ଫିଫା ବିଶ୍ୱକପ୍ ୨୦୧୮ ପାଇଁ କିଆ ମୋଟର୍ସ ପକ୍ଷରୁ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟରଙ୍କ ଅନୁସନ୍ଧାନ


କିଆ ମୋଟର୍ସ ଭାରତ କିଶୋର ଜାତୀୟ ଫୁଟବଲ୍ ଖେଳାଳୀ (୧୦ ବର୍ଷରୁ ୧୪ ବର୍ଷ ମଧ୍ୟରେ)ଙ୍କ ନିମନ୍ତେ ଅଫିସିଆଲ୍ ମ୍ୟାଚ୍ ବଲ୍ କ୍ୟାରିୟର୍ (ଓଏମ୍ବିସି) ପ୍ରୋଗ୍ରାମର ଏକ ଅଂଶସ୍ୱରୂପ ୨୦୧୮ ଫିଫା ବିଶ୍ୱକପ୍, ରୁଷିଆକୁ ଅନୁଭବ କରିବାର ସୁଯୋଗ ନେଇ ଆସିଛି । ୨୦୧୮ ଫିଫା ବିଶ୍ୱକପର ପ୍ରତି ମ୍ୟାଚରେ ସାରା ବିଶ୍ୱରୁ ୬୪ ଜଣ ଭାଗ୍ୟବାନ ପିଲା ଓଏମ୍ବିସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ, ଯାହାଙ୍କ ମଧ୍ୟରୁ ଦୁଇ ଜଣ ଭାରତୀୟ ରହିବେ । ଫୁଟବଲର ମହାରଥୀମାନେ ଖେଳୁଥିବା ଏହି ବିଶ୍ୱକପ୍ ଖେଳରେ ପ୍ରତି ପ୍ରାକ୍ ମ୍ୟାଚ୍ ଉତ୍ସବରେ ଏହି ଯୁବ ଖେଳାଳୀମାନେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିବେ ।
କିଆ ଓଏମ୍ବିସି ଅଭିଯାନ ସାରା ଭାରତରେ ସୋସିଅଅଲ୍ ମିଡିଆ ଓ ଅନୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ରେ ୧୦ ଏପ୍ରିଲଠାରୁ ଆରମ୍ଭ ହେବ, ଯେଉଁଥିରେ ସମସ୍ତ ଫୁଟବଲ ପ୍ରେମୀମାନେ ଅଂଶ ଗ୍ରହଣ କରିପାରିବେ । ଏହି ସ୍ୱତନ୍ତ୍ର ପ୍ରତିଯୋଗୀତାର ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀମାନଙ୍କର ଅଭିଭାବକମାନଙ୍କୁ ଏକ ସର୍ଟ ଫିଲ୍ମ ରେକର୍ଡ କରି ଦାଖଲ କରିବାକୁ ହେବ, ଯେଉଁଥିରେ ଖେଳ ପ୍ରତି ପ୍ରତିଯୋଗୀମାନଙ୍କର ଉତ୍ସାହ, ଦକ୍ଷତା ଓ ଆଗ୍ରହ ଦର୍ଶାଯାଇଥିବ । ସମସ୍ତ ପ୍ରତିଯୋଗୀ ଏହି ଭିଡିଓକୁ ଙ୍ଗଙ୍ଗଙ୍ଗ.ଳସବ-ଜ୍ଞକ୍ଟଗ୍ଧକ୍ଟକ୍ସଗ୍ଦ.ସଦ୍ଭ/ଲସଲବ୨୦୧୮ ରେ ଆପଲୋଡ୍ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ଏଥିମଧ୍ୟରୁ ବଛାଯାଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କର ଫୁଟବଲ୍ ଦକ୍ଷତା, ମନୋଭାବ ଓ ଦଳଗତ କାର୍ଯ୍ୟଦକ୍ଷତା ଅନୁସାରେ ଅନସାଇଟ୍ ଚୟନ ପ୍ରକ୍ରିୟା ନିମନ୍ତେ ଡକାଯାଇ ଛଅ ଜଣଙ୍କୁ ଚୟନ କରାଯିବ । କିଆର ବିଚାରପତି ଓଏମ୍ବିସି ପାଇଁ ସର୍ବୋତ୍ତମ ଦୁଇ ଜଣଙ୍କୁ ଚୟନ କରିବେ ଓ ଅନ୍ୟ ଚାରି ଜଣଙ୍କ ସହ ମ୍ୟାଚ୍ରେ ରହିବେ । ଏହି ରୁଷିଆ ଯାତ୍ରା ପାଇଁ କିଆ ମୋଟର୍ସ ବିଜେତା ଓ ସେମାନଙ୍କ ଅଭିଭାବକମାନଙ୍କ ସମସ୍ତ ଯାତ୍ରା ଓ ରହଣି ଖର୍ଚ୍ଚ ବହନ କରିବ ।
ଏହି ପରିପ୍ରେକ୍ଷୀରେ ମନୋହର୍ ଭଟ୍ଟ, ମାର୍କେଟିଂ ଓ ସେଲ୍ସ ମୂଖ୍ୟ, କିଆ ମୋଟର୍ସ ଇଣ୍ଡିଆ ପ୍ରକାଶ କରିଛନ୍ତି ଯେ, “କିଆ ମୋଟର୍ସ ଫିଫା ସହିତ ୨୦୦୭ ମସିହାଠାରୁ ସହଭାଗୀତା କରିଆସୁଛି । ଫୋଫା ଯେପରି ଫୁଟ୍ବଲ୍ କ୍ଷେତ୍ରରେ ସର୍ବୋତ୍ତମ ମାନକୁ ପ୍ରତିପାଦିତ କରିଥାଏ, କିଆ ମୋଟର୍ସ ମଧ୍ୟ ସେହିଭଳି ସର୍ବୋତ୍ତମ ଗୁଣବତ୍ତା, ଡିଜାଇନ୍, କାର୍ଯ୍ୟଦକ୍ଷତାକୁ ଆମର ନୂତନ ପିଢ଼ିର କାର୍ରେ ସୁନିଶ୍ଚିତ କରିଥାଏ । ଭାରତ ମଧ୍ୟରେ ଫୁଟବଲ୍ର ଲୋକ୍ରିୟତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଓ ମ୍ୟାଚ୍ ବଲ୍ କ୍ୟାରିୟର୍ ପରି ଏକ ଆକର୍ଷଣୀୟ ସ୍ଲଟ୍ ପାଇବା ନିମନ୍ତେ ଯୁବପିଢ଼ି ନିଶ୍ଚିତ ଭାବେ ଉତ୍ସାହିତ ହେବେ ।”


Share It

Comments are closed.