କେଲ୍‌ଭିନେଟର ହୋମ୍ ଆପ୍ଲାଏନ୍ସେସ୍ ସମ୍ଭାରର ଭାରତରେ ଶୁଭାରମ୍ଭ


ମୁମ୍ବାଇ / ଭୁବନେଶ୍ୱର: କେଲଭିନେଟର, ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନାମ ଓ ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ଗୁଣମାନ, ଦୀର୍ଘସ୍ଥାୟୀତ୍ୱ ଓ କାର୍ଯ୍ୟଦକ୍ଷତାର ପରିଚୟ ଅଟେ । ଏହା ବ୍ୟାପକ ଶ୍ରେଣୀୟ କଞ୍ଜୁମର ଡ୍ୟୁରେବଲ୍ ଯଥା ଏୟାର-କଣ୍ଡିସନର, ରେଫ୍ରିଜରେଟର, ୱାସିଂ ମେସିନ୍ ଓ କ୍ଷୁଦ୍ର ଗୃହ ଉପକରଣ ସମ୍ଭାର ସହ ଭାରତରେ ଶୁଭାରମ୍ଭ କରିଛି । ଏହି ଉତ୍ପାଦ ଗୁଡ଼ିକ ଉଭୟ ରେଗୁଲାର ଓ ପ୍ରିମିୟମ ରେଞ୍ଜରେ ଉପଲବ୍ଧ ଏବଂ ଏହା ସମସ୍ତ ପ୍ରକାର ଗ୍ରାହକଙ୍କ ଆବଶ୍ୟକତାକୁ ପୁରଣ କରିଥାଏ ।
ବ୍ରାଣ୍ଡର ଟ୍ୟାଗଲାଇନ୍ “ରେଡି ଫର ଏନିଥିଂ” କୁ ବାସ୍ତବରେ ପ୍ରତିପାଦିତ କରୁଥିବା କେଲଭିନେଟର ସାମଗ୍ରୀ ଗୁଡ଼ିକ ଦୀର୍ଘସ୍ଥାୟୀ ଓ ବିଶ୍ୱସନୀୟ ଅଟେ । ଏହି କାରଣରୁ ଏହା ଭାରତୀୟ ମାନଙ୍କର ଏକ ପସନ୍ଦର ବ୍ରାଣ୍ଡ ରହିଆସିଛି । ଏହି ଉତ୍ପାଦଗୁଡ଼ିକୁ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଓ ପରିବର୍ତିତ ରୂପରେଖ ଅନୁସାରେ ପ୍ରସ୍ତୁତ କରାଯାଇଛି ।
କେଲ୍‌ଭିନେଟର ଏହାର ଉତ୍ପାଦଗୁଡିକର ନୂତନତା ପ୍ରଦାନ କରିବାର ଦକ୍ଷତା ପାଇଁ ବିଶ୍ୱପ୍ରସିଦ୍ଧ । ଏହି ନୂତନ ରେଞ୍ଜର ଗୃହ ଉପକରଣ ଭାରତୀୟ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଏଥିରେ ରହିଛି ଅନେକ ନୂତନ ବୈଶିଷ୍ଟ୍ୟ ଓ ଖୁବ୍ କମ୍ ମୂଲ୍ୟରେ ଏହି ସବୁ ସୁବିଧା ପ୍ରଦାନ କରାଯାଉଛି ।
ଏଠାରେ ଆମେ କିଛି ସ୍ୱତନ୍ତ୍ର ଅଫର ବିଷୟରେ ଜାଣିବା :
ଚା କେଲ୍‌ଭିନେଟର ଡାଇରେକ୍ଟ କୁଲ୍ – ଭାରତର ପ୍ରଥମ ଏକକ (ସିଙ୍ଗିଲ୍‌) ଡୋର ଫ୍ରିଜ୍ ଯେଉଁଥିରେ ରହିଛି ଫ୍ରଂଟ୍ ୱାଟର ଡିସ୍‌ପେନ୍‌ସନର
