ବଜାରକୁ ଆସିଲା କାୱାସିକ ନିଞ୍ଜା ୪୦୦


ଯୁବ ସମୟ – ଭାରତରେ କାୱାସିକ ମୋଟରସ ପକ୍ଷରୁ ନିଞ୍ଜା ୪୦୦ର ଶୁଭାରମ୍ଭ କରାଯାଇଛି । ଯାହାର କି ( ଏକ୍ସ –ସୋରୁମ ଦିଲ୍ଲୀର ମୂଲ୍ୟ ୪.୬୯) ଟଙ୍କା ରହିଛି । ଏହି ନିଞ୍ଜା ୪୦୦ଟି ନୂଆ, ଅତ୍ୟଧିକ ଷ୍ଟାଇଲିସ ହେବା ସହ ଏଥିରେ ଅତ୍ୟାଧୁନିକ ଇଞ୍ଜିନ ମଧ୍ୟ ରହିଛି । ନିଞ୍ଜା ୪୦୦ଟି ଅଲ ନିୟୁ ୩୯୯ ସି ପାରାଲେଲ-ଟ୍ୱିନ ବିଶିଷ୍ଟ, ଯାହାକି ୧୦,୦୦୦ ଆରପିଏମରେ ୪୪.୪ ବିଏଚପି ଏବଂ ୮,୦୦୦ ଆରପିଏମରେ ୩୮ ଏନଏମ ପିକ ଟରକିୟୁ ରହିଛି । ଏହି ଇଞ୍ଜିନଟି ସିକ୍ସ-ସ୍ପିଡ ମାନୁଆଲ ଗିୟର ବକ୍ସରେ ଯୋଡା ହୋଇଛି ।
ଏହି ନିଞ୍ଜା ୪୦୦ର ଶୁଭାରମ୍ଭ ଅବସରରେ, ଇଣ୍ଡିଆ କାୱାସିକ ମୋଟରସର ପରିଚାଳନା ନିର୍ଦ୍ଦେଶକ, ୟୁତକା ୟାମାସିଥିଆ କହିଛନ୍ତି ଯେ, “ପ୍ରାରମ୍ଭିକ ଚାଳକଙ୍କ ପାଇଁ ନିଞ୍ଜା ୩୦୦ ଏବଂ ଅନୁଭବୀ ଚାଳକଙ୍କ ପାଇଁ ନିଞ୍ଜା ୬୫୦ଟି ବହୁତ ଲୋକପ୍ରିୟ ଅଟେ । ଏହି ନିଞ୍ଜା ୪୦୦ଟି ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି, ଯେଉଁମାନେ ନିଞ୍ଜା ୩୦୦ ଏବଂ ୬୫୦ ସିସି ମଧ୍ୟରେ ସ୍ପୋର୍ଟସ ବାଇକ କିଣିବାକୁ ଚାହୁଁଛନ୍ତି । ନିଞ୍ଜା ୪୦୦ର ଶୁଭାରମ୍ଭ ପରେ ଆମେମାନେ ନିଞ୍ଜାର ଏକ ଉତ୍ତମ ଶୃଙ୍ଖଳାର ପରିବାର ପ୍ରସ୍ତୁତ କରିବାରେ ସାମାର୍ଥ ହୋଇଛୁ । ବର୍ତ୍ତମାନ ନିଞ୍ଜା ୪୦୦ଟି ସୀମିତ ସଂଖ୍ୟାରେ ଉପଲବ୍ଧ ରହିବ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଞ୍ଜା ୩୦୦ ଭାରତରେ ଫ୍ଲାଗସିପ ରହିଛି ଏବଂ ଏହା ନିଞ୍ଜାର ଅନ୍ୟ ମଡେଲ ସହ ବିକ୍ରି ଜାରି ରହିବ” ।


Share It

Comments are closed.