ସରକାରଙ୍କ ପ୍ରୋତ୍ସାହନ ରହିଲେ ଆଗାମୀ ଅଲମ୍ପିକରେ ଭାରତ ଉନ୍ନତ ପ୍ରଦର୍ଶନ କରିବ : ଦୀପକ କୁମାର


ଏସିଆନ ଗେମ୍‌ସର ରୈାପ୍ୟ ପଦକ ବିଜେତା ସୁଟର ଦୀପକ କୁମାର ଭାରତରେ କ୍ରୀଡ଼ା ପରମ୍ପରାକୁ ବିକଶିତ କରିବା କ୍ଷେତ୍ରରେ ସରକାରଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଦେଶରୁ ଅନେକ ପ୍ରତିଭାବାନ କ୍ରୀଡ଼ାବିତମାନଙ୍କର ଆବିଷ୍କାର କରିଛନ୍ତି ।

“ବର୍ତ୍ତମାନ ସରକାର ଆମର କ୍ରୀଡ଼ାବିତ୍ ମାନଙ୍କୁ ପ୍ରତିଯୋଗୀତାପୂର୍ଣ୍ଣ ଚିନ୍ତାଧାରା କ୍ଷେତ୍ରରେ ପ୍ରବର୍ତ୍ତାଇବା ନିମନ୍ତେ ପ୍ରୟାସ କରୁଛନ୍ତି । ଲକ୍ଷ୍ୟରେକେନ୍ଦ୍ରରେ ଥିବା ଅଲମ୍ପିକ ପୋଡିୟମ ଯୋଜନା ଭାରତରେ କ୍ରୀଡ଼ାବିତମାନଙ୍କ ପାଇଁ ଗୋଟିଏ ଉନ୍ନତ ଯୋଜନା ଭାବେ ରହିଆସିଛି । ସରକାରଙ୍କ ତରଫରୁ ଏହି ଅବିରତ ପ୍ରୟାସ ସହିତ ଭାରତୀୟ କ୍ରୀଡ଼ାବିତ୍‌ମାନେ ଆଗାମୀ ଅଲମ୍ପିକ୍ ଗେମଗୁଡ଼ିକରେ ଉନ୍ନତ ଫଳାଫଳ ପ୍ରଦର୍ଶନ କରିବେ ।” ବୋଲି ଏହି ୩୨ ବର୍ଷିୟ ଖେଳାଳୀ ପ୍ରକାଶ କରିଛନ୍ତି ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୩ଟି ସଂସ୍କରଣର ସଫଳ କାର୍ଯ୍ୟକାରିତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହାର ପ୍ରଥମ ସଂସ୍କରଣକୁ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ, ଆସୋସିଏଶନ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌, ନ୍ୟାସ୍‌ନାଲ ସ୍ପୋର୍ଟସ୍ ଫେଡେରେଶନ, ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଏବଂ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟଗୁଡିକର ସହଭାଗିତାରେ ଓଡିଶା ସରକାରଙ୍କ ଦ୍ୱାରା ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଅବସରରେ କୁମାର କହିଛନ୍ତି ଯେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମସରେ ନିଜର ପ୍ରତିଭାର ପ୍ରଦର୍ଶନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଖରେ ଏକ ଉତ୍ତମ ସୁଯୋଗ ରହିଛି ।

ଭାରତର କନିଷ୍ଠ(ଜୁନିୟର) କ୍ରୀଡ଼ାବିତ୍‌ମାନେ ଭିନ୍ନଭିନ୍ନ ପ୍ରତିଯୋଗୀତାରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଯଦି ଆମର କନିଷ୍ଠ କ୍ରୀଡ଼ାବିତମାନେ ଭଲ ପ୍ରଦର୍ଶନ କରନ୍ତି, ତେବେ ଏହି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମସ ଜରିଆରେ ବିଶ୍ୱବିଦ୍ୟାଳୟ ସ୍ତରରେ ଆମେ ଆହୁରି ଅଧିକ ପରିମାର୍ଜିତ କ୍ରୀଡ଼ାବିତମାନଙ୍କୁ ଖୋଜି ବାହାର କରିପାରିବା ।” ବୋଲି ଏହି ୩୨ ବର୍ଷିୟ ଖେଳାଳୀ କହିଛନ୍ତି ।


Share It

Comments are closed.