ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଲାନି ‘କଳଙ୍କ’


ଧର୍ମା ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ବହୁ ପ୍ରତିକ୍ଷୀତ ହିନ୍ଦୀ ଚଳଚ୍ଚିତ୍ର ‘କଳଙ୍କ’ ବୁଧବାର ଦିନ ରିଲିଜ୍ ହୋଇଯାଇଛି । ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଆଶା ରହିଥିବା ବେଳେ ପ୍ରଥମ ଦିନରେ ହିଁ ଏହା ଦର୍ଶକମାନଙ୍କୁ ନିରାଶ କରିଛି । ଚଳଚ୍ଚିତ୍ରଟିରେ ବଲିଉଡ଼ ଜଗତର ପୁରୁଖା ଅଭିନେତା-ଅଭିନେତ୍ରୀ ଯେପରିକି, ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସରୁଣ ଧାବନ, ଆଦିତ୍ୟ ରୟ କପୁର, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା ପ୍ରମୁଖ ରହିଥିଲେ ମଧ୍ୟ, ଏହା ଆଶାତୀତ ଫଳ ପ୍ରଦାନ କରିପାରିନାହିଁ । ପ୍ରଥମ ଦିନରେ ହିଁ ଦର୍ଶକମାନଙ୍କଠାରୁ ଟ୍ୱିଟରରେ ନେଗେଟିଭ୍ ଓ ବ୍ୟଙ୍ଗାତ୍ମକ କମେଣ୍ଟଗୁଡ଼ିକ ଦେଖିବାକୁ ମିଳିଛି ।

କିନ୍ତୁ ୮୦ କୋଟି ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୨୧.୬୦ କୋଟିର ବ୍ୟବସାୟ କରିଛି, ଯାହା ୨୦୧୯ରେ ଏ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଅନ୍ୟ ଫିଲ୍ମମାନଙ୍କଠାରୁ ଅଧିକ । ଏହା ପଛକୁ କେଶରୀ ପ୍ରଥମ ଦିନରେ ୨୧.୦୬, ଗଲି ବଏ ୧୯.୪୦ କୋଟି ଟୋଟାଲ୍ ଧମାଲ୍ ୧୬.୫୦ କୋଟିର ବ୍ୟବସାୟ କରିଛନ୍ତି । କାହାଣୀକୁ ବାଦ ଦେଲେ ଏଥିରେ ଥିବା ଗୀତଗୁଡ଼ିକର ଚାହିଦା ଦେଶ୍ ରହିଛି । ଅରିଜିତ୍ ସିଂ, ଶ୍ରେୟା ଘୋଷାଲ, ନିତି ମୋହନ ପ୍ରମୁଖଙ୍କ ସୁଲଳିତ ସ୍ୱର ଶ୍ରୋତାମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ମାତ୍ର ଚଳଚ୍ଚିତ୍ରକୁ ନେଇ ପ୍ରଶଂସକମାନେ ଅନେକ ଅସନ୍ତୋଷ ପ୍ରକାଶ କରିଥିବାରୁ ଆଗାମୀ ଦିନମାନଙ୍କରେ ଏହାର କେତେ ବ୍ୟବସାୟ କରିପାରିବ ତାହା ଦେଖିବାକୁ ବାକି ରହିଛି ।


Share It

Comments are closed.