ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ ହେଲା ଗିରଫ


ମହେନ୍ଦ୍ର ସିଂ ଧୋନୀଙ୍କ ବିପକ୍ଷରେ ସୋଶିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ ଦେବା ପଡ଼ିଲା ମହଙ୍ଗା। କମେଣ୍ଟ ଦେଇ ଗିରଫ ହେଲେ ନାବାଳକ। ଗୁଜୁରାଟର କଚ୍ଛରୁ ନାବାଳକଙ୍କୁ ଗିରଫ କରିଛି ପୁଲିସ୍। କଚ୍ଛର ପୁଲିସ୍‌ କହିଛି ଯେ, କେକେଆର ବିପକ୍ଷ ମ୍ୟାଚରେ ସିଏସକେ ହାରିବା ପରେ ନାବାଳକ ଜଣକ ହତାଶ ହୋଇ ପଡ଼ିଥିଲେ। ଫଳରେ କ୍ରିକେଟ ପ୍ରେମୀଙ୍କ ବିକୃତ ମାନସିକତା ଦେଖାଇଥିଲେ। ସେ ସୋଶିଆଲ ମିଡିଆରେ ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ।

ଗୁଜୁରାଟ ପୁଲିସ୍‌ କହିଛି ଯେ, ସୋଶିଆଲ ମିଡିଆ ଆକ୍ଟ ଦ୍ୱାରା ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି। ଖୁବଶୀଘ୍ର ତାଙ୍କୁ ରାଞ୍ଚୀ ପୁଲିସ୍‌କୁ ହସ୍ତାନ୍ତର କରାଯିବ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ଯେ ସୋଶିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ ଦେଇଥିବା ପିଲା ଜଣକ ନାବାଳକ ହୋଇଥିବା ବେଳେ ସେ ପ୍ଲସ୍‌ ୨ ପଢ଼ୁଛନ୍ତି।

ସୂଚନାଥାଉକି, ଭାରତରେ କ୍ରିକେଟ ଏକ ଲୋକପ୍ରିୟ ଖେଳ। ବର୍ତ୍ତମାନ କରୋନା କଟକଣା ମଧ୍ୟରେ ୟୁଏଇରେ ଖେଳା ଯାଉଛି ଆଇପିଏଲର ୧୩ତମ ସଂସ୍କରଣ। ବିଗତବର୍ଷ ଗୁଡ଼ିକ ଆଇପିଏଲ ସଂସ୍କରଣରେ ଦମଦାର ଖେଳ ପ୍ରଦର୍ଶନ କରୁଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ସଜିନରରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ଜାରି ରଖିଛି। ଏଭଳିକି ଦଳ ୬ଟି ମ୍ୟାଚ୍‌ ଖେଳି ମୋଟ ୨ ମ୍ୟାଚରେ ବିଜୟ ଲାଭ କରିଛି। ଏପରିକି ଦଳର ପ୍ରଦର୍ଶନ ସମସ୍ତ ସିଏସ୍‌କେ ଫ୍ୟାନଙ୍କୁ ନିରାଶ କରିଛି। ଏଥିପାଇଁ ଧୋନିଙ୍କର ଏବଂ ସିଏସ୍‌କେର ପ୍ରଶଂସକ ମାନେ ସୋଶିଆଲ ମିଡିଆରେ କଡ଼ା ସମାଲୋଚନା କରିଥିଲେ।

କୋଲକାତା ବିପକ୍ଷ ମ୍ୟାଚ ହାରିବା ପରେ ଧୋନିଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ କଡ଼ା ସମାଲୋଚନ କରିଥିଲେ। ଏପରିକିି ଧୋନିଙ୍କ ପରିବାରକୁ ନେଇ ମଧ୍ୟ ଖରାପ ସମାଲୋଚନା କରିଥିଲେ। ଏଥିସହିତ ସୋସିଆଲ ମିଡଆରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷୀୟ ଝିଅ ଜୀବାଙ୍କୁ ଦୁଷ୍ମର୍ମ ଧମକ ଦେଇଥିଲେ କିଛି ବ୍ୟକ୍ତି। ଯାହାର ସ୍କ୍ରିନ୍‌ ସଟ୍‌ ଏବେ ଭାଇରାଲା ହେବାରେ ଲାଗିଛି। ଅପରପକ୍ଷେ କିଛି ୟୁଜର ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ବେଳେ ଆଉ କିଛି ୟୁଜର୍ସ ଧୋନିଙ୍କ ପରିବାରକୁ ଖେଳ ବିବାଦ ମଧ୍ୟକୁ ନ ଟାଣିବା ଉଚିତ୍‌ ବୋଲି ମତ ରଖିଛନ୍ତି। ଏସବୁ ଖବର ପ୍ରକାଶ ପାଇବା ପରେ କିଛି କ୍ରିକେଟ୍ ସମୀକ୍ଷକ ଏପରି ଧମକକୁ କଡା ନିନ୍ଦା ମଧ୍ୟ କରିଥିଲେ।


Share It

Comments are closed.