ଲକଡାଉନ ସତ୍ତ୍ୱେ ମଧ୍ୟ ସମର୍ଥକଙ୍କ ସହ କେକ୍ କାଟି ଏବଂ ବିରିୟାନୀ ବାଣ୍ଟି ନିଜ ଜନ୍ମଦିନ ପାଳନ କଲେ ବିଜେପି ବିଧାୟକ


କର୍ଣ୍ଣାଟକ ଟୁମକୁର ଜିଲ୍ଲାସ୍ଥିତ ତୁରଭେକରର ବିଜେପି ବିଧାୟକ ଏମ ଜୟରାମ ନିଜ ଜନ୍ମଦିନ ପାଳନ କରିବାଯାଇ କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି କରାଯାଇଥିବା ଲକଡାଉନ ନିୟମ କାନୁନକୁ ଉଲ୍ଲଘଂନ କରିଥିବାର ଦେଖିବାକୁ ମିଳିଛି । ଜୟରାମ ସମର୍ଥକଙ୍କ ସହ ମିଶି କେକ୍ କାଟି ଏବଂ ବିରିୟାନ ବାଣ୍ଟି ନିଜ ଜନ୍ମଦିନ ପାଳନ କରୁଥିବାର ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, କରୋନା ଭାଇରସ ଦେଶରେ ଦିନକୁ ଦିନ ନିଜ କାୟା ବିସ୍ତାର କରୁଥିବାବେଳେ ଏହାକୁ କିପରି ପ୍ରତିହତ କରାଯାଇ ପାରିବ ସେଥିପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିଥିବାବେଳେ କିନ୍ତୁ ବର୍ତ୍ତମାନ ଏହାର ପରସ୍ଥିତିକୁ ଦେଖି ଏହାକୁ ଆଗକୁ ଆହୁରୀ ବଢାଯାଇପାରେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏ ସଂପର୍କରେ ଚର୍ଚ୍ଚା କରୁଥିବାବେଳେ ଭିସି ଜରିଆରେ ଏହା ଉପରେ ଆଜି ନିଷ୍ପତି ନିଆଯାଇପାରେ ।
ପ୍ରକାଶ ଥାଉକି, ଚୀନରୁ ବ୍ୟାପିଥିବା ଏହି ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ନିଜର ପ୍ରଳୟ ଲୀଳା ରଚି ଚାଲିଛି । ଭାରତରେ ଦ୍ରୁତ ଗତିରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୧୦୩୫ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଗୋଟିଏ ଦିନରେ ୪୦ ଜଣଙ୍କର ପ୍ରାଣହାନୀ ମଧ୍ୟ ହୋଇ ସାରିଲାଣି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଏହି ମହାମାରୀରେ ମୃତକଙ୍କ ସଂଖ୍ୟା ୨୩୯ରେ ଆସି ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ୭,୪୪୭ଟି ମାମଲା ମଧ୍ୟରୁ ୬୫୬୫ଟି ଆକ୍ଟିଭ ମାମଲା ରହିଛି । ଏହା ଛଡା ୬୪୨ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରି ସାରିଲେଣି ।
ଏହି ମହାମାରୀ ଭାଇରସ କାରଣରୁ ମହାରାଷ୍ଟ୍ରରେ ସର୍ବାଧିକ ୧୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ବର୍ତ୍ତମାନ ପୀଡିତଙ୍କ ସଂଖ୍ୟା ୧୮୭୨ରେ ଆସି ପହଞ୍ଚି ଯାଇଛି ।


Share It

Comments are closed.