କାଶ୍ମୀରରେ ଯିଏ ଆମ ବିରୋଧରେ ବନ୍ଧୁକ ଉଠାଇବ ସେ ନିଶ୍ଚିତ ମରିବ


ଗତ କାଲି କାଶ୍ମୀରରେ ସେନା, ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସେନା ଏବଂ ସିଆଇପିଏଫ ପକ୍ଷରୁ ସୂଚନା ଦିଆଯାଇଥିଲା ସେମାନେ ୧୦୦ ଘଣ୍ଟା ମଧ୍ୟରେ ଜୈଶର ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏବଂ ଆହୁରୀ ମଧ୍ୟ ସୂଚନା ଦେଇଛନ୍ତି ଯେ, “କାଶ୍ମୀରରେ ଯେଉଁ ପିଲାମାନେ ଅସ୍ତ୍ର ଉଠାଉଛନ୍ତି ସେମାନଙ୍କ ମା’ ତାଙ୍କ ପିଲାମାନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କୁହନ୍ତୁ ନଚେତ ଆମେ ତାଙ୍କୁ ସଫା କରି ଦେବୁ । ”
ସେନା ପକ୍ଷରୁ ଆହୁରୀ ମଧ୍ୟ ସୂଚନା ଦିଆଯାଇଛି ଯେ, “ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ସେନା, ଆଇଏସଆଇ ଏବଂ ଜୈଶର ହାତ ରହିଛି । ଏବଂ କାଶ୍ମୀରରେ ଯିଏ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବ ତାକୁ ତୁରନ୍ତ ମାରି ଦିଆଯିବ ।”
ପ୍ରକାଶ ଥାଉକି ଗତ କାଲି ସେନା ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ଜୈଶର ତିନି ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସେନା ନିପାତ କରିଥିଲା । ଯିଏକି ତାଙ୍କର ଟପ କମାଣ୍ଡର ଥିଲେ ।


Share It

Comments are closed.