କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ ରହିତାଦେଶ ଜାରି କଲେ ବମ୍ବେ ହାଇକୋର୍ଟ


ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମହଙ୍ଗା ପଡ଼ିଛି। ଆଜି କଙ୍ଗନା ମୁମ୍ବାଇ ଗସ୍ତରେ ଅଛନ୍ତି। ଏହାପୂର୍ବରୁ କଙ୍ଗନା ରାଣାୱତଙ୍କ ମୁମ୍ବାଇର ପାଲି ହିଲସ୍ ସ୍ଥିତ ଅଫିସକୁ ବିଏମସି ଜେସିବି ଲଗାଇ ଭାଙ୍ଗିଦେଇଛି। ଏହି ଖବର ଜାଣିବା ପରେ ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନା ରାଣାୱତ। ବିଏମସର କାର୍ଯ୍ୟକଳାପ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନା। କଙ୍ଗନାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଫଳରେ କଙ୍ଗନାଙ୍କ ଅଫିସ୍ ଭଙ୍ଗା ଉପରେ ବମ୍ବେ ହାଇକୋର୍ଟ ରହିତା ଦେଶ ଜାରି କରିବା ସହିତ ବିଏମ୍‌ସିକୁ ଜବାବ ତଲବ କରିଛନ୍ତି।

କାର୍ଯ୍ୟାଳୟ ଭଙ୍ଗାଯିବା ପରେ ବଲିଉଡ ଅଭିନେତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ବାବର ଓ ବାବର ସେନା ବିଏମସି କର୍ମଚାରୀ ବାବରଙ୍କ ସେନା ସହ ତୁଳନା କହିବା ସହ କଙ୍ଗନା ଆଉଏକ ଟୁଇଟରେ ସେ କହିଛନ୍ତି, ଏହା ଲୋକତନ୍ତ୍ରର ହତ୍ୟା। । ମୁଁ ଭୁଲ୍ ନୁହେଁ ଓ ମୋ ଶତ୍ରୁ ବାରମ୍ବାର ପ୍ରମାଣିତ କରୁଛନ୍ତି କି ମୋ ମୁମ୍ବାଇ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ହୋଇଯାଇଛି।’ ଏହାପରେ କଙ୍ଗନାଙ୍କ ଆଉ ଏକ ଟୁଇଟ୍ ଆସିଛି। ଏଥିରେ ସେ ନିଜର ଅଫିସକୁ ରାମ ମନ ମନ୍ଦିର ସହ ତୁଳନା କରିବା ସହ ବିଏମସିକୁ ବାବର ସେନା ବୋଲି କହିଛନ୍ତି। ବାବର ଯେଉଁ ଭଳି ରାମ ମନ୍ଦିର ଭାଙ୍ଗିଥିଲେ ସେଭଳି ଇତିହାସ ଦୋହରା ଯାଇଛି। ଏହି ଅଫିସ ମୋ ପାଇଁ ରାମ ମନ୍ଦିର ଭଳି। ଏହା ଆଉ ଥରେ ତିଆରି ହେବ। ଜୟ ଶ୍ରୀ ରାମ।

ପ୍ରକାଶ ଥାଉକି, , ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ବଲିଉଡର ନେପୋଟିଜମକୁ ନେଇ କଙ୍ଗନା ମୁହଁ ଖୋଲିବା ପରେ ସେବେଠାରୁ ବିବାଦ ବଢିବାରେ ଲାଗିଛି।


Share It

Comments are closed.