ଚଳିତ ପାର୍ବଣ ଋତୁରେ ବିଗ ବଜାରରେ ମିଳୁଛି କରମିକ୍ ଗିଫ୍ଟ ବକ୍ସ


ଫ୍ୟୁଚର୍ କଞ୍ଜୁମର୍ ଲିମିଟେଡ଼, ଏଫଏମ୍ସିଜି ବିଜନେସର ଲାଇଫ୍ ଷ୍ଟାଇଲ୍ ୱେଲନେସ୍ ବ୍ରାଣ୍ଡ୍ କରମିକ୍ ପକ୍ଷରୁ ବିସ୍ତୃତ ରେଞ୍ଜ୍ର ଗିଫ୍ଟ ବକ୍ସଗୁଡ଼ିକର ଶୁଭାରମ୍ଭ କରାଯାଉଛି । କରମିକ୍ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସଂଗ୍ରହ କରାଯାଇଥିବା ଡ୍ରାଏ ଫ୍ରୁଟ୍, ନଟ୍ ଓ ମଞ୍ଜିଗୁଡ଼ିକର ସ୍ୱତନ୍ତ୍ର ସମ୍ମିଶ୍ରଣକୁ ଉପସ୍ଥାପନା କରୁଛି । କରମିକ୍ ହେଉଛି ଦେଶର ପ୍ରଥମ ଡ୍ରାଏ ଫ୍ରୁଟ୍ ବ୍ରାଣ୍ଡ, ଯିଏକି ବିଶ୍ୱର ସର୍ବୋତ୍ତମ ଉତ୍ପାଦନକାରୀମାନଙ୍କଠାରୁ ସଂଗହ କରି ଆକର୍ଷକ ଡ୍ରାଏ ନଟ୍ସ, ଫ୍ଲେଭର୍ଡ ନଟ୍ସ, କିସ୍ମିସ୍ ଓ ମଞ୍ଜିଗୁଡ଼ିକର ମିଶ୍ରଣ ପ୍ରଦାନ କରୁଛି ।
ଗ୍ରାହକମାନେ ସେମାନଙ୍କ ପ୍ରିୟ ବ୍ୟକ୍ତିମାନଙ୍କୁ ହାର୍ଟ ଅଫ୍ ପର୍ସିଆଠାରୁ ସଂଗୃହିତ ମାର୍ମା ଆଲ୍ମଣ୍ଡରେ ଭର୍ତ୍ତୀ ଏକ ବକ୍ସ ପ୍ରଦାନ କରିପାରିବେ । ଟ.୨୨୫୦ ମୂଲ୍ୟରେ ଉପଲବ୍ଧ ମାର୍ମା ଆଲ୍ମଣ୍ଡର ଏକ ୫୦୦ଗ୍ରାମ୍ଯୁକ୍ତ ବକ୍ସ ଆଜିର ଜୀବନଶୈଳୀ ପାଇଁ ଏକ ଉପଯୁକ୍ତ ଉପହାର । ଗ୍ରାଣ୍ଡିଅର ଗିଫ୍ଟ ବକ୍ସରେ ରହିଛି ବିଶ୍ୱର ସର୍ବୋତ୍ତମ ଫାର୍ମମାନଙ୍କରୁ ସଂଗୃହିତ ହୋଇଥିବା କାଲିଫର୍ଣ୍ଣିଆ ଆଲମଣ୍ଡ ଓ ପିସ୍ତାବାଦାମ, କାଜୁବାଦାମ, ୱାଲନଟ୍ କର୍ଣ୍ଣେଲ୍, କିସ୍ମିସ୍ ଓ କାଜୁବାଦାମ । ଏକ ୧ କେଜି ଗ୍ରାଣ୍ଡିଅର ବକ୍ସର ମୂଲ୍ୟ ୨୦୦୦ ଟଙ୍କା ରଖାଯାଇଛି । ମାଗ୍ନିଫାଇସେନ୍ସ ହେଉଛି ବାଦାମଗୁଡ଼ିକର ସମିଶ୍ରଣ, ଯେଉଁଥିରେ ରହିଛି କାଲିଫର୍ଣ୍ଣିଆ ଆଲମଣ୍ଡ ଓ ପିସ୍ତାବାଦାମ, ତୁର୍କୀସ୍ ଆପ୍ରିକଟ୍ ଓ କାଜୁବାଦାମ ଏବଂ ଏହାର ୮୦୦ ଗ୍ରାମ ଓଜନ ବିଶିଷ୍ଟ ବକ୍ସର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି । ସମସ୍ତ ବେରୀ ପ୍ରେମୀମାନଙ୍କ ପାଇଁ ଏହା ଆସର୍ଟେଡ଼ ବେରୀ ବ୍ଲାଷ୍ଟ ଆଣୁଛି, ଯେଉଁଥିରେ ରହିଛି କ୍ରାନ୍ବେରୀ, ବ୍ଲୁବେରୀ ଓ ତୁର୍କୀସ୍ ଆପ୍ରିକଟ୍ଗୁଡ଼ିକର ସମିଶ୍ରଣ । ଏହି ବେରୀ ବକ୍ସର ମୂଲ୍ୟ ୩୦୦ ଗ୍ରାମ୍ ପାଇଁ ୭୦୦ ଟଙ୍କା ରଖାଯାଇଛି ।୧୫୦ରୁ ୨୨୫୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ଉପଲବ୍ଧ ଥିବା ଏହି କରମିକ୍ ଉତ୍ପାଦଗୁଡ଼ିକକୁ ଗ୍ରାହକମାନେ ଦେଶର ସମସ୍ତ ବିଗ୍ ବଜାର, ବିଗ୍ ବଜାର ଜେନ୍ ନେକ୍ଷ୍ଟ, ହାଇପର୍ ସିଟି, ଫୁଡ଼ ହଲ୍, ନିଲଗିରିସ୍, ହେରିଟେଜ୍ ଫ୍ରେସ୍, ଇଜି ଡେ ଷ୍ଟୋର୍ ଓ ଆମାଜନ୍.ଇନ୍ରୁ କ୍ରୟକରିପାରିବେ ।
ଏହି କଲେକ୍ସନ୍ ଅବସରରେ ଶ୍ରୀଯୁକ୍ତ ସଦାଶିବ ନାୟକ, ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ- ଖାଦ୍ୟ ବ୍ୟବସାୟ, ଫ୍ୟୁଚର ଗ୍ରୁପ ପ୍ରକାଶ କରିଛନ୍ତି ଯେ, “ପାର୍ବଣ ଋତୁ ପ୍ରିୟ ବ୍ୟକ୍ତିମାନଙ୍କୁ ଉପହାର ପ୍ରଦାନ କରିବା ପାଇଁ ଆସୁଛି ଏବଂ ସେମାନଙ୍କୁ ଆକର୍ଷଣୀୟ ଉପହାର ଦେବାଠାରୁ ଉତ୍ତମ କଥା କ’ଣ ହୋଇପାରେ । ଡ୍ରାଏ ଫ୍ରୁଟଗୁଡ଼ିକ ଉପଯୁକ୍ତ ଉତ୍କର୍ଷତା ପ୍ରଦାନ କରିଥାଆନ୍ତି, ଯାହାକୁ ବିନା ସଙ୍କୋଚରେ ଯେକୌଣସି ସମୟରେ ବ୍ୟବହାର କରିହେବ । କରମିକ୍ ସହିତ ଆମେ ଜଣେ ଅଥବା ସମସ୍ତଙ୍କ ପାଇଁ ଆବଶ୍ୟକ ହେଉଥିବା ଉପହାରଗୁଡ଼ିକୁ ମିଶିବା ନିମନ୍ତେ ଆମର ଅଫର୍କୁ ବର୍ଦ୍ଧିତ କରିଛୁ ।”


Share It

Comments are closed.