କିଆ ମୋଟର୍ସ ଇଣ୍ଡିଆ ପକ୍ଷରୁ ଭାରତରେ ନୂତନ କାରର ଶୁଭାରମ୍ଭ


ଭୁବନେଶ୍ୱର: କିଆ ମୋଟର୍ସ କର୍ପୋରେଶନର ସହାୟକ କମ୍ପାନୀ କିଆ ମୋଟର୍ସ ଇଣ୍ଡିଆ ପକ୍ଷରୁ ଆଜି ଅଟୋ ଏକ୍ସପୋ ୨୦୨୦ରେ ଭାରତୀୟ ବଜାର ପାଇଁ ଦୁଇଟି ନୂତନ ମଡେଲ୍ ଶୁାଭରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ ଉନ୍ମୋଚିତ ହୋଇଥିବା ଏହି କିଆ ସୋନଟେ ବ୍ରାଣ୍ଡର ଏକ ଫ୍ୟୁଚର ଗ୍ଲୋବାଲ କମ୍ପାକ୍ଟ ଏସୟୁଭି ପ୍ରଦର୍ଶିତ କରିଥିଲା । ଏହି କନ୍‌ସେପ୍ଟକୁ ୨୦୨୦ର ୨ୟ ଭାଗରେ ଭାରତୀୟ ବଜାରରେ ଶୁଭାରମ୍ଭ ପାଇଁ ବିକଶିତ କରାଯିବ । ଏହି କାର୍ଣ୍ଣିଭାଲ ଔପଚାରିକ ଭାବେ ଭାରତରେ ୩ଟି ଭିନ୍ନ ଭିନ୍ନ ବିଶେଷତ୍ୱ ସହ ଏହାର ପ୍ରିମିୟମ ଭାରିଆଂଟ୍‌ଣ୍ଟପାଇଁ ଟ.୨୪.୯୫ ଲକ୍ଷ(ଏକ୍ସଶୋ’ରୁମ୍‌), ଏହାର ପ୍ରେଷ୍ଟିଜ୍ ଭାରିଆଂଟ୍ ପାଇଁ (ଏକ୍ସଶୋ’ରୁମ୍‌) ଟ. ୨୮.୯୫ଲକ୍ଷ ଓ ଏହାର ଲିମୋଜିନ୍ ଭାରିଆଂଟ୍ ପାଇଁ ଟ. ୩୩.୯୫ଲକ୍ଷ(ଏକ୍ସଶୋ’ରୁମ୍‌)ର ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ ହୋଇଛି । କିଆ ଏହି ନୂତନ କାର୍ ପାଇଁ ପ୍ରଥମ ଦିନର ଅର୍ଡର୍‌ରେ ୧୪୦୦ ବୁକିଙ୍ଗ୍ ହାସଲ କରିଥିଲା ଏବଂ ବର୍ତମାନ ସୁଦ୍ଧା ଏହି କାର୍ ପାଇଁ କମ୍ପାନୀ ୩୫୦୦ରୁ ଅଧିକ ବୁକିଙ୍ଗ ହାସଲ କରିଛି ।

କିଆ ସୋନେଟ୍ କନ୍‌ସେପ୍ଟକୁ ଆଜି ପ୍ରଥମ ଥର ପାଇଁ ଉନ୍ମୋଚନ କରାଯାଇଛି ଯାହାକି ଭାରତରେ କିଆ ପକ୍ଷରୁ ଉପଲବ୍ଧ କରାଯାଇଥିବା ୩ୟ ଉତ୍ପାଦର ପ୍ରାକ୍ ପ୍ରଦର୍ଶନ କରିଛି । ଏକ ଆଧୁନିକ, ଗତିଶୀଳ ଓ ନିର୍ଭୀକ ଡିଜାଇନ୍ ସହ ସୋନେଟ୍‌ରେ ଏକାଧିକ ଫାର୍ଷ୍ଟ-ଇନ୍‌-କ୍ଲାସ୍ ଫିଚର ରହିଛି । ଆଜି ଭାରତୀୟ ବଜାର ପାଇଁ ଲଂଚ୍ ହୋଇଥିବା କାର୍ଣ୍ଣିଭାଲ ଏକ ୨.୨ ଲିଟର ଭିଜିଟି ବିଏସ୍‌୬ ଡିଜେଲ ଇଞ୍ଜିନ୍ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏଥିରେ ସହଜ ଓ ବାଧାହୀପ ପ୍ରଦର୍ଶନ ପାଇଁ ୮-ସ୍ପିଡ୍ ସ୍ପୋର୍ଟସ୍‌ମାଟିକ୍ ଟ୍ରାନ୍ସମିଶନ ସହ ଏକ କ୍ଲାସ୍‌-ଲିଡିଙ୍ଗ୍ ଡ୍ରାଇଭ୍‌ଟ୍ରେନ୍ ରହିଛି । ୟୁଭିଓ କନେକ୍ଟ ୩୭ଟି ସ୍ମାଟ ଫିଚର ପ୍ରଦାନ କରୁଥିବା ବେଳେ ଏହାକୁ ପ୍ରାରମ୍ଭିକ କ୍ରୟ ପରେ ୩ ବର୍ଷ ପାଇଁ ମାଗଣାରେ ଭାରତୀୟ ଗ୍ରାହକଙ୍କ ଲାଗି ଉପଲବ୍ଧ କରାଯାଇଛି । କିଛି ନିର୍ଦ୍ଧିଷ୍ଟ ୟୁଭିଓ ଫିଚରଗୁଡିକୁ ଉପଭୋକ୍ତାମାନେ ସ୍ମାର୍ଟୱାଚ୍ ମାଧ୍ୟମରେ ଆକ୍‌ସେସ୍ କରିପାରିବେ ଯାହାଫଳରେ ସେମାନେ କାର୍ କନେକ୍ଟିଭିଟିକୁ ଏକ ନୂତନ ସ୍ତରକୁ ନେଇପାରିବେ । ନୂଆ କାର୍ଣ୍ଣିଭାଲ ପ୍ରିମିୟମ ଏଭିପି ବର୍ତମାନ ଦେଶବ୍ୟାପୀ କିଆ ଶୋ’ରୁମ୍‌ଗୁଡିକରୁ ଅର୍ଡର ପାଇଁ ଉପଲବ୍ଧ ହେଉଛି ।

କିଆ ମୋଟର୍ସ ଇଣ୍ଡିଆର ଏମ୍‌ଡି ଓ ସିଇଓ କୁଖ୍ୟୁନ୍ ସିମ୍ କହିଛନ୍ତି ଯେ, \”\”ଦୁଇ ବର୍ଷ ପୂର୍ବେ ଭାରତରେ କିଆ ଶୁଭାରମ୍ଭ ହେବା ସମୟରେ ଆମେ ଏଠାକୁ ଭାରତୀୟ ଗ୍ରାହକଙ୍କ ହୃଦୟ ଜିତିବାକୁ ଆସିଥିଲୁ । ଆମର ନୂତନ ଯାନ ଦ କିଆ କାର୍ଣ୍ଣିଭାଲ ହେଉଛି ଏହି ଦୃଷ୍ଟିକୋଣର ଏକ ସ୍ପଷ୍ଟ ଉଦାହରଣ ।\’\’


Share It

Comments are closed.