କବାଡ଼ିରେ ସ୍ୱର୍ଣ୍ଣ ହାସଲ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ


ଅନୁପ କୁମାର ଏବଂ ସୁରେନ୍ଦର ନାଡାଙ୍କ ଭଳି କବାଡ଼ି କିମ୍ବଦନ୍ତୀମାନେ ହରିୟାଣା ରାଜ୍ୟରେ କବାଡ଼ି ପରମ୍ପରାକୁ ଜୀବିତ ରଖିବାରେ ଯୁବପିଢ଼ୀଙ୍କୁ ଅପୁପ୍ରାଣିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ସହିତ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୋଣ ଅନୁକୋଣର ପ୍ରତିଭାବାନ ଖେଳାଳୀମାନଙ୍କୁ ଦେଖିବାକୁ ଯାଉଛି । ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ତିନୋଟି ସଂସ୍କରଣର ସଫଳ ଆୟୋଜନ ପରେ, ଆହୁରି ଅଧିକ ଖେଳ ପ୍ରତିଭାଙ୍କୁ ଖୋଜି ବାହାର କରିବା ପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବା ନିମନ୍ତେ ନିଷ୍ୱତି ନେଇଛନ୍ତି ଯାହାକି ଆସନ୍ତା ଫ୍ରେବୃଆରୀ୨୨ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ସ୍ୱାଗତ କରି ଭୁବନେଶ୍ୱର ରେଳ ଷ୍ଟେସନରେ ବାଲୁକା କଳା

ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ (ରୋହତକ)ରୁ ମୋହିତ ଶେରାୱତ କହିଛନ୍ତି ଯେ ବାଳକ କବାଡ଼ି ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ତାଙ୍କ ଦଳ ସୁନିଶ୍ଚିତ ଅଛନ୍ତି । ଗତବର୍ଷ ଡିସେମ୍ବରରେ ଏହି ବିଶ୍ୱବିଦ୍ୟାଳୟ ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତା (ଅଲ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ) ଜିତିଥିଲା । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଆମେ ଆମର ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତାର ପ୍ରଦର୍ଶନକୁ ଦୋହରାଇବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଏହି ୨୧ ବର୍ଷୀୟ ଖେଳାଳୀ କହିଛନ୍ତି ।

ସେହିଭଳି ହରିୟାଣାର ଅନ୍ୟ ଏକ ବିଶ୍ୱବିଦ୍ୟାଳୟ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ରୋହିତ କୁମାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟକୁ ନିଜର କଡ଼ା ପ୍ରତିଦ୍ୱନ୍ଦୀ ଭାବେ ବିବେଚିତ କରିଥିବାବେଳେ ଖେଲୋ ଇଣ୍ଡିଆ ଗେମ୍ସରେ ସ୍ୱର୍ଣ୍ଣ ହାସଲ କରିବା ନିମନ୍ତେ ଦୃଢ଼ ଆଶାୟୀ ଅଛନ୍ତି । ସେହିଭଳି ବାଳିକା କବାଡ଼ି ପ୍ରତିଯୋଗୀତାରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ଏକ କଡ଼ା ଟକ୍କର ଦେବ ବୋଲି ମୁମ୍ବାଇ ବିଶ୍ୱବିଦ୍ୟାଳୟର ତାନସିମ ସମଦ ବୁରୋନ୍ଦକର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ଆମେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଭଲ ପ୍ରଦର୍ଶନ କରିବୁ ତେବେ ଏହା ଆମ ପାଇଁ ବହୁତ ଭଲ ହେବ । ଏହା ଏକ ମଞ୍ଚ ଯେଉଁଠାରେ ଆମେ ନିଜର ପ୍ରତିଭା ଏବଂ କୌଶଳର ପ୍ରଦର୍ଶନ କରିପାରିବୁ ।”


Share It

Comments are closed.