ଘରେ ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ, ନଚେତ ସୃଷ୍ଟି ହୁଏ ବାସ୍ତୁଦୋଷ


ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ବ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ କାର୍ଯ୍ୟ କଲେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ..

-ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
-ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ। ଆଲମିରା ଅଳ୍ପ ଭାଙ୍ଗି ଥିଲେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏଥିରେ ଟଙ୍କାପଇସା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
-ଯେଉଁ ଗୃହରେ ନାରୀଙ୍କୁ ସମ୍ମାନ ମିଳେ ନାହିଁ, ସେଠାରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଘରର ନାରୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ।
-ଗାଧୁଆ ଘରର ଦରଜାକୁ ଖୋଲା କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବିନା କାରଣରେ ଟଙ୍କାପଇସା ଖର୍ଚ୍ଚ ଲାଗି ରହିଥାଏ।
-ରୋଷେଇ ଘରେ କୌଣସି ପ୍ରକାରର ଔଷଧ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିନଥାଏ।
-ସୋଫା ଆଦି ଘରର ସାଜସଜ୍ଜା ଦ୍ରବ୍ୟ ଭାଙ୍ଗି ଥିଲେ, ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
-ତୁଳସୀବୃକ୍ଷ ନିକଟରେ ଘିଅ ଦୀପ ପ୍ରତିଦିନ ଲଗାନ୍ତୁ।
-ଶୋଇବା କକ୍ଷରେ ଝାଡ଼ୁ, ବାସନକୁସନ ରଖନ୍ତୁ ନାହିଁ।
-ଭୋଜନର ପ୍ରଥମ ଭାଗ ଭଗବାନ ଓ ଗାଈଙ୍କୁ ସମର୍ପଣ କରି ଖାଆନ୍ତୁ।


Share It

Comments are closed.