ଅତ୍ୟାଧୁନିକ ସୋଲାର୍ ଉତ୍ପାଦନ ପାଇଁ ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ଫଟୋଭୋଲ୍ଟାଇକ୍ ସୋଲାର୍ ସେଲ୍ର ଅଗ୍ରଣୀ ନିର୍ମାତା ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧାରେ ଏକ ଫଟୋଭୋଲ୍ଟାଇକ୍ ସୋଲାର୍ ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ଏହି ବୁଝାମଣା ଅନୁସାରେ ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଏହାର ସହାୟକ ସଂସ୍ଥା ଜୁପିଟର ରିନୁଏବଲ୍ସ ଜରିଆରେ ୨୦୦୫ କୋଟି ଟଙ୍କା ନିବେଶ କରାଯିବ । ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୨ ଗିଗାୱାଟ୍ର ସୋଲାର୍ ସେଲ୍ ଓ ୩.୬ ଗିଗାୱାଟ୍ର ମଡ୍ୟୁଲ୍ ରହିବ ଯାହା ଭାରତରେ ସୋଲାର ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବ ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ୨୦୨୫ ପରିପ୍ରେକ୍ଷୀରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ସେଥିରେ ଜୁପିଟର ଇଂଟରନ୍ୟାସନାଲ୍ ଭାରତର ସୋଲାର ଉତ୍ପାଦନ କ୍ଷମତାରେ ଉନ୍ନତି ଆଣିବା ଓ ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲା । ଓଡ଼ିଶା ଏକ ପ୍ରମୁଖ ଶିଳ୍ପ ଓ ନିବେଶ ହବ୍ ଭାବେ ଉଭା ହେଉଥିବା ବେଳେ ରାଜ୍ୟର ଅକ୍ଷୟ ଶକ୍ତି ଅଭିଳାଷ ଏବଂ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ର ଅକ୍ଷୟ ଶକ୍ତି ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ସହ ଏହି ପ୍ରକଳ୍ପ ସମନ୍ୱିତ ରହିଛି ।
ପ୍ରକଳ୍ପ ସମ୍ପର୍କରେ ଜୁପିଟର ଇଂଟରନ୍ୟାସନାଲ୍ର ପରିଚାଳନା ନିର୍ଦ୍ଦେଶକ ଆଲୋକ ଗାରୋଡିଆ କହିଛନ୍ତି ଯେ, “ଭାରତରେ ଏକ ସମ୍ପୂର୍ଣ୍ଣ ସମନ୍ୱିତ ସୌର ଉତ୍ପାଦନ ବ୍ୟ ବସ୍ଥା ଗଠନ କରିବା ଲାଗି ଆମର ରହିଥିବା ଲକ୍ଷ୍ୟରେ ଏହି ନିବେଶ ଏକ ପ୍ରମୁଖ ମାଇଲଖୁଂଟ । ଉନ୍ନତ ସୋଲାର ସେଲ୍ ଓ ମଡ୍ୟୁଲ ଉତ୍ପାଦନକୁ ସମନ୍ୱିତ କରି ଏହି ପ୍ରକଳ୍ପ ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ସୃଷ୍ଟି ଓ ସୁଦୃଢ଼ କରିବାରେ ସହାୟକ ହେବ ଯାହା ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ସମର୍ଥନ କରିବ ।’’
ଆସନ୍ତା ତିନି ବର୍ଷରେ ୩ ଗିଗାୱାଟ ୱାଫର କ୍ଷମତା, ୯.୪ ଗିଗାୱାଟର ସୋଲାର ସେଲ୍ କ୍ଷମତା ଓ ୬ ଗିଗାୱାଟ୍ର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ହାସଲ କରିବା ଲାଗି ଜୁପିଟର ଇଂଟରନ୍ୟାସନାଲ୍ର ରହିଥିବା ବୃହତର ଅଭିଯାନର ଏହା ହେଉଛି ଏକ ଅଂଶ । କମ୍ପାନି ଏକ ସମ୍ପୂର୍ଣ୍ଣ ସମନ୍ୱିତ ସୌର ଉତ୍ପାଦନ ବ୍ୟବସ୍ଥା ବିକାଶ କରିବା ସହ ଗୁଣାତ୍ମକ ମାନ, ସୁଲଭତା ଓ ଯୋଗାଣ ଶୃଙ୍ଖଳ ସ୍ଥାୟିତ୍ୱ ଉପରେ ନିୟନ୍ତ୍ରଣ ସୁନିଶ୍ଚିତ କରିବାକୁ ଚାହୁଛି । ଆମଦାନୀ କମ୍ କରିବା,
ନିଯୁକ୍ତି ସୃଷ୍ଟି ଏବଂ ଅକ୍ଷୟ ଶକ୍ତିରେ ବିଶ୍ୱର ଅଗ୍ରଣୀ ଭାବେ ଭାରତକୁ ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଲାଗି କମ୍ପାନି ଉପଯୁକ୍ତ ସ୍ଥିତିରେ ରହିଛି ।
Comments are closed.