ସୈଫଙ୍କ ବିବାଦୀୟ ବୟାନ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା


ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ନିକଟ କିଛି ଦିନ ତଳେ ଭାରତକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ, ଯାହା ଦ୍ୱାରା ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଥିଲା । ତେବେ ବର୍ତ୍ତମାନ ତାଙ୍କର ଏହି ମନ୍ତବ୍ୟ ଉପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ସୈଫଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା କଙ୍ଗନା କହିଛନ୍ତି ଯେ, “ ଏହା ସତ୍ୟ ନୁହେଁ, ଯଦି ଭାରତବର୍ଷ ନଥିଲା ତେବେ ମହାଭାରତ କ’ଣ ଥିଲା ? ୫୦୦୦ ହଜାର ବର୍ଷ ପୂର୍ବେ ଯେଉଁ ମହାକାବ୍ୟ ଲେଖାଯାଇଥିଲା, ତାହା କ’ଣ ଥିଲା ? ତେବେ ମହର୍ଷି ବେଦବ୍ୟାସ କିଏ ଥିଲେ ? କେତେକ ଲୋକ ଅଛନ୍ତି, ଯାହାଙ୍କୁ ଯାହା ଭଲ ଲାଗେ ସେମାନେ ତାହା କୁହନ୍ତି ।”
ପ୍ରକାଶ ଥାଉକି, ସୈଫ ତାନାଜୀ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ମୋତେ ଲାଗୁ ନାହିଁ ଯେ, ଏହା କୌଣସି ଇତିହାସ ଅଟେ । ମୋତେ ଲାଗୁ ନାହିଁ ଯେ, ଇଂରେଜଙ୍କ ପୂର୍ବରୁ ଇଣ୍ଡିଆର କୌଣସି କନସେପ୍ଟ ଥିଲା । ” ସୈଫ ଏହି ବୟାନ ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚିତ ହେବାକୁ ମଧ୍ୟ ପଡିଥିଲା ।


Share It

Comments are closed.