ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ ଫିଟିକିରି, କରନ୍ତୁ ଏଭଳି ଉପାୟ


ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଚାରିପାଖରେ ଥିବା ପରିବେଶ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଘର କିମ୍ବା କର୍ମକ୍ଷେତ୍ରରେ ବାସ୍ତୁ ତ୍ରୁଟି ହେତୁ ଜୀବନ ଚିନ୍ତା ଏବଂ ସମସ୍ୟା ଦ୍ୱାରା ଘେରି ରହିଥାଏ । ଏହି କାରଣରୁ, ପ୍ରଗତିରେ ବାଧା, ସମ୍ପର୍କରେ ବିଚ୍ଛିନ୍ନତା, ଆର୍ଥିକ ସମସ୍ୟା ଇତ୍ୟାଦି ସାମ୍ନା କରିବାକୁ ପଡିଥାଏ । ତେଣୁ ଏହାକୁ ଏଡାଇବା ପାଇଁ ଫିଟିକିରି ସହିତ ଜଡିତ କିଛି ଉପାୟ କରାଯାଇପାରିବ । ବାସ୍ତୁ ଶାସ୍ତ୍ରରେ ଫିଟିକରିର ବିଶେଷ ମହତ୍ତ୍ୱ ରହିଛି । ଏହା ସହ ଜଡିତ କିଛି ଉପାୟ କରିବା ଦ୍ୱାରା, ଘର ଏବଂ କାର୍ଯ୍ୟକ୍ଷେତ୍ରରେ ଥିବା ନକାରାତ୍ମକ ଶକ୍ତି ସକରାତ୍ମକରେ ରୂପାନ୍ତରିତ ହୋଇଥାଏ । ଜୀବନର ସମସ୍ୟା ଦୁର ହୋଇ, ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ଫିଟିକିରି ସହ ଜଡିତ ଉପାୟ ଗୁଡିକ ବିଷୟରେ…

ସକରାତ୍ମକ ଶକ୍ତି ପାଇଁ:

ଯେତେବେଳେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ସେତେବେଳେ, ସମସ୍ୟା ଏବଂ ଚିନ୍ତା ବୃଦ୍ଧି ପାଇଥାଏ । ଏହାକୁ ଏଡାଇବା ପାଇଁ ଘରର ଝରକା ପାଖରେ ଏକ ଫିଟିକରି ରଖନ୍ତୁ । ଏହା ଘରେ ସକାରାତ୍ମକ ଶକ୍ତି ଯୋଗାଇଥାଏ ।

ବ୍ୟବସାୟରେ ଅଭିବୃଦ୍ଧି ପାଇଁ:

ଏକ କଳା କପଡ଼ାରେ ଫିଟିକିରିକୁ ବାନ୍ଧି ଅଫିସ୍ କିମ୍ବା ଦୋକାନର ମୁଖ୍ୟ ପ୍ରବେଶ ପଥରେ ବାନ୍ଧନ୍ତୁ । ଏହା ପ୍ରଗତି ପାଇଁ ବାଟ ଖୋଲିଥାଏ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ:

ପାଣିରେ କିଛି ଫିଟିକିରି ମିଶାଇ ଗାଧାନ୍ତୁ ଏବଂ ଘର ସଫା କରନ୍ତୁ । ବାସ୍ତୁ ଅନୁସାରେ ଏହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଧନଲାଭର ଯୋଗ ହୋଇଥାଏ।

ବାସ୍ତୁ ଦୋଷ ଦୁର କରିବା ପାଇଁ:

ଯଦି ଘର କିମ୍ବା ଅଫିସରେ ବାସ୍ତୁ ତ୍ରୁଟି ରହିଥାଏ ତେବେ ସେଠାରେ ବାଧା ଉପୁଜି ଥାଏ । ଏହାକୁ ଏଡାଇବା ପାଇଁ ଏକ ପାତ୍ରରେ ୫୦ ଗ୍ରାମ ଫିଟିକିରି ରଖନ୍ତୁ । ତା’ପରେ ସେହି ପାତ୍ରକୁ ଘର କିମ୍ବା କାର୍ଯ୍ୟାଳୟର ଯେକୌଣସି କୋଣରେ ରଖନ୍ତୁ । ମନେରଖନ୍ତୁ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରିକି କେହି ଏହାକୁ ଦେଖିପାରିବେ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କୁ ଶୀଘ୍ର ଲାଭ ମିଳିଥାଏ ।


Share It

Comments are closed.