ଭେଟରାନ ଅଭିନେତା “କାଦର ଖାନ”ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ


ଭେଟରାନ ଅଭିନେତା ଏବଂ ଜବରଦସ୍ତ ଡାଇଲଗ ଲେଖକ “କାଦର ଖାନ”ଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ସଙ୍କଟାପନ୍ନ ରହିଛି । କାଦର ଖାନ ଏକ ଗୁରୁତର ମସ୍ତିଷ୍କଜନିତ ରୋଗରେ ପୀଡିତ ଥିବାର ତାଙ୍କ ପୁଅ ସୂଚନା ଦେଇଛନ୍ତି । ଯାହା ହେତୁ ତାଙ୍କ ସମ୍ପୂର୍ଣ୍ଣ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି ।
କାଦର ଖାନ “ପ୍ରୋଗ୍ରେସିବ ସୁପ୍ରାନିୟୁକ୍ଲିୟର ପାଲ୍ସି ଡିସଅର୍ଡର” ନାମକ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । କାଦର ଶେଷ ଥରକ ପାଇଁ ୨୦୧୫ରେ “ଦିମାଗ କି ଦହି” ଫିଲ୍ମରେ ନଜର ଆସିଥିଲେ । ସେ ଦୀର୍ଘ ଦିନ ହେବ କାନାଡାରେ ତାଙ୍କ ପୁଅ ସରଫରାଜ ଏବଂ ବୋହୁ ସାହିସ୍ତାଙ୍କ ପାଖରେ ରହୁଥିଲେ ।
ବର୍ତ୍ତମାନ ତାଙ୍କ ପୁଅ, କାଦରଙ୍କ ଖାନଙ୍କର ଏହି ରୋଗ ସଂପର୍କରେ ସୂଚନା ଦେଇଛନ୍ତି । କାଦରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସେ ଦାର୍ଘ ଦିନ ହେବ ଅସୁସ୍ଥ ଥିଲେ ଏବଂ ନିଜର ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ଥିଲେ ।
କାଦର ଏକା ଧାରରେ ଫିଲ୍ମରେ ଅଭିନୟ କରିବା ସହ ସମ୍ବାଦ ଲେଖିବା କାମ ମଧ୍ୟ କରୁଥିଲେ । ସେ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିସାରିଛନ୍ତି । ନିଜର ଶ୍ରେଷ୍ଠ ଅଭିନୟ ଯୋଗୁଁ ସେ ବଲିଉଡକୁ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି ।
୯୦ ଦଶକରେ ଗୋବିନ୍ଦା ଏବଂ କାଦରଙ୍କର ଯୋଡିକୁ ହିଟ ଫର୍ମୁଲା ଧରାଯାଉଥିଲା । ଉଭୟ “ଦୁଲ୍ହେ ରାଜା”, “କୁଲି ନଂ ୧” “ରାଜା ବାବୁ” ଏବଂ “ଆଙ୍ଖେ” ଭଳି ଅନେକ ହିଟ ଫିଲ୍ମରେ ଏକାଠି କାମ କରିସାରିଛନ୍ତି ।


Share It

Comments are closed.