାର ।


Share It

Comments are closed.