କିଆ ମୋଟର୍ସ ପକ୍ଷରୁ ଅଲ୍‌-ନ୍ୟୁ ସ୍ମାର୍ଟ ଅର୍ବାନ୍ କମ୍ପାକ୍ଟ ଏସ୍‌ୟୁଭି ସୋନେଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ସର୍ବବୃହତ୍ ଅଟୋମେକର୍‌, କିଆ ମୋଟର୍ସ କର୍ପୋରେଶନ ପକ୍ଷରୁ ଆଜି ଏକ ଡିଜିଟାଲ ପ୍ରେଜେନ୍‌ଟେସନରେ ସମଗ୍ର ବିଶ୍ୱ ପାଇଁ ନୂଆ କିଆ ସୋନେଟ୍ କାର୍‌ର ଉନ୍ମୋଚନ କରାଯାଇଛି । ଆନ୍ଧ୍ରପ୍ରଦେଶର ଅନନ୍ତପୁରସ୍ଥିତ କିଆର ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଉତ୍ପାଦନ କାରଖାନାରେ ନିର୍ମିତ ସୋନେଟ୍ ହେଉଛି କିଆର ନୂତନ ସ୍ମାର୍ଟ ଅର୍ବାନ୍ କମ୍ପାକ୍ଟ ଏସ୍‌ୟୁଭି ଏବଂ ସେଲ୍‌ଟସ୍ ପରେ ବ୍ରାଣ୍ଡର ଅତ୍ୟାଧୁନିକ ମେଡ୍‌-ଇନ୍‌-ଇଣ୍ଡିଆ ଗ୍ଲୋବାଲ ପ୍ରଡକ୍ଟ । ଭାରତରେ ଏହି ନୂତନ କାର୍‌ର ବିକ୍ରି ଖୁବ୍‌ଶୀଘ୍ର ଆରମ୍ଭ ହେବ ଏବଂ ଏହାପରେ କିଆର ଅନେକ ଆନ୍ତର୍ଜାତୀୟ ବଜାରରେ ବିକ୍ରି ଆରମ୍ଭ କରାଯିବ ।
ଏହି ଶୁଭାରମ୍ଭ ଅବସରରେ କିଆ ମୋଟର୍ସ କର୍ପୋରେଶନର ଅଧ୍ୟକ୍ଷ ଓ ସିଇଓ, ହୋ ସୁଙ୍ଗ୍ ସଙ୍ଗ୍ କହିଛନ୍ତି, “ସୋନେଟ୍ ଭାରତର ବିକାଶଶୀଳ ଏସ୍‌ୟୁଭି ବଜାରର ଆବଶ୍ୟକତାକୁ ପୂରଣ କରୁଥିବାବେଳେ ଆଗକୁ କିଆ ବ୍ରାଣ୍ଡ ପ୍ରତି ବହୁସଂଖ୍ୟକ ଗ୍ରାହକଙ୍କୁ ଆକର୍ଷିତ କରିବ ।”ସେହିଭଳି କିଆ ମୋଟର୍ସ ଇଣ୍ଡିଆର ଏମ୍‌ଡି ଓ ସିଇଓ କୁଖ୍ୟୁନ୍ ସିମ୍ କହିଛନ୍ତି ଯେ, “ସେଲ୍‌ଟସ୍ ଓ କାର୍ନିଭାଲର ସଫଳତା ପରେ ଆମେ ନିଶ୍ଚିତ ଯେ, କିଆ ପୁଣିଥରେ ନୂଆ ସୋନେଟ୍ ସହିତ ଗ୍ରାହକଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ପୂରଣ କରି ଭାରତରେ ଅନ୍ୟ ଏକ ମାର୍କେଟ୍ ସେଗ୍‌ମେଂଟ୍‌ରେ ବିପ୍ଳବ ଆଣିବ ।”
