ଜେଏସଡବ୍ଲ୍ୟୁ ପେଣ୍ଟସ ପକ୍ଷରୁ “ରଙ୍ଗୋ କା ଖେଲ ୨.୦” ଉନ୍ମୋଚନ ସହ ଆଇପିଏଲର ଆନନ୍ଦଦାୟକ ଅନୁଭୂତିକୁ ପାଳନ

Share It

ଭୁବନେଶ୍ୱର: ଭାରତର ଅଗ୍ରଣୀ ପରିବେଶ ଅନୁକୂଳ ପେଣ୍ଟ କମ୍ପାନି ତଥା ୨୪ ବିଲିୟନ ଆମେରିକୀୟ ଡଲାର ଜେଏସଡବ୍ଲ୍ୟୁ ଗ୍ରୁପର ଅଂଶ ଜେଏସଡବ୍ଲ୍ୟୁ ପେଣ୍ଟସ୍ ଆଇପିଏଲ୍ ୨୦୨୫ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପୂର୍ବ ଅଭିଯାନର ସଫଳତାକୁ ଆଧାର କରି ନୂତନ ସଂସ୍କରଣରେ ରଙ୍ଗ, ସାମୂହିକ ଭାବନା ଏବଂ ଚର୍ଚ୍ଚିତ ଚେହେରାର ମିଶ୍ରଣ ସହିତ ସିନେମା ଏବଂ ଉତ୍ସବର ଅନୁଭୂତିକୁ ଉନ୍ନତ କରାଯାଇଛି । ଟିବିଡବ୍ଲ୍ୟୁଏ/ଇଣ୍ଡିଆ ଦ୍ୱାରା ପରିକଳ୍ପିତ ଏହି ସଙ୍ଗୀତ କ୍ରିକେଟର ଜୀବନ୍ତ ଭାବନାକୁ ପ୍ରତିଫଳିତ କରୁଛି।
କିଛି ପିଲାଙ୍କ ମଧ୍ୟରେ ଗଲି କ୍ରିକେଟ ମ୍ୟାଚକୁ ନେଇ ଫିଲ୍ମଟି ଏକ ପରିଚିତ ଢଙ୍ଗରେ ଆରମ୍ଭ ହୋଇଛି। କ୍ରିକେଟ୍ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ମିତାଲି ରାଜଙ୍କ ଅପ୍ରତ୍ୟାଶିତ ଆଗମନ ସହ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଉଛି। ଏହା ପରେ ପରିବର୍ତ୍ତନର ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ‘ରଙ୍ଗୋ କା ଖେଳ’ ସଙ୍ଗୀତକୁ ନେଇ ନିର୍ମିତ ଏହି ସିନେମାରେ ପିଲା, ବୟସ୍କ ଓ କ୍ରିକେଟ୍ କିମ୍ବଦନ୍ତୀ ଏକାଠି ହୋଇ ବିଭିନ୍ନ ଆଇପିଏଲ୍ ଓ ଡବ୍ଲ୍ୟୁପିଏଲ୍ ଦଳର ପ୍ରତିନିଧିତ୍ୱ କରୁଥିବା ରଙ୍ଗ ଦେଖିବାକୁ ମିଳିଛି। ଜେଏସଡବ୍ଲ୍ୟୁ ପେଣ୍ଟସର ବିବିଧ ପରିସରରୁ ଅନୁପ୍ରାଣିତ ହୋଇ ଏହି ସଙ୍ଗୀତ ଆନନ୍ଦ, ଏକତାର ଭାବନାକୁ ପ୍ରତିଫଳିତ କରୁଛି।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଏବଂ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍‌)ରେ ଜେଏସଡବ୍ଲ୍ୟୁ ପେଣ୍ଟସ୍ ୮ଟି ଦଳ ସହ ସହଯୋଗିତା କରିଛି। ଜେଏସଡବ୍ଲ୍ୟୁ ପେଣ୍ଟସର ଏହା ଏକ ବୃହତମ ବ୍ରାଣ୍ଡ ସହଯୋଗିତା ଯେଉଁଥିରେ ଜେଏସଡବ୍ଲୁ ଗ୍ରୁପର ସହ-ମାଲିକାନାରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ (ଡିସି), କୋଲକାତା ନାଇଟ୍ ରାଇଡର୍ସ (କେକେଆର), ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସମେତ ତିନୋଟି ଡବ୍ଲୁପିଏଲ୍ ଦଳ, ଗୁଜରାଟ ଜାଏଣ୍ଟସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିଅର୍ଶ ସମେତ ୮ଟି ଦଳ ସହ ସହଯୋଗିତା ରହିଛି।