ଚା ପ୍ରିମିୟମ ସାଇଡ-ବାଇ-ସାଇଡ୍ ରେଫ୍ରିଜରେଟର ସମ୍ଭାର, ସର୍ବାଧିକ ଷ୍ଟୋରେଜ୍ କ୍ଷମତା ସହିତ
ଚା ୯୬୦ ଘଣ୍ଟାର ନନ୍‌-ଷ୍ଟପ୍ କୁଲିଂ ପାଇଁ ପରିକ୍ଷିତ ଏସି ସମ୍ଭାର
ଚା ଫ୍ରଂଟ ଲୋଡ୍ ୱାସିଂ ମେସିନ୍ ଯେଉଁଥିରେ ରହିଛି “ଆଡ୍ ଗାର୍‌ମେଂଟ” ବୈଶିଷ୍ଟ୍ୟ – ଏହାଦ୍ୱାରା ୟୁଜର ସଫା କରିବା ମଝିରେ ମଧ୍ୟ ପୋଷାକ ପକାଇ ପାରିବେ ।
ଚା ୫-ଷ୍ଟାର ସେମି ଅଟୋମେଟିକ୍ ୱାସିଂ ମେସିନ୍ – ଏହା ଗ୍ରାହକଙ୍କର ଉଭୟ ବିଜୁଳି ଓ ପାଣି ଖର୍ଚ୍ଚକୁ କମ୍ କରିଥାଏ ।
କେଲ୍‌ଭିନେଟର ଉପକରଣଗୁଡ଼ିକ ସାରା ଭାରତରେ ବ୍ୟାପକ ବିତରଣ ନେଟୱର୍କ, ବଡ଼ ଫର୍ମାଟ୍ ଷ୍ଟୋର ଓ ଆଧୁନିକ ରିଟେଲ ଆଉଟଲେଟ୍ ଜରିଆରେ ଉପଲବ୍ଧ ହୋଇଛି । ଗ୍ରାହକମାନେ ସେମାନଙ୍କର ନିକଟତମ ଷ୍ଟୋରକୁ ଯାଇ କେଲ୍‌ଭିନେଟର ଉତ୍ପାଦକୁ କ୍ରୟ କରିପାରିବେ ବା ଅଗ୍ରଣୀ ରିଟେଲରଙ୍କ ୱେବସାଇଟ୍ ଜରିଆରେ ମଧ୍ୟ ଏହା କିଣିପାରିବେ ।
ଇନଷ୍ଟାଲେସନ ଓ ସର୍ଭିସ୍ ସହାୟତା ପାଇଁ ଗ୍ରାହକମାନେ କେଲ୍‌ଭିନେଟରର ବ୍ୟାପକ ସର୍ଭିସ୍ ନେଟୱର୍କର ସୁବିଧା ପାଇପାରିବେ ଯାହାକି ସାରା ଭାରତରେ ୧୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ୧୮୭ ଟି ସର୍ଭିସ୍ ସେଂଟର ଜରିଆରେ ବର୍ଷର ୩୬୫ ଦିନ ଉପଲବ୍ଧ ଅଟେ ।
କେଲ୍‌ଭିନେଟର ଇଣ୍ଡିଆ
କେଲ୍‌ଭିନେଟର ଉପକରଣ ଭାରତରେ ସ୍ୱତନ୍ତ୍ର ଭାବରେ ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ଦ୍ୱାରା ବିପଣନ କରାଯାଉଛି । କେଲ୍‌ଭିନେଟର ହେଉଛି ଇଲେକ୍‌ଟ୍ରୋଲକ୍ସ ହୋମ୍ ପ୍ରଡକ୍ଟ, ଆଇଏନସି ର ପଞ୍ଜୀକୃତ ଟ୍ରେଡମାର୍କ ଓ ଏହା ରିଲାଏନ୍ସ ରିଟେଲ୍ ଲିମିଟେଡ୍ ଦ୍ୱାରା ଇଲେକ୍‌ଟ୍ରୋଲକ୍ସ ହୋମ୍ ପ୍ରଡକ୍ଟ, ଆଇଏନସିର ଲାଇସେନ୍ସ ଅଧୀନରେ ବ୍ୟବହାର କରାଯାଉଛି ।


Share It

Comments are closed.