ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସ ପକ୍ଷରୁ ଆକ୍‌ଜୋ ନୋବେଲ୍ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ରାଜିନାମା ସ୍ୱାକ୍ଷରିତ

Share It

ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ପେଂଟସ୍ ପକ୍ଷରୁ ଆକ୍‌ଜୋ ନୋବେଲ୍ ଏନ୍‌ଭି ଓ ଏହାର ସହଯୋଗୀଙ୍କଠାରୁ ୮୯୮୬ କୋଟି ଟଙ୍କାର ସେୟାର କ୍ରୟ ରାଜିନାମା ଅଧୀନରେ ଆକ୍‌ଜୋ ନୋବେଲ୍ ଇଣ୍ଡିଆ ଲିମିଟେଡ୍ (ଏଏନ୍‌ଆଇଏଲ୍‌)ର ୭୪.୭୬% ଅଂଶଧନ ଅଧିଗ୍ରହଣ କରିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି। ଏହି ପ୍ରସ୍ତାବିତ ଅଧିଗ୍ରହଣକୁ ଭାରତୀୟ ପ୍ରତିଯୋଗିତା କମିସନଙ୍କ ଅନୁମୋଦନର ଆବଶ୍ୟକତା ରହିଛି ଏବଂ ଏଏନ୍‌ଆଇଏଲ୍‌ର ସାର୍ବଜନୀନ ଅଂଶଧନକାରୀଙ୍କୁ ବାଧ୍ୟତାମୂଳକ ଟେଣ୍ଡର ଅଫର ଆଣିବାକୁ ପଡ଼ିବ।
ଜେଏସ୍‌ଡବ୍ଲୁ ପେଂଟସ୍ ହେଉଛି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ପେଂଟ୍ କମ୍ପାନି ଏବଂ ଏହା ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ୨୩ ବିଲିଅନ ଡଲାରର ଜେଏସଡବ୍ଲ୍ୟୁ ଗ୍ରୁପ୍‌ର ଏକ ଅଂଶ ଯାହା ଇସ୍ପାତ, ସିମେଂଟ୍‌, ଶକ୍ତି ଭିତିଭୂମି, ଅଟୋମୋଟିଭ୍ ଓ ପେଂଟ୍ କ୍ଷେତ୍ରରେ କାରବାର କରୁଛି। ଏଏନ୍‌ଆଇଏଲ୍ ହେଉଛି ଭାରତର ଅଗ୍ରଣୀ ଡେକୋରେଟିଭ୍ ପେଂଟ୍ ଓ ଶିଳ୍ପ କୋଟିଂ କମ୍ପାନି ଯାହାର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡ୍‌ସରେ ରହିଛି।
ଏହି ରୂପାନ୍ତରୀତ ଅଧିଗ୍ରହଣ ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସକୁ ଏହି କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନି ଭାବେ ଉପସ୍ଥାପନ କରିବ ଯାହା ଆଗାମୀ ବର୍ଷଗୁଡ଼ିକରେ ଆହୁରି ଆଗକୁ ବଢ଼ିବ।
ଜେଏସ୍‌ଡବ୍ଲୁ ପେଂଟ୍‌ସର ପରିଚାଳନା ନିର୍ଦେଶକ ଶ୍ରୀ ପାର୍ଥ ଜିନ୍ଦଲ କହିଛନ୍ତି ଯେ, “ପେଂଟ୍ ଓ କୋଟିଂ ହେଉଛି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ଏବଂ ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସ ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପେଂଟ୍ କମ୍ପାନି। ଆକ୍‌ଜୋ ନୋବେଲ୍ ଇଣ୍ଡିଆ ହେଉଛି ଡ୍ୟୁଲକ୍ସ ଇଂଟରନ୍ୟାସନାଲ୍ ଓ ସିକେନ୍‌ସ ଭଳି ଅନେକ ବିଶ୍ୱସ୍ତରରେ ପ୍ରତିଷ୍ଠିତ ପେଂଟ୍ ଓ କୋଟିଂ ବ୍ରାଣ୍ଡ୍‌ର କମ୍ପାନି। ଆମେ ସେମାନଙ୍କୁ ଜେଏସଡବ୍ଲ୍ୟୁ ପରିବାରକୁ ସ୍ୱାଗତ କରୁଛୁ। ଆକ୍‌ଜୋ ନୋବେଲ୍ ଇଣ୍ଡିଆ ପରିବାର ସହିତ ଆମେ କର୍ମଚାରୀ, ଗ୍ରାହକ ଓ ସହଯୋଗୀଙ୍କୁ ସ୍ୱାଗତ କରିବା ସହ ଭବିଷ୍ୟତ ପାଇଁ ଏକ ପେଂଟ୍ କମ୍ପାନି ଗଠନ କରିବାର ଅଭିଳାଷ ରଖିଛୁ। ଡ୍ୟୁଲକ୍ସର ମ୍ୟାଜିକ୍ ଏବଂ ଜେଏସ୍‌ଡବ୍ଲୁୃ୍ୟ ପେଂଟ୍‌ସର ଭାବନା ସହିତ ଆମେ ଗ୍ରାହକଙ୍କୁ ଉଲ୍ଲସିତ କରିବା ଏବଂ ଆମ ଅଂଶୀଦାରଙ୍କ ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ।’’
ଆକ୍‌ଜୋନୋବେଲ୍‌ର ସିଇଓ ଗ୍ରେଗ୍ ପୌକ୍ସ-ଗୁଇଲାଉମେ କହିଛନ୍ତି ଯେ, “ଆମ ରଣନୀତି କାର୍ଯ୍ୟକାରିତାରେ ଏହି କାରବାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ଆକ୍‌ଜୋନୋବେଲ୍ ଇଣ୍ଡିଆ ଲଗାତାର ଭାବେ ଦୃଢ଼ ପ୍ରଦର୍ଶନକାରୀ ହୋଇରହିଛି ଏବଂ ଏହାକୁ ସଫଳ କରିଥିବା ବ୍ରାଣ୍ଡ୍ ଓ ପ୍ରତିଭାଙ୍କୁ ନେଇ ଆମେ ଗର୍ବିତ। ଜେଏସଡ୍‌ବ୍ଲ୍ୟୁ ସହିତ ଆମର ବିଶ୍ୱାସ ରହିଛି ଯେ ଏହି ବ୍ୟବସାୟ ଏକ ଦୀର୍ଘକାଳୀନ ସହଯୋଗୀଙ୍କ ହାତରେ ରହିଛି ଯାହାଙ୍ ଗଭୀର ସ୍ଥାନୀୟ ଅଭିଜ୍‌ଞତା ଏବଂ ଏହି କ୍ଷେତ୍ର ପାଇଁ ଦୃଢ଼ ଆକାଂକ୍ଷା ରହିଛି।’’
ଜେଏସ୍‌ଡବ୍ଲୁ ପେଂଟ୍‌ସ ପାଇଁ ମର୍ଗାନ୍ ଷ୍ଟାନ୍‌ଲି ସ୍ୱତନ୍ତ୍ର ଫାଇନାନ୍ସିଆଲ୍ ଆଡଭାଇଜର ଭାବେ କାର୍ଯ୍ୟ କରିଥିଲା ଏବଂ ଖୈତାନ ୍‌ଆଣ୍ଡ୍ କୋ ଥିଲା ଆଇନଗତ ଉପଦେଷ୍ଟା। ଡେଲୋଟ୍ ଆର୍ଥିକ ଓ ଟିକସ ଯଥାର୍ଥ ଆକଳନ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲା।


Share It

Comments are closed.