ଜେଏସଡବ୍ଲୁ ପେଣ୍ଟସର ଯୁଗ୍ମ ଏମଡି ତଥା ସିଇଓ ସୁନ୍ଦରେସନ ଏଏସ କହିଛନ୍ତି ଯେ, “ କ୍ରିକେଟ ଆଜି ରଙ୍ଗ ଓ ଭାବନାର ଏକ ଶକ୍ତିଶାଳୀ ପର୍ବ । ‘ରଙ୍ଗୋ କା ଖେଲ ୨.୦’ ଜରିଆରେ ଆମେ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରଶଂସକଙ୍କ ସହ ଆମର ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ। କ୍ରିକେଟ୍ କିମ୍ବଦନ୍ତୀ, ଗୋଷ୍ଠୀ ସଦଭାବନା ଏବଂ ଆମର ଜୀବନ୍ତ ପରିସର ସହିତ ଆମେ ଜାଣିବାକୁ ଚାହୁଁଥିଲୁ ଯେ ରଙ୍ଗ କିପରି ଯେ କୌଣସି ସ୍ଥାନକୁ ସୁନ୍ଦରରେ ପରିଣତ କରିପାରିବ।”
ଜେଏସଡବ୍ଲୁ ପେଣ୍ଟସର ମୁଖ୍ୟ ବ୍ୟବସାୟ ଅଧିକାରୀ ଆଶିଷ ରାୟ କହିଛନ୍ତି ଯେ, “ଜେଏସଡବ୍ଲୁ ପେଣ୍ଟସରେ ଆମେ ବିଶ୍ୱାସ କରୁ ଯେ କ୍ରିକେଟରେ ଲୋକଙ୍କୁ ପ୍ରେରଣା ଓ ଏକାଠି କରିବାର ଶକ୍ତି ରହିଛି । ଚଳିତ ବର୍ଷ ଆଇପିଏଲ୍ ଏବଂ ଡବ୍ଲ୍ୟୁପିଏଲ୍ ଦଳଗୁଡ଼ିକ ସହିତ ଆମର ବିସ୍ତାରିତ ସହଯୋଗିତା ଗଭୀର ଭାବେ ପ୍ରଶଂସକଙ୍କ ସହ ଯୋଡ଼ିହେବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ‘ରଙ୍ଗୋ କା ଖେଲ ୨.୦’ କେବଳ ଏକ ଅଭିଯାନ ନୁହେଁ, ଏହା କ୍ରିକେଟ୍ ଏବଂ ରଙ୍ଗ ଏକାଠି ସୃଷ୍ଟି କରୁଥିବା ଉତ୍ସାହ, ଶକ୍ତି ଏବଂ ଏକତାର ଉତ୍ସବ।”
ଟିବିଡବ୍ଲ୍ୟୁଏ ଇଣ୍ଡିଆର ସିଇଓ ଗୋବିନ୍ଦ ପାଣ୍ଡେ କହିଛନ୍ତି ଯେ, “ପ୍ରତିଦ୍ୱନ୍ଦ୍ୱୀ ରଙ୍ଗ ପଡ଼ିଆକୁ ଆଲୋକିତ କରିଥାଏ, କିନ୍ତୁ ଖେଳ ପ୍ରତି ଭଲ ପାଇବାର ରଙ୍ଗ କେବେ ବଦଳିନଥାଏ , ତାହା ପ୍ରତ୍ୟେକ ଘରେ ଉତ୍ସବର ଭାବନା ପ୍ରସାରିତ କରିଥାଏ। ଏହି ସଙ୍ଗୀତ କ୍ରିକେଟର ଯାଦୁ ଯଥା ଉଜ୍ଜ୍ୱଳ, ଜୀବନ୍ତ ଏବଂ ଏକଜୁଟ ଭାବନାକୁ ପାଳନ କରୁଛି । ଫିଲ୍ମର ବିଷୟବସ୍ତୁ ମଧ୍ୟ ସ୍ମରଣ କରାଇ ଦେଉଛି ଯେ ଯେତେବେଳେ ଆମେ ‘ଥିଙ୍କ୍ ବିଉଟିଫୁଲ୍‌’ ବାଛିବା, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ।”
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିସିଓ ରସେଲ ବ୍ୟାରେଟ୍ କହିଛନ୍ତି ଯେ, “ଆମ ଅଭିଯାନ ଆଇପିଏଲର ଶକ୍ତି, କ୍ରିକେଟ ପ୍ରଶଂସକଙ୍କ ଉତ୍ସାହ ଏବଂ ଖେଳର ଏକତା ଭାବନାକୁ ଏକାଠି କରିଛି। ରଙ୍ଗୋ କା ଖେଳ ୨.୦’ ହେଉଛି କ୍ରିକେଟ୍ ଆଣିଥିବା ଉତ୍ସାହ ଏବଂ ଏକତାକୁ ନେଇ ଆମର ଉତ୍ସବର ଏକ ଉନ୍ନତି ଏବଂ ଆଇପିଏଲ୍ ୨୦୨୫ରେ ଆହୁରି ବଡ଼ ଉପସ୍ଥିତି ସହିତ ଏହି ଯାତ୍ରାକୁ ଆଗକୁ ବଢ଼ାଇବାପାଇଁ ଆମେ ଆନନ୍ଦିତ।”


Share It

Comments are closed.