କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ନବୀକୃତ ସୋ’ରୁମ୍‌ର ଉଦ୍‌ଘାଟନ

Share It

  • ବିଶ୍ୱସ୍ତରୀୟ ପରିବେଶରେ ବିଳାସପୂର୍ଣ୍ଣ ସପିଙ୍ଗ ଅନୁଭୂତି ପ୍ରଦାନ

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ଏହାର ନବୀକୃତ ସୋ’ରୁମ୍‌କୁ ଆଜି ଉଦ୍‌ଘାଟନ କରାଯାଇଛି। ଏହି ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ବିଭିନ୍ନ ଡିଜାଇନ୍‌ର ବ୍ୟାପକ ଗହଣା ସମ୍ଭାର ରହିଛି। ପୃଷ୍ଠକୋଷକମାନଙ୍କୁ ବିଶ୍ୱସ୍ତରୀୟ ପରିବେଶ ସହିତ ଏକ ଅତ୍ୟାଧୁନିକ ସୁବିଧା ମିଳିବ, ଯାହା ସେମାନଙ୍କୁ ଅତୁଳନୀୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବ।
ନୂତନ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଭୁବନେଶ୍ୱରରେ କଲ୍ୟାଣ ଜୁଏଲର୍ସ ସୋ’ରୁମ୍‌କୁ ପୁନଃ ଉନ୍ମୋଚନ କରିବା ସହିତ ଗ୍ରାହକଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ, ଯାହା ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବ। ବିଶ୍ୱାସ ଓ ସ୍ୱଚ୍ଛତା ଭଳି ବ୍ରାଣ୍ଡ୍‌ର ମୂଲ୍ୟବୋଧକୁ ବଜାୟ ରଖି ନିରନ୍ତର ଅଭ୍ୟୁଦୟ ହେବା ସହ ବିଶ୍ୱସ୍ତରୀୟ ପରିବେଶ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। କଲ୍ୟାଣ ଜୁଏଲର୍ସରେ ଆମେ ଗୁଣାତ୍ମକ ମାନ ଓ ଉଲ୍ଲେଖନୀୟ ସେବା ସହିତ ବ୍ୟାପକ ପ୍ରକାରର ଆକର୍ଷଣୀୟ ଓ ସ୍ୱତନ୍ତ୍ର ଗହଣା ଡିଜାଇନ୍ ପ୍ରଦାନ କରିବା ଜାରି ରଖିବୁ।’’
ଏହି ପୁନଃ ଶୁଭାରମ୍ଭକୁ ପାଳନ କରିବା ପାଇଁ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ଯେଉଁଥିରେ ପୃଷ୍ଠକୋଷକମାନେ ସେମାନଙ୍କ ଗହଣା କ୍ରୟ ଉପରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିପାରିବେ। ଏହି ଶୁଭାରମ୍ଭ ଅଫରର ଅଂଶ ଭାବେ ଗ୍ରାହକମାନେ ପ୍ରତି ୦ ଗ୍ରାମ ସୁନା ଗହଣା କ୍ରୟ ଉପରେ ୦.୫ ଗ୍ରାମର ସୁନା ମାଗଣାରେ ପାଇପାରିବେ। କଲ୍ୟାଣ ଜୁଏଲର୍ସ ପରିଚିତ ଥିବା ଅତୁଳନୀୟ କାରିଗରୀ ଓ ଅସୀମ ଡିଜାଇନର ଅନୁଭବ ହାସଲ କରିବା ସହିତ ପୃଷ୍ଠପୋଷାକମାନଙ୍କ ପାଇଁ ଆକର୍ଷଣୀୟ ଗହଣା ହାସଲ କରିବା ନିଶ୍ଚିତ କରିବ। ଏହା ବ୍ୟତୀତ, କଲ୍ୟାଣ ସ୍ପେସିଆଲ୍ ଗୋଲ୍ଡ ବୋର୍ଡ ରେଟ୍ ଯାହା ବଜାରରେ ସର୍ବନିମ୍ନ ଓ କମ୍ପାନିର ସମସ୍ତ ସୋ’ରୁମ୍‌ରେ ସମାନ ତାହା ଲାଗୁ ହେବ।
ପୃଷ୍ଠପୋଷକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ହାସଲ କରିବେ ଯାହା ଶୁଦ୍ଧତା ଓ ଗହଣାର ମାଗଣା ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ଉତ୍ପାଦର ସମ୍ପୂର୍ଣ୍ଣ ବିବରଣୀ ଓ ସ୍ୱଚ୍ଛ ଏକ୍ସଚେଂଜ୍ ଓ ବାଏ-ବ୍ୟାକ୍ ନୀତିକୁ ସୁନିଶ୍ଚିତ କରିବ। ବିଶ୍ୱସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ସାର୍ଟିଫିକେସନ୍ ପ୍ରତିଫଳିତ କରୁଛି।
ଏହି ସୋ’ରୁମ୍‌ରେ କଲ୍ୟାଣର ଲୋକପ୍ରିୟ ନିଜସ୍ୱ ବ୍ରାଣ୍ଡ୍ ଯଥା ମୁହୁରତ (ବିବାହ ଗହଣା), ମୁଧ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ହୀରା), ହୀରା (ତିନିଦିନିଆ ପରିଧାନର ହୀରା), ରଙ୍ଗ (ମୂଲ୍ୟବାନ ଷ୍ଟୋନ ଗହଣା) ଓ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (ରଙ୍ଗିନ ଷ୍ଟୋନ ଓ ହୀରା ଗହଣା) ରହିଛି।
ବ୍ରାଣ୍ଡ୍‌, ଏହାର କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ପାଇଁ, ପରିଦର୍ଶନ କରନ୍ତୁ: https://www.kalyanjewellers.net/


Share It

Comments are closed.