ନିଜ ଭୁଲକୁ ସ୍ୱିକାର କରିବା ପାଇଁ ମନାକଲେ କଙ୍ଗନା


ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ ଏବଂ ସାମ୍ବାଦିକଙ୍କ ମଧ୍ୟ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏଥିପାଇଁ ‘ଗିଲ୍ଡ ଅଫ ଇଣ୍ଡିଆ’ ପକ୍ଷରୁ କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ପ୍ରସାରଣକୁ ସଂପୂର୍ଣ୍ଣ ରୂପେ ରୋକିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଫିଲ୍ମ ପାଇଁ ସଙ୍ଗଠନ ପକ୍ଷରୁ କୌଣସି ମିଡିଆ କଭରେସ ବାହାର କରାଯିବ ନାହିଁ ବୋଲି ନିଷ୍ପତି ନିଆଯାଇଛି ।
ଏଣ୍ଟରଟେନମେଣ୍ଟ ଜର୍ନାଲିଷ୍ଟ ସଙ୍ଘ ‘ଗିଲ୍ଡ ଅଫ ଇଣ୍ଡିଆ’ ପକ୍ଷରୁ ଫିଲ୍ମର ନିର୍ମାତା ଏକତା କପୁରଙ୍କୁ ଏକ ଚିଠି ମଧ୍ୟ ପଠାଯାଇଛି, ଯେଉଁଥିରେ ସ୍ପଷ୍ଟ ରୂପେ ଫିଲ୍ମକୁ ସଂପୂର୍ଣ୍ଣ ବୟକଟ କରିବା ପାଇଁ କାରଣ ମଧ୍ୟ ଦର୍ଶାଯାଇଛି । ଏହା ସହ ସାର୍ବଜନୀକ ସ୍ତରରେ କଙ୍ଗନା କ୍ଷମା ମାଗନ୍ତୁ ବୋଲି ଗିଲ୍ଡ ଦାବୀ ମଧ୍ୟ କରିଛି ।


ଘଟଣାଟି ଦିନକୁ ଦନ ସଙ୍ଗୀନ ହେଉଥିବାର ଦେଖି ଏକତା କପୁର ନିଜର ପ୍ରଡକ୍ସନ ହାଉସ ‘ବାଲାଜୀ ଟେଲିଫିଲ୍ମସ’ ଦ୍ୱାରା ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଥିବାବେଳେ ଅନ୍ୟପଟେ କଙ୍ଗନା କ୍ଷମା ନମାଗିବା ପାଇଁ ସିଧାସିଧି ମନା କରିଦେଇଛନ୍ତି ।
କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା ଏହି ଘଟଣାକୁ ନେଇ ନିଜ ମତ ରଖୁଥିବାର ଦେଖିବାକୁ ମିଳିଛି ।


Share It

Comments are closed.