ନୂତନ କିଆ ସୋନେଟ୍‌ର ଇଂଟେରିୟର ଓ ଏକ୍ସଟେରିୟରର ଅଫିସିଆଲ ଫଟୋ ପ୍ରକାଶିତ କଲା କିଆ ମୋଟର୍ସ ଇଣ୍ଡିଆ


ଭୁବନେଶ୍ୱର: କିଆ ମୋଟର୍ସ କର୍ପୋରେଶନର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ କମ୍ପାନୀ କିଆ ମୋଟର୍ସ ଇଣ୍ଡିଆ ପକ୍ଷଣୁ ଏହାର ନୂତନ ସୋନେଟ୍ କମ୍ପାକ୍ଟ ଏସ୍‌ୟୁଭି କାର୍‌ର ଇଂଟେରିୟର ଓ ଏକ୍ସଟେରିୟରର ଔପଚାରିକ ଫଟୋ ପ୍ରକାଶ କରାଯାଇଛି । ଉତ୍ପାଦନ ପାଇଁ ପ୍ରସ୍ତୁତ ଥିବା କିଆ ସୋନେଟ୍‌ର ଏକ ସ୍ୱତନ୍ତ୍ର ଓ ଡାଇନାମିକ୍ ଡିଜାଇନ୍ ସହିତ ଏକାଧିକ ଫାର୍ଷ୍ଟ-ଇନ୍‌-ସେଗ୍‌ମେଂଟ୍ ଫିଚର ରହିଛି । ପ୍ରଥମେ ଅଟୋ ଏକ୍ସପୋ ୨୦୨୦ରେ ଏକ କନ୍‌ସେପ୍ଟ ଭାବେ ପ୍ରଦର୍ଶିତ ହୋଇଥିବା ନୂଆ କିଆ ସୋନେଟ୍‌ର ୱାର୍ଲ୍ଡ ପ୍ରେମିୟର ଆସନ୍ତା ଅଗଷ୍ଟ ୭ ତାରିଖରେ ହେବାକୁ ଯାଉଛି ଯାହାକି କମ୍ପାକ୍ଟ ଏସ୍‌ୟୁଭି ବର୍ଗରେ ଏକ ନିର୍ଭୀକ ବକ୍ତବ୍ୟ ପ୍ରଦାନ କରିବ ।
ନିକଟରେ କିଆ ମୋଟର୍ସ ଇଣ୍ଡିଆ ଭାରତରେ ୧ ଲକ୍ଷ ବିକ୍ରି ମାଇଲ୍‌ଷ୍ଟୋନ୍‌ରେ ପହଂଚିଥିବା ଦ୍ରୁତତମ୍ କାର୍ ନିର୍ମାତାରେ ପରିଣତ ହୋଇଥିଲା । ଭାରତରେ କମ୍ପାନୀର ଅଦ୍ଭୁତପୂର୍ବ ସଫଳ ଯାତ୍ରା ସହିତ ଅଲ୍‌-ନ୍ୟୁ ସୋନେଟ୍ କମ୍ପାକ୍ଟ ଏସ୍‌ୟୁଭି ବର୍ଗରେ ଏକ ନିର୍ଭୀକ ବକ୍ତବ୍ୟ ସୃଷ୍ଟି କରିବାକୁ ପ୍ରସ୍ତୁତ । ଭାରତରେ ନିର୍ମିତ କିଆ ସୋନେଟ୍‌ରେ ଏକ ବିଳାସପୂର୍ଣ୍ର ଓ ଜୀବନ୍ତ କ୍ୟାବିନ୍ ରହିଛି ଯେଉଁଥିରେ ଏକ ସୁଗମ ଓ ସ୍ୱିପିଙ୍ଗ୍ ଡ୍ୟାସବୋର୍ଡ ଏବଂ ଏହାର କ୍ଲାସ୍‌-ଲିଡିଙ୍ଗ୍ ଫିଚରଗୁଡିକ ପାଇଁ ସହଜ ପହଂଚ ପ୍ରଦାନ କରୁଥିବା ଏକ ଷ୍ଟାଇଲିସ୍‌, ମିନିମାଲିଷ୍ଟ ସେଂଟର୍ କନ୍‌ସୋଲ ଭଳି ଫିଚର ରହିଛି । ଏକ ଫାର୍ଷ୍ଟ-ଇନ୍‌-ସେଗ୍‌ମେଂଟ୍ ୧୦.