ଜେଏସ୍‌ଡବ୍ଲୁ ପେଂଟ୍‌ସ ପକ୍ଷରୁ ନୂତନ ଡିଜିଟାଲ୍ ଅଭିଯାନ

Share It

ଭୁବନେଶ୍ୱର: ଦେଶର ଅଗ୍ରଣୀ ପରିବେଶ ଅନୁକୂଳ ପେଂଟ୍ କମ୍ପାନି ଜେଏସ୍‌ଡବ୍ଲୁ ପେଂଟ୍‌ସ ପକ୍ଷରୁ ଏହାର ସଦ୍ୟତମ ଡିଜିଟାଲ୍ ବିଜ୍ଞାପନ ଜରିଆରେ ପେଂଟ୍‌ରେ ଥିବା ରୂପାନ୍ତରଣ ଶକ୍ତିକୁ ପ୍ରଦର୍ଶିତ କରାଯାଇଛି।
“ରୁମ୍ ଅଫ୍ ହୋପ୍‌” ନାମକ ବିଜ୍ଞାପନ ଚଳଚ୍ଚିତ୍ରକୁ ଡିବିଡବ୍ଲୁଏ/ଭାରତ ପକ୍ଷରୁ ପରିକଳ୍ପନା କରାଯାଇଛି ଯାହା ଜଣେ ଅନାଥାଶ୍ରମର ଜୀବନ ଯାତ୍ରାକୁ ବିଭିନ୍ନ ରଙ୍ଗ ଜରିଆରେ ବର୍ଣ୍ଣନା କରୁଛି ଯେଉଁଥିରେ ଏକ ଖାଲି ତଥା ଅସଜଡ଼ା କୋଠରିକୁ ରହିବା ଲାଗି ଏକ ସୁନ୍ଦର ଘରରେ ପରିଣତ କରାଯାଉଛି । ଡିସେମ୍ବର ୯ ସୋମବାର ସମସ୍ତ ଡିଜିଟାଲ ପ୍ଲାଟଫର୍ମରେ ଏହାକୁ ଶୁଭାରମ୍ଭ କରାଯାଇଛି।
ସୀମିତ ସମ୍ବଳରେ ଅନାଥାଶ୍ରମଟି କିଭଳି ଜେଏସଡବ୍ଲୁ ପେଂଟ୍‌ର ଗୋଟିଏ କୋଟ୍ ସକାରାତ୍ମକ ପରିବର୍ତନ ଆଣିପାରିଛି ତାହାକୁ ଏହି ସିନେମାରେ ପ୍ରଦର୍ଶନ କରାଯାଇଛି।
ଜେଏସଡବ୍ଲୁ ପେଂଟସର ଯୁଗ୍ମ ଏମଡି ଏବଂ ସିଇଓ ଏ ଏସ୍ ସୁନ୍ଦରେସନ କହିଛନ୍ତି ଯେ, “ପରିବର୍ତନର ଗୋଟିଏ କାର୍ଯ୍ୟ ଅସୀମ ସମ୍ଭାବନା ସୃଷ୍ଟି କରିପାରେ। ଜେଏସଡବ୍ଲ୍ୟୁ ପେଂଟସରେ ଆମେ ଆମର ଉତ୍ପାଦ ମାଧ୍ୟମରେ ରୂପାନ୍ତରିତ ସୌନ୍ଦର୍ଯ୍ୟ ସୃଷ୍ଟି କରିବାରେ ବିଶ୍ୱାସ କରୁ। ଏହି ଚଳଚ୍ଚିତ୍ରରେ ପ୍ରତିଫଳିତ କରାଯାଇଛି ଯେ କିପରି ଚିନ୍ତନଶୀଳ କାର୍ଯ୍ୟ ଏକ ଉତମ ଦୁନିଆ ସୃଷ୍ଟି କରିବା ପାଇଁ ସକାରାତ୍ମକ ପରିବର୍ତନ ଆଣିପାରିବ।”
ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସର ମୁଖ୍ୟ ବ୍ୟବସାୟ ଅଧିକାରୀ ଆଶିଷ ରାୟ କହିଛନ୍ତି ଯେ,“ରଙ୍ଗ ବ୍ୟତୀତ ଆମର ପ୍ରତିବଦ୍ଧତାକୁ ବଢ଼ାଇ ଆମେ ରଙ୍ଗର ପରିବର୍ତନ ଶକ୍ତିକୁ ଉନ୍ମୋଚନ କରି ସମ୍ପ୍ରଦାୟ ଉପରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। “ରୁମ୍ ଅଫ୍ ହୋପ୍‌” ସେହି ଲୋକମାନଙ୍କର ସ୍ଥିରତା ଏବଂ ଦୃଷ୍ଟିକୋଣକୁ ପାଳନ କରୁଛି ଯେଉଁମାନେ ଆମେ ସ୍ପର୍ଶ କରୁଥିବା ପ୍ରତ୍ୟେକ ସ୍ଥାନରେ ସୌନ୍ଦର୍ଯ୍ୟ ଏବଂ ସୁଯୋଗକୁ ପ୍ରୋତ୍ସାହିତ କରିବାର ଆମର ମୂଲ୍ୟବୋଧ ସହିତ ଯୋଡ଼ି ହୋଇ ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତି।”
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିଇଓ ଗୋବିନ