ଏକେଲାପଣକୁ ଦୂର କରିବା ପାଇଁ ବୟଫ୍ରେଣ୍ଡ ଖୋଜୁଛନ୍ତି କ୍ୟାଟ୍ରିନା


ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କ୍ୟାଟ୍ରିନା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମର ସୁଟିଙ୍ଗକୁ ନେଇ ସେ ଖୁବ ବ୍ୟସ୍ତ ଥିବାର ଜଣା ପଡୁଥିବାବେଳେ ପ୍ରାୟ ସମସ୍ତେ ତାଙ୍କର ସୌନ୍ଦର୍ଯ୍ୟ ପାଗଳ ଅଟନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ ସମସ୍ତଙ୍କ ହୃଦୟ ରାଣୀ ହେଉଛନ୍ତି କ୍ୟାଟ୍ରିନା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଥିବା ଏହି ଅଭିନେତ୍ରୀ ଏଭଳି କିଛି କଥା କହିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ତାଙ୍କୁ ପ୍ରପୋଜ କରିବା ପାଇଁ ଇଚ୍ଛୁକ ହେବେ ।
କଥା ଟି ଏପରି ଥିଲା ଯେ, ସାମ୍ବାଦିକ ମାନଙ୍କ ଦ୍ୱାରା କ୍ୟାଟ୍ରିନା କୈଫଙ୍କୁ ଏକ ପ୍ରଶ୍ନ କରାଯାଇଥିଲା, ଆପଣ ଏହି ବର୍ଷ କେଉଁ ୩ଟି ଇଚ୍ଛା ପୂରଣ କରିବାକୁ ଚାହିଁବେ ?
ଏହାର ଉତ୍ତରରେ କ୍ୟାଟ୍ରିନା କହିଥିଲେ ଯେ, “ବୟଫ୍ରେଣ୍ଡ, ନିଜର ପ୍ରଡକ୍ସନ ହାଉସ ଏବଂ ବର୍ତ୍ତମାନ ସେ ସିଙ୍ଗଲ ରହିବାକୁ ଚାହୁଁ ନାହାନ୍ତି । ” ଏହାର ଅର୍ଥାତ ଏହା ଯେ, ସେ ବର୍ତ୍ତମାନ ଜୀବନସାଥୀ ଚାହୁଁଛନ୍ତି ବୋଲି ଇଙ୍ଗିତ କରି କହିଛନ୍ତି ।
୩ ବର୍ଷ ପୂର୍ବେ ନିଜର ଏକ୍ସ ବୟପ୍ରେଣ୍ଡ ରଣବୀର କପୁରଙ୍କ ଠାରୁ ବ୍ରେକଅଫ ହେବା ପରେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ସବୁଠାରୁ ମୁଖ୍ୟ କଥା ଏହା ଯେ, ରଣବୀରଙ୍କ ପୂର୍ବରୁ କ୍ୟାଟ୍ରିନାଙ୍କର ସଲମାନଙ୍କ ସହ ସଂପର୍କ ଥିଲା ବୋଲି ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ସଲମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ପୁଣି ଥରେ ସେହି ସଂପର୍କ ଗଢିଉଠିବାକୁ ଲାଗିଲାଣି ।
କ୍ୟାଟ୍ରିନା ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଙ୍ଗ ପାଇଁ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ସଲମାନ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ଜୋର ସୋରସେ ଚାଲିଛି । ଫିଲ୍ମଟି ଏହି ବର୍ଷ ରିଲିଜ ହୋଇପାରେ ।


Share It

Comments are closed.