ସବୁ ସୀମା ଟପିଲେ କଙ୍ଗନା, ଉର୍ମିଲାଙ୍କୁ କହିଲେ ‘ସଫ୍ଟ ପର୍ଣ୍ଣ ଷ୍ଟାର’


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ବିବାଦ ଏବେ ଚର୍ଚ୍ଚାରେ । ରାଜ୍ୟସଭା ସାଂସଦ ଜୟା ବଚ୍ଚନ ମଙ୍ଗଳବାର ଦିନ ସଂସଦରେ ବିନା କାହାରି ନାଁ ନେଇ ସାଂସଦ ରବି କିଶନ ଏବଂ କଙ୍ଗନା ରାଣାୱତଙ୍କୁ ଇଶାରା କରି କହିଥିଲେ କି, ଲୋକେ ଯେଉଁ ଥାଳିରେ ଖାଆନ୍ତି ସେହି ଥାଳିରେ କଣା କରନ୍ତି। ଜୟାଙ୍କୁ ଫିଲ୍ମ ଦୁନିଆ ସହ ଜଡ଼ିତ ଲୋକମାନଙ୍କର ମଧ୍ୟ ସମର୍ଥନ ମିଳୁଛି। ଠିକ୍ ସେହିଭଳି ସମର୍ଥନ ଯେତେବଳେ ଉର୍ମିଲା ମାତୋଣ୍ଡକର କରିଥିଲେ ସେତେବଳେ କଙ୍ଗନା ଏବଂ ତାଙ୍କ ମଧ୍ୟରେ କଥା କଟାକଟି ହୋଇଛି। କଥା ଆଗକୁ ବଢ଼ିଯାଇଛି ଯେତେବଳେ କଙ୍ଗନା ଏକ ସାକ୍ଷାତକାରରେ ଉର୍ମିଲାଙ୍କୁ ‘ସଫ୍ଟ ପର୍ଣ୍ଣ ଅଭିନେତ୍ରୀ’ କହିଦେଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ବୟାନକୁ ନେଇ ଦୁଇ ପଟୁ ରାୟ ଦେଖିବାକୁ ମିଳିଛି। କେହି କେହି କଙ୍ଗନାଙ୍କ ବୟାନର ସମର୍ଥନ କରିଛନ୍ତି ତ ଅନ୍ୟ କେହି ତାଙ୍କୁ ନିଜ ସୀମାରେ ରହି କଥା କହିବାକୁ ଶିଖାଇଛନ୍ତି। କଙ୍ଗନା କହିଛନ୍ତି, ‘ମୁଁ ନିଜ ଉପରେ ବିଶ୍ୱାସ ଅଛି ଯେ, ମୁଁ ଜୀବନ ସହ ଆପୋଷ ବୁଝାମଣା କରି ନାହିଁ। ମୁଁ ମୁଣ୍ଡ ନୁଆଇ ନାହିଁ। ଟିକେଟ୍ ପାଇଁ ମୋତେ ଅଧିକ କାମ କରିବାକୁ ପଡିବ ନାହିଁ। ସେ ମୋର ସଂଘର୍ଷକୁ ପରିହାସ କରୁଛନ୍ତି । ସେ ନିଜେ ଜଣେ ‘ସଫ୍ଟ ପର୍ଣ୍ଣ ଷ୍ଟାର’। ସେ ତାଙ୍କ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି। ବାସ୍ତବରେ ଉର୍ମିଲା ଜୟା ବଚ୍ଚନଙ୍କୁ ସମର୍ଥନ କରୁଥିବାବେଳେ କଙ୍ଗନା ପାଇଁ କହିଛନ୍ତି ଯେ ରାଜନୈତିକ ମାମଲାରେ କଙ୍ଗନା ବିଜେପି ଟିକେଟ ଚାହୁଁଛନ୍ତି।


Share It

Comments are closed.