ପୁଣି ଏକ ଦୁଃଖଦ ଖବର :କାହାନି ଘର ଘର କି ‘ଶୋ ଫେମ ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା, ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ


ଗୋଟେପଟେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପୁରା ଦେଶବାସୀଙ୍କୁ ମର୍ମାହତ କରିଥିବାବେଳେ ଏବେ ପୁଣି ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସମୀର ଶର୍ମା ‘କାହାନି ଘର-ଘର କି’ ସିରିଏଲରେ କାମ କରିଥିଲେ। ଏହି ମାମଲାରେ ମାଲାଡ ପୋଲିସ ଏକ ଏଡିଆର ରେଜିଷ୍ଟର କରିଛି।

୪୪ ବର୍ଷିୟ ସମୀର ଶର୍ମା ମାଲାଡ ୱେଷ୍ଟର ନେହା ସିଏଚସି ବିଲଡିଂରେ ନିଜ ଘରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି। ପୋଲିସର ସୂଚନାନୁସାରେ, ୨-୩ ଦିନ ପୂର୍ବରୁ ଅଭିନେତା ଆତ୍ମହତ୍ୟା କରିଛନ୍ତି। କାରଣ ପୋଲିସ ଫ୍ଲାଟ ଭିତରେ ପହଞ୍ଚିବା ପରେ ମୃତଦେହ ଡିକମ୍ପୋଜ ହେବା ଆରମ୍ଭ କରି ଦେଇଥିଲା।

ମାଲାଡ ପୋଲିସର ସୂଚନାନୁସାରେ ସମୀର ଚଳିତ ବର୍ଷ ଫେବୃଆରୀରେ ଏହି ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ। ବୁଧବାର ରାତି ଡ୍ୟୁଟିରେ ଥିବା ଚୋକିଦାର ସମୀର ଶର୍ମାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ। ସମୀରଙ୍କ ଶରୀର ରୋଷେଇ ଘରେ ଥିବା ଫ୍ୟାନରୁ ଝୁଲୁଥିଲା। ପୋଲିସ ଆତ୍ମହତ୍ୟା ନୋଟ ପାଇନାହିଁ। ପୁରା ଘରର ସର୍ଚ୍ଚ ଅପରେସନ୍ ଚାଲିଛି | ଏହି ମାମଲାରେ ପୋଲିସ ଆର୍ଥିକ ଦୃଷ୍ଟିରୁ ମଧ୍ୟ ତଦନ୍ତ କରୁଛି।

ସମୀର ଶର୍ମା ଅନେକ ଟେଲିଭିଜନ ଶୋ’ରେ କାମ କରୁଥିଲେ। ସେଗୁଡ଼ିକ ହେଉଛି କାହାନୀ ଘର ଘର କି, ଏହି ରିସ୍ତେ ହେଁ ପ୍ୟାର କେ, ଲେଫ୍ଟ ରାଇଟ ଲେଫ୍ଟ, ଜ୍ୟୋତି, ଗୀତ ହୁଇ ସବସେ ପରାଇ, ୨୬୧୨, କ୍ୟା ଦିଲ ଚାହତା ହୈ, ଭିରାନାଗଲି, ୱ ରେହେନୀ ୱାଲି ନେହେଲୋକି, ଆୟୁଷ୍ମାନ ଭବ, ମେଁ ଇସ ପ୍ୟାର କୋ କ୍ୟା ନାମ ଦୁଁ, ଏକ ବାର ଫିର, ଭୁତୁରେ ନଜର ଆସିଥିଲେ | ଆଜିକାଲି ସେ ସିରିୟଲ୍ ୟେ ରିଷ୍ତେ ହୈଁ ପ୍ୟାର୍ କେ ରେ ଶୌର୍ଯ୍ୟ ମହେଶ୍ୱରୀ ଭୂମିକାରେ ଅଭିନୟ କରୁଥିଲେ |


Share It

Comments are closed.