ଶାହା ଫୈଜଲଙ୍କ ‘ରେପିସ୍ତାନ’ ମନ୍ତବ୍ୟ ବିରୋଧରେ ସୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ


କେନ୍ଦ୍ର ସରକାର ଜମ୍ମୁ କାଶ୍ମୀର ପ୍ରଥମ ୟୁପିଏସଏସି ଟପ୍ପର ଶାହା ଫୈଜଲ (୩୫)ଙ୍କ ବିରୋଧରେ ସୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନିକ ବିଭାଗର ଆଦେଶ ଅନୁଯାୟୀ ‘ଫୌଜଲ ନିଜର କର୍ତ୍ତବ୍ୟକୁ ନେଇକରି ସଚୋଟତା ପ୍ରମାଣ କରିବାରେ ଅସମର୍ଥ ଅଟନ୍ତି । ସେଥିପାଇଁ ରାଜ୍ୟ ସରକାର ତାଙ୍କ ବିରୋଧରେ ସୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ’ । ଫେଜଲ ଟ୍ୱିଟ କରି କହିଥିଲେ ଯେ, ‘ବଂଶବାଦ +ଜନସଂଖ୍ୟା +ଅଶିକ୍ଷିତ + ମଦ୍ୟପାନ + ପର୍ନ + ପ୍ରଯୁକ୍ତି + ଅରାଜକତା = ରେପିସ୍ଥାନ ।’ ଏହା ପରେ ଫୈଜଲ ସରକାରୀ ଆଦେଶର କପିକୁ ଟ୍ୟାଗ କରି ଲେଖିଛନ୍ତି ଯେ, ‘ଦକ୍ଷିଣ ଏସିଆରେ ଦୁଷ୍କର୍ମ ପରମ୍ପରାକୁ ବ୍ୟଙ୍ଗାତ୍ମକ ଭାବେ ମୁଁ ଲେଖିବା ପରେ ମୋର ବସଙ୍କ ତରଫରୁ ଲଭ ଲେଟର ଆସିଛିି ।’ ମାମଲା ଏହା ହେଉଛି ଯେ, ଲୋକତାନ୍ତ୍ରିକ ଦେଶ ଆମ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଓøପନିବେଶବାଦରେ ହିଁ ରହିଛି, ଯେଉଁଠାରେ ନିଜର ବିଚାରକୁ ଦବାଇ ରଖିବାକୁ ପଡିଥାଏ । ଫୈଜଲ ହେଉଛନ୍ତି ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ।
ଫୈଜଲ ୨୨ ଏପ୍ରେଲ ୨୦୧୮ରେ ଦେଶକୁ ରେପିସ୍ତାନ ବୋଲି କହିକି ଟ୍ୱିଟ କରିଥିଲେ । ସେଥିପାଇଁ ବ୍ୟକ୍ତିଗତ ବ୍ୟାପାର ମନ୍ତ୍ରଳାୟ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରିବା ପାଇଁ ୧୦ ଜୁଲାଇ ୨୦୧୮ରେ ଆଦେଶ ଦେଇଥିଲେ । ବର୍ତ୍ତମାନ ଫୌଜଲ ଆମେରିକା ହାର୍ଭଡ କେନେଡି ସ୍କୁଲରେ ଅଧ୍ୟୟନରତ ଅଛନ୍ତି । କେନ୍ଦ୍ର ସରକାର ୨୦୧୬ରେ ସରକାର ସମ୍ବନ୍ଧିତ ଆଲୋଚନ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ । ୨୦୧୬ରେ ମଧ୍ୟ ପ୍ରଦେଶର ଭାଡୱାଲି ଜିଲ୍ଲାର ଜିଲ୍ଲାପାଳ ଅଜୟ ସିଂହ ଗାଙ୍ଗୱାର ନିଜ ଫେସବୁକରେ ଜବାହାର ଲାଲା ନେହରୁଙ୍କ ପ୍ରସଂଶା କରିବା ହେତୁ ତାଙ୍କୁ ବଦଳି କରାଇଦିଆଯାଇଥିଲା ।


Share It

Comments are closed.