କଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ଟିକେଟରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ କପିଲ ସିବଲ


କଂଗ୍ରେସକୁ ବଡ ଝଟକା। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସିବଲ ସମାଜବାଦୀ ପାର୍ଟିର ଟିକେଟରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୁଧବାର ଲକ୍ଷ୍ନୌରେ ସିବଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ୧୬ ମେ’ରୁ ସେ କଂଗ୍ରେସରୁ ଇସ୍ତଫା ଦେଇସାରିଛି। ସିବଲଙ୍କ ନାମାଙ୍କନ ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ରାମ ଗୋପାଳ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

୨୦୧୬ ରେ ସିବଲଙ୍କୁ ତତ୍କାଳୀନ ଶାସକ ଦଳ ସମାଜବାଦୀ ପାର୍ଟୀ ଦ୍ବାରା ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଭାବରେ ୟୁପିରୁ ରାଜ୍ୟସଭା ପାଇଁ ଚୟନ କରାଯାଇଥିଲା। ଆଜମ୍ ଖାନ୍ ଜେଲରୁ ମୁଳୁଳିବା ପରେ ଅଖିଳେଶ ତାଙ୍କୁ ଦେଖା କରିବାକୁ ଯାଇନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ଆଜମ୍ ମଧ୍ୟ କହିଛନ୍ତି ଯେ, ମୋର ବିନାଶ ପଛରେ ମୋର ପରିଚିତ ଲୋକଙ୍କର ହାତ ରହିଛି। କୁହାଯାଉଛି ଯେ, ଯଦି ସିବଲ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଆନ୍ତି ତେବେ ଆଜମଙ୍କ ଅସନ୍ତୋଷ ଦୂର କରିବାରେ ସଫଳ ପଦକ୍ଷେପ ହୋଇପାରେ। ଏହା ସହିତ ସମାଜବାଦୀ ପାର୍ଟିକୁ ଜଣେ ବଡ ନେତା ଓ ଓକିଲ ମିଳିଯିବ।


Share It

Comments are closed.