ସୋନେଟ୍ ଫାର୍ଷ୍ଟ-ଇନ୍‌-କ୍ଲାସ୍ ଡିଜେଲ୍ ୬-ସ୍ପିଡ୍ ଅଟୋମାଟିକ୍ ସହିତ ପାୱାରଟ୍ରେଣ୍ଡ ଏକ ବ୍ୟାପକ ବିକଳ୍ପ ପ୍ରଦାନ କରୁଛି । ଥକ୍କା-ମୁକ୍ତ ଚାଳନା ପାଇଁ ଏଥିରେ ଅତ୍ୟାଧୁନିକ ମାନୁଆଲ ଟ୍ରାନ୍ସମିଶନ ରହିଛି । ଏହି ନୂତନ ସୋନେଟ ଭଏସ୍ ଆସିଷ୍ଟ ସମେତ ୩୦ରୁ ଅଧିକ ସେଗ୍‌ମେଂଟ୍‌-ବେଷ୍ଟ ଫିଚର ଓ ୫୭ ୟୁଭିଓ କନେକ୍ଟ ଫିଚର ପ୍ରଦାନ କରୁଛି । ଏହି ବର୍ଗରେ ପ୍ରଥମ ଥର ପାଇଁ ସ୍ପୋର୍ଟି ଜିଟି-ଲାଇନ୍ ବିଶେଷତ୍ୱ ପ୍ରଦାନ କରୁଛି । ଏଥିରେ କିଆର ସିଗ୍‌ନେଚର ‘ଟାଇଗର୍ ନୋଜ୍ ଗ୍ରିଲ୍‌’ର ଏକ ନୂତନ ବ୍ୟାଖ୍ୟା ସାମିଲ ରହିଛି । ସୋନେଟ୍ ଏହି ବର୍ଗରେ ସମସ୍ତ ଆବଶ୍ୟକତାକୁ ଭର୍ଚୁଆଲି ପୂରଣ କରିବା ଲାଗି ଏକାଧିକ ପାୱାରଟ୍ରେନ୍ ବିକଳ୍ପ ସହିତ ଉପଲବ୍ଧ ହେବ । ଦୁଇଟି ଗ୍ୟାସୋଲିନ୍ ଇଞ୍ଜିନ୍‌ର ଏକ ବିକଳ୍ପ- ଏକ ଭର୍ସାଟାଇଲ ସ୍ମାର୍ଟଷ୍ଟ୍ରିମ୍ ୧.୨ ଲିଟର୍ ୪-ସିଲିଣ୍ଡର ଓ ଶକ୍ତିଶାଳୀ ୧.୦ ଟି-ଜିଡିଆଇ (ଟର୍ବୋଚାର୍ଜଡ୍ ଗ୍ୟାସୋଲିନ୍ ଡାଇରେକ୍ଟ ଇଞ୍ଜେକ୍ସନ) ଏବଂ ଏକ ଦକ୍ଷ ୧.୫ ଲିଟର ସିଆର୍‌ଡିଆଇ ଡିଜେଲ ଇଞ୍ଜିନ୍‌; ୫ଟି ଟ୍ରାନ୍ସମିଶନର ଏକ ବିକଳ୍ପ ସହିତ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏହି ବର୍ଗରେ ସୋନେଟ୍ ୬-ସ୍ପିଡ୍ ଅଟୋମାଟିକ୍ ଟ୍ରାନ୍ସମିଶନ ସହିତ ଏହାର ୧.୫ ଲିଟର ଡିଜେଲ୍ ଇଞ୍ଜିନ୍‌କୁ ପ୍ରଦାନ କରୁଛି । ଗ୍ରାହକଙ୍କ ସୁାରକ୍ଷା ପାଇଁ ଏଥିରେ ୬ଟି ଏୟାରବ୍ୟାଗ୍‌, ହାଇଲାଇନ୍ ଟାୟାର ପ୍ରେସର ମନିଟରିଙ୍ଗ ସିଷ୍ଟମ, ଆଇଏସ୍‌ଓଏଫ୍‌ଆଇଏକ୍ସ ଚାଇଲ୍ଡ-ସିଟ୍ ଆଙ୍କରିଙ୍ଗ୍ ପଏଂଟ୍‌ସ ଏବଂ ଫ୍ରଂଟ୍ ଓ ରିୟର ପାର୍କିଙ୍ଗ୍ ସେନ୍ସର ଭଳି ଆହୁରି ଅନେକ ସୁରକ୍ଷା ଫିଚର ସାମିଲ ରହିଛି ।


Share It

Comments are closed.