୨୫ ଇଂଚ୍ ଏଚ୍‌ଡି ଟଚ୍‌ସ୍କ୍ରିନ୍ ଓ ୟୁଭିଓ କନେକ୍ଟେଡ୍ ଟେକ୍ନୋଲୋଜି ସହିତ ନାଭିଗେସ୍ ସିଷ୍ଟମ ଥିବା ଏହାର ହାଇଟେକ୍ ଡିଜିଟାଲ ଡିସ୍‌ପ୍ଲେ ଓ ଇନ୍‌ଷ୍ଟ୍ରୁମେଂଟ୍ କ୍ଲଷ୍ଟର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସୋନେଟ କାର୍ ଚାଳକଙ୍କୁ ଷ୍ଟିଅରିଙ୍ଗ ହ୍ୱିଲ୍‌-ମାଉଂଟେଡ୍ କଂଟ୍ରୋଲ ପ୍ରଦାନ କରିବା ସହିତ ବିଭିନ୍ନ ଡ୍ରାଇଭ୍ ଓ ଟ୍ରାକ୍ସନ ମୋଡ୍ ଚୟନ କରିବାର କ୍ଷମତା ମଧ୍ୟ ପ୍ରଦାନ କରୁଛି । ଡ୍ୟାସ୍‌ବୋର୍ଡରେ ଥିବା ଏୟାର ଭେଂଟ୍‌ରେ ଏକ ମେଟାଲିକ୍‌, ଡାଇମଣ୍ଡ-ନର୍ଲଡ୍ ପାଟର୍ଣ୍ଣ, ଏକ ଚିକ୍ ଓ ଷ୍ଟାଇଲିସ୍ ଡିଜାଇନ୍ ହାଇଲାଇଟ୍ ଫିଚର ରହିଛି ।
ଏସମ୍ପର୍କରେ କିଆ ମୋଟର୍ସ କର୍ପୋରେଶନର ବରିଷ୍ଠ ଉପାଧ୍ୟକ୍ଷ ଓ ହେଡ୍ ଅଫ୍ କିଆ ଗ୍ଲୋବାଲ ଡିଜାଇନ୍ କରିମ୍ ହବିବ କହିଛନ୍ତିଯେ, “ ବିଶ୍ୱକୁ ଏକ ନୂଆ କିଆ ସୋନେଟ୍ ସହ ପରିଚିତ କରାଇ ଆମେ ଖୁବ୍ ଉତ୍ସାହିତ ରହିଛୁ; ଯାହାକି ଏକ ମଜଭୁତ ଓ ଦମ୍‌ଦାର ଚରିତ୍ର ବିଶିଷ୍ଟ ଏକ କମ୍ପାକ୍ଟ ଏସ୍‌ୟୁଭି । ଏହାକୁ ଦୃଷ୍ଟିରେ ରଖି ଆମେ ଏକ ସ୍ୱତନ୍ତ୍ର ସ୍ପୋର୍ଟି ମନୋଭାବ, ଏକ ଆତ୍ମବିଶ୍ୱାସୀ ଆଭିମୁଖ୍ୟ ଓ ଏକ ଗତିଶୀଳ ଡିଜାଇନ୍ ସହିତ ଏହି ଏସ୍‌ୟୁଭିକୁ ଡିଜାଇନ୍ କରିଛୁ । କିଆ ସୋନେଟ୍‌ର ଆକର୍ଷଣୀୟ ଚରିତ୍ର ଯୁବ, ଆକାଂକ୍ଷୀ ଓ ସବୁବେଳେ କନେକ୍ଟେଡ୍ ରହୁଥବା ଭାରତ ଓ ଭାରତ ବାହାରର ଗ୍ରାହକମାନଙ୍କୁ ଆକର୍ଷିତ କରିବ ବୋଲି ଆମର ବିଶ୍ୱାସ ରହିଛି ।”


Share It

Comments are closed.