କେଏଫ୍‌ସି ଇଣ୍ଡିଆର ନୂଆ ଭାଲ୍ୟୁ ବର୍ଗର୍ ରେଞ୍ଜ୍ ମାତ୍ର ୬୯ ଟଙ୍କାରୁ ଆରମ୍ଭ


ରାଉରକେଲା: କେଏଫ୍‌ସି ଇଣ୍ଡିଆ ଏହାର ପ୍ରଶଂସକମାନଙ୍କ ପାଇଁ ୬୯ ଟଙ୍କାରୁ ଆରମ୍ଭ ହେଉଥିବା ନିଜର ନୂତନ ରେଞ୍ଜ୍‌ର ଭାଲ୍ୟୁ ବର୍ଗର୍ ନେଇଆସିଛି । ଏହି ରେଞ୍ଜରେ ପ୍ରଶଂସକମାନେ ଏକାଧିକ ଭେଜ୍ ଓ ଚିକେନ୍ ବର୍ଗର୍ ଯଥା କ୍ଲାସିକ୍ ଚିକେନ୍‌, କ୍ଲାସିକ୍ ଭେଜ୍‌, ସ୍ପାଇସି ଚିକେନ୍ ଓ ସ୍ପାଇସି ଭେଜ୍ ମଧ୍ୟରୁ ଚୟନ କରିପାରିବେ । କ୍ଲାସିକ୍ ଭାରିଆଂଟ୍‌ଗୁଡିକ କେଏଫ୍‌ସିର ସିଗ୍ନେଚର ଚିକେନ୍ କିମ୍ବା ଭେଜ୍ ପ୍ୟାଟିର ଏକ କ୍ରିସ୍ପି ଫିଲେଟ୍ ସହିତ ସଜ୍ଜିତ ହେବା ସହ ସତେଜ ଲେଟ୍ୟୁସ୍ ଓ ଟ୍ୟାଙ୍ଗି ଡାଇନାମାଇଟ୍ କିମ୍ବା କ୍ରିମି ମାୟୋ ସହ ଲେୟର ହୋଇଛି । ଉଭୟ ଚିକେନ୍ ଓ ଭେଜ୍ ଭାରିଅ।।ଂଟ୍‌ଗୁଡିକରେ ସ୍ପାଇସି ବର୍ଗର୍‌ଗୁଡିକ ଏକ ସୁସ୍ୱାଦୁ ଶ୍ରୀରାକା ସସ୍ ସହ ପ୍ୟାକ୍ ହୋଇ ରହିଛି । ମାତ୍ର ୬୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ବର୍ଗରଗୁଡିକ ଆପଣଙ୍କ ସ୍ୱାଦ ସହିତ ଆପଣଙ୍କ ୱାଲେଟ୍ ପ୍ରତି ମଧ୍ୟ ଧ୍ୟାନ ଦେଇଥାଏ । ଏହି ନୂତନ ରେଞ୍ଜ୍ କେଏଫ୍‌ସିର ସାନିଟାଇଜେଶନ, ସାମାଜିକ ଦୂରତା, ସ୍କ୍ରିନିଙ୍ଗ୍ ଓ କଂଟାକ୍ଟଲେସ୍ ସେବାର ୪ ଗୁଣ ସୁରକ୍ଷା ପ୍ରତିଶ୍ରୁତିର ସୁନିଶ୍ଚିତତା ସହିତ ଆସୁଛି ।
କେଏଫସିର ଟିମ୍‌ସଦସ୍ୟମାନେ ଜଟିଳ ପରିମଳ ବ୍ୟବସ୍ଥାର ଅନୁସରଣ କରୁଥିବା ବେଳେ ସମସ୍ତ ଚଟ୍ଟାଣ ଓ ପ୍ରତ୍ୟେକ ଅର୍ଡର୍ ପରେ ଫୁଡ୍ ଡେଲିଭରି ବ୍ୟାଗ୍‌ଗୁଡିକୁ ପ୍ରତି ୩୦ ମିନିଟ୍‌ରେ ଥରେ ସାନିଟାଇଜ୍ କରିଥାନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସମସ୍ତ ଟିମ୍ ସଦସ୍ୟ ଓ ଡେଲିଭରି ଏକ୍‌ଜିକ୍ୟୁଟିଭ୍‌ମାନେ ରେଷ୍ଟୁରାଂଟ୍‌ରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଯାଂଚ କରିବା ପାଇଁ ସ୍କ୍ରିନିଙ୍ଗ୍ କରାଯାଇଥାଏ । ରେଷ୍ଟୁରାଂଟ୍ ସମେତ ରୋଷେଇ ଘରଗୁଡିକରେ ସମାଜିକ ଦୂରତାର ପାଳନ କରାଯାଉଛି ଏବଂ ପରସ୍ପରଠାରୁ ଆବଶ୍ୟକୀୟ ଦୂରତା ବଜାୟ ରଖିବା ପାଇଁ ଗ୍ରାହକମାନଙ୍କୁ ପରାମର୍ଶ ଦେବା ଲାଗି ଫ୍ଲୋର୍ ଷ୍ଟିକରିଙ୍ଗ୍ କରାଯାଇଛି । ଅନ୍‌ଲାଇନ୍ ପେମେଂଟ୍‌ଗୁଡିକୁ ଏକ ଅଭ୍ୟାସ କରିବା ସହିତ ଏକ ସମ୍ପୂର୍ଣ୍ଣ କଂଟାକ୍ଟଲେସ୍ ଡେଲିଭରି ଓ ଟେକ୍‌-ଆୱେ ଆଭିମୁଖ୍ୟକୁ ଗ୍ରହଣ କରି ଆମେ ଡେଲିଭରି ଏକ୍‌ଜିକ୍ୟୁଟିଭ୍ ଓ ଗ୍ରାହକଙ୍କ ମଧ୍ୟରେ ଶୂନ ଯୋଗାଯୋଗକୁ ସୁନିଶ୍ଚିତ କରୁଛୁ । ବର୍ଗର୍ ପାଇଁ ଆପଣଙ୍କ ନିକଟସ୍ଥ କେଏଫ୍‌ସି ରେଷ୍ଟୁରାଂଟ୍‌କୁ ଯାଆନ୍ତୁ କିମ୍ବା କେଏଫ୍‌ସି ୱେବ୍‌ସାଇଟ୍ (https://online.kfc.co.in/) କିମ୍ବା ଆପ୍ (ଆପ୍ ଷ୍ଟୋର୍ ଓ ପ୍ଲେଷ୍ଟୋର୍‌ରେ ଉପଲବ୍ଧ)ରେ ଭିଜିଟ୍ କରନ୍ତୁ ।


Share It

Comments are closed.