ବିବାହ ବନ୍ଧନରେ ବାନ୍ଧି ହେଲେ କରଣ ନୟାର


ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ତ୍ରିଶତକ ହାସଲ କରିଥିବା ଭାରତୀୟ କ୍ରିକେଟର କରୁଣ ନାୟାର ନିଜ ପ୍ରେମିକା ସନାୟା ଟଙ୍କରିୱାଲାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ଚାରି ଦନି ପରେ କରଣ ସୋସିଆଲ ମିଡିଆରେ ଫଟୋ ସେୟାର କରି ତଳେ ଏକ ରୋମାଣ୍ଟିକ କ୍ୟାପସନ ମଧ୍ୟ ଲେଖିଛନ୍ତି । କରଣଙ୍କ ବିବାହ ଉପଲକ୍ଷେ ସାଥୀ ଖେଳାଳୀମାନେ ତାଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । କରଣ ଟେଷ୍ଟ ମ୍ୟାଚରେ ତ୍ରିଶତକ ହାସଲ କରିଥିବା ତୃତୀୟ ଭାରତୀୟ ଅଟନ୍ତି ।
୨୦୧୬ରେ କରଣ ଇଂଲଣ୍ଡ ବିପକ୍ଷରେ ୩୦୩ ରନର ଏକ ବଡ ଇଂନିସ ଖେଳିଥିଲେ । କରଣ କ୍ରିକେଟ ଇତିହାସରେ ଏଭଳି ଜଣେ ଖେଳାଳୀ ଅଟନ୍ତି, ଯିଏକି ନିଜର ପ୍ରଥମ ଦ୍ୱିଶତକକୁ ତ୍ରିଶତକରେ ପରିଣତ କରାଇଥିଲେ । ଏହା ପରେ ଭାଗ୍ୟ ତାଙ୍କ ସାଥ ଛାଡିଦେଇଥିଲା । କାରଣ ଏହା ପରେ ସେ ୫ଟି ଟେଷ୍ଟରେ ମାତ୍ର ୭୧ ରନ ସଂଗ୍ରହ କରିଥିଲେ । ୨୦୧୭ରେ ଧର୍ମଶାଳାରେ ସେ ନିଜର ଶେଷ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଏହା ପର ଠାରୁ ଚୟନକର୍ତ୍ତା ତାଙ୍କ ଉପରୁ ନଜର ହଟାଇ ଦେଇଥିଲେ ।


Share It

Comments are closed.