ପୁଣି ଅଡ଼ୁଆରେ କଙ୍ଗନା ରଣାୱତ ଓ ଭଉଣୀ ରଙ୍ଗୋଲୀ


ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଅସଲରେ ମୁମ୍ବାଇର ଉପକଣ୍ଠ ବାନ୍ଦ୍ରାସ୍ଥିତ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟଙ୍କ ଉପରେ କେସ ଦାୟର କରାଯାଇଛି।

ବାନ୍ଦ୍ରା ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ସମବ ପଠାଇଛି। ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ତିକ୍ତତା ବିସ୍ତାର କରିବାକୁ ନେଇ ନଭେମ୍ବର ୨୩-୨୪ ରେ ପୋଲିସ ଷ୍ଟେସନରେ ହାଜର ହେବାକୁ ପୋଲିସ କହିଛି।


Share It

Comments are closed.