ଘରେ ଏହିସବୁ ଜିନିଷ ରଖିବା ଦ୍ବାରା ଜୀବନରେ ବଜାୟ ରହିଥାଏ ସୁଖ ସମୃଦ୍ଧି


ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି ଉପାୟ ରହିଛି ଯାହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ। ଘରେ କେଉଁ ସବୁ ବସ୍ତୁ ରଖିଲେ ସୁଖ ସମୃଦ୍ଧି ଆସିଥାଏ ଜାଣନ୍ତୁ…

୧. ତୁଳସୀ ଗଛ – ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଲଗାଇଲେ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ବୋଲି କୁହାଯାଏ। ବିଧି ବିଧାନ ଅନୁଯାୟୀ ତୁଳସୀ ପୂଜା କଲେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି।

୨. ମାଟି ପାତ୍ର – ବାସ୍ତୁଶାସ୍ତ୍ର ଅନୁସାରେ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଘରେ ମାଟି ପାତ୍ର ବା ମାଠିଆରେ ପାଣି ରଖିବା ଉଚିତ। ଏହି ମାଠିଆକୁ ଘରର ଉତ୍ତର ଦିଗରେ ରଖିବା ଉଚିତ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି କୁହାଯାଏ।

୩. କ୍ରିଷ୍ଟାଲ ବଲ – ଘରେ କ୍ରିଷ୍ଟାଲ ବଲ ରଖିବା ବହୁତ ଶୁଭ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର କବାଟ କିମ୍ବା ଝରକା ଉପରେ କ୍ରିଷ୍ଟାଲ ବଲ ଲଗାଇବା ଉଚିତ। ଘରେ କ୍ରିଷ୍ଟାଲ ବଲ ଲଗାଇବା ଦ୍ୱାରା ଧନର ଅଭାବ ରହେ ନାହିଁ।

୪. ଧାତୁର କଇଁଛ – ଘରେ ଧାତୁର କଇଁଛ ରଖିବା ବହୁତ ଶୁଭ ବୋଲି କୁହାଯାଏ। ଧାତୁରେ ତିଆରି କଇଁଛ ଘରର ଉତ୍ତର ଦିଗରେ ରଖିବା ଉଚ୍ଚତ। କଇଁଛର ମୁହଁ ଘର ଭିତର ଆଡକୁ ରହିବ ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧ ବାସ କରିଥାଏ।

୫. ହାତୀ ମୂର୍ତ୍ତି – ହାତୀ ମୂର୍ତ୍ତି ବହୁତ ଶୁଭ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରେ ହାତୀ ମୂର୍ତ୍ତି ବା ଯୋଡ଼ା ହଂସ ପ୍ରତିମା ରଖିବା ବହୁତ ଶୁଭ ହୋଇଥାଏ।


Share It

Comments are closed.