କେଏଫ୍‌ସି ଇଣ୍ଡିଆ ପକ୍ଷରୁ ରାଉରକେଲାରେ ‘ବିଗ୍ ଟ୍ରିଟ୍ ୱିକ୍‌’


ରାଉରକେଲା: କେଏଫ୍‌ସି ଇଣ୍ଡିଆ ପକ୍ଷରୁ ନିକଟରେ ରାଉରକେଲାରେ ଏହାର ପ୍ରଥମ ରେଷ୍ଟୁରାଂଟ୍‌ର ଉନ୍ମୋଚନ କରାଯାଇଥିଲା । କେଏଫ୍‌ସି ଇଣ୍ଡିଆ ଗ୍ରାହକଙ୍କର କେଏଫ୍‌ସି ଫେରାଇଟ୍‌ଗୁଡିକ ଉପରେ କମ୍ବୋ ଓ ରିହାତିର ଏକ ଆକର୍ଷଣୀୟ ସପ୍ତାହ – ବିଗ୍ ଟ୍ରିଟ୍ ୱିକ୍‌ର ଘୋଷଣା ସହିତ ଚିକେନ୍‌୍ ପ୍ରେମୀଙ୍କୁ ଖୁସି ପ୍ରଦାନ କରୁଛି! ପେଟିଏମ୍‌ରେ ୪୨% ପର୍ଯ୍ୟନ୍ତ ସଂଚୟ ଓ ୧୦୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ସହିତ ବିଗ୍ ଟ୍ରିଟ୍ ୱିକ୍ ହେଉଛି ସେସବୁକିଛି ଯାହା ଗ୍ରାହକମାନେ ଚାହୁଁଛନ୍ତି । ୨୩ ଜାନୁଆରୀରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ- ବକେଟ୍ ଫୁଲ୍ କ୍ରିସ୍ପି ଚିକେନ, ଚିକେନ୍ ପପ୍‌କର୍ଣ୍ଣ, ରାଇସ୍ ବାଉଲ୍‌, ଜିଞ୍ଜର୍ ଓ ଆହୁରି ଅନେକ ଖାଦ୍ୟ ପଦାର୍ଥ ମଧ୍ୟରୁ ନିଜ ପସନ୍ଦକୁ ଗ୍ରାହକମାନେ ଚୟନ କରିପାରିବେ ।
ଫୋରମ୍ ଗ୍ୟାଲେରିଆ ମଲ୍‌ରେ ବ୍ରାଣ୍ଡ-ନ୍ୟୁ କେଏଫ୍‌ସି ରେଷ୍ଟୁରାଂଟ୍‌ରେ ୧୪୯ ଟଙ୍କାରୁ ଆରମ୍ଭ ହେଉଥିବା ଏକାଧିକ କେଏଫ୍‌ସି ସିଗ୍ନେଚର ଉତ୍ପାଦ ଓ ଏକ ଅତୁଳନୀୟ ମୂଲ୍ୟ ସହିତ ଭାରି ରିହାତିର ଲାଭ ଉଠାନ୍ତୁ । ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲୁଥିବା ଏହି ବ୍ରାଣ୍ଡ-ନ୍ୟୁ ରେଷ୍ଟୁରାଂଟ୍ ୧୫୨୫ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ଏବଂ ଏଠାରେ ଏକାସଙ୍ଗେ ୫୨ ଜଣ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି । ଗ୍ରାହକମାନେ ବିଭିନ୍ନ ଫୁଡ୍ ଚ୍ୟାନେଲ୍‌ର ଡେଲିଭରି, ଟେକ୍‌ଆୱେ, କେଏଫ୍‌ସି ଟୁ ୟୋର୍ କାର୍‌/ବବାଇକ୍ ସହିତ ରେଷ୍ଟୁରାଂଟ୍‌ରେ ଡାଇନ୍‌-ଇନ୍ ଆଦି ସୁବିଧା ମାଧ୍ୟମରେ ଏକ ସୁରକ୍ଷିତ ଓ କଂଟାକ୍ଟଲେସ୍ ଉପାୟରେ ନିଜର କେଏଫ୍‌ସି ଫେଭରାଇଟ୍‌ସକୁ ପାଇପାରିବେ । ଗ୍ରାହକମାନେ କେଏଫ୍‌ସିର ବିଗ୍ ଟ୍ରିଟ୍ ୱିକ୍‌କୁ ଉପଭୋଗ କରିବା ପାଇଁ କେଏଫ୍‌ସି ଆପ୍ (ପ୍ଲେଷ୍ଟୋର୍‌ରେ ଉପଲବ୍ଧ)ରୁ କିମ୍ବା କେଏଫ୍‌ସି ୱେବ୍‌ସାଇଟ୍ , ମୋବାଇଲ ସାଇଟ୍ (www.kfc.co.in)ରୁ ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ ।
କେଏଫସିର ଟିମ୍ ସଦସ୍ୟମାନେ ଜଟିଳ ସାନିଟାଇଜେଶନ ପ୍ରକ୍ରିୟାର ଅନୁସରଣ କରୁଥିବାବେଳେ ସମ୍ପୁର୍ଣ୍ଣ ଚଟ୍ଟାଣକୁ ପ୍ରତି ୩୦ ମିନିଟ୍‌ରେ ଓ ପ୍ରତ୍ୟେକ ଅର୍ଡର ପରେ ଫୁଡ୍ ଡେଲିଭରି ବ୍ୟାଗ୍‌ଗୁଡିକୁ ସାନିଟାଇଜ୍ କରାଯାଉଛି । ରେଷ୍ଟୁରାଂଟ୍‌ରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ଟିମ୍ ସଦସ୍ୟ ଓ ଡେଲିଭରି ଏକ୍‌ଜିକ୍ୟୁଟିଭ୍ ମାନଙ୍କର ଶରୀରର ତାପାମତ୍ରା ଯାଂଚ କରିବା ପାଇଁ ସ୍କ୍ରିନିଙ୍ଗ୍ କରାଯାଉଛି । ଗ୍ରାହକମାନେ ପରସ୍ପରଠାରୁ ଆବଶ୍ୟକୀୟ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଫ୍ଲୋର୍ ଷ୍ଟିକର୍ ଗାଇଡିଙ୍ଗ୍ ସହିତ ରୋଷେଇ ଘର ଓ ରେଷ୍ଟୁରାଂଟ୍‌ରେ ସାମାଜିକ ଦୂରତା ନିମୟର କଡାକଡି ଭାବେ ପାଳନ କରାଯାଉଛି । ଏକ ସମ୍ପୂର୍ଣ୍ଣ କଂଟାକ୍ଟଲେସ୍ ଡେଲିଭରି ଓ ଟେକ୍‌-ଆୱେ ଆଭିମୁଖ୍ୟକୁ ଗ୍ରହଣକରି ଆମେ ସୁପାରିଶ କରୁଥିବା ଅଭ୍ୟାସ ଭାବେ ଅନ୍‌ଲାଇନ୍ ପେମେଂଟ୍ ସହିତ ଡେଲିଭରି ଏକ୍‌ଜିକ୍ୟୁଟିଭ୍ ଓ ଗ୍ରାହକଙ୍କ ମଧ୍ୟରେ ନୋ କଂଟାକ୍ଟକୁ ସୁନିଶ୍ଚିତ କରୁଛୁ ।


Share It

Comments are closed.