ଆଧୁନିକ ଯୁଗର ଶ୍ରବଣ କୁମାର, ଅନ୍ଧୁଣୀ ମା’ଙ୍କୁ କାନଧେଇ ସୁଝୁଛନ୍ତି ମାତୃ ଋଣ


ଆପଣମାନେ ଶ୍ରବଣ କୁମାରଙ୍କ ନାମ ତ ନିଶ୍ଚିତ ଶୁଣିଥିବେ । ଯିଏକି ନିଜ ଅନ୍ଧ ‘ମା’-ବାପା’ଙ୍କୁ କାନ୍ଧରେ କାନେ୍ଧଇ ତୀର୍ଥ ଯାତ୍ରା କରାଇଥିଲେ । କିନ୍ତୁ ବର୍ତ୍ତମାନର ଏହି ଆଧୁନକ ଯୁଗରେ ଏହି ମାତୃ-ପିତୃ ଭକ୍ତ ପାଇବା ଅତ୍ୟନ୍ତ ବିରଳ ।
ଆଜିର ସମୟରେ ଅଧିକାଂଶ ପିଲାମାନେ, ବାର୍ଦ୍ଧକ୍ୟ ଅବସ୍ଥାରେ ମା’-ବାପାଙ୍କୁ ନିଜ ଠାରୁ ଦୂରେଇ ରଖିବା ପାଇଁ ପସନ୍ଦ କରୁଥିବାବେଳେ ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଏଭଳି ଏକ ଯୁବକ ବାହାରିଛନ୍ତି, ଯିଏକି ଶ୍ରବଣ କୁମାରଙ୍କର ସ୍ମୃତିକୁ ପୁଣିଥରେ ଜୀବିତ କରିଦେଇଛନ୍ତି । ଏହି ଯୁବକ ଜଣଙ୍କର ନାମ ହେଲା ‘କୈଳାଶ ଗିରି ବ୍ରହ୍ମଚାରୀ’ । ଏହି ଯୁବକ ଜଣକ ଦୀର୍ଘ ୨୦ ବର୍ଷ ନିଜ ଅନ୍ଧ ମା’ଙ୍କୁ ନିଜ କାନ୍ଧରେ କାନେ୍ଧଇ ଚାରି ଧାମର ତୀର୍ଥଯାତ୍ରା କରାଉଛନ୍ତି ।
କୈଳାସ ଏକ ସବାରୀ ଜରୀଆରେ ନିଜ ମା’ଙ୍କୁ କାନେ୍ଧଇ ତାଙ୍କର ଏହି ଶେଷ ଇଚ୍ଛା ପୂରଣ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ସେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଏହି ବୁଢୀ ଅନ୍ଧୁଣୀ ମା’ଙ୍କୁ କାନ୍ଧରେ କାନେ୍ଧଇ ୩୭୦୦୦ କିଲୋମିଟର ପର୍ଯ୍ୟନ୍ତ ପାଦରେ ଯାତ୍ରା କରିସାରିଛନ୍ତି ।


Share It

Comments are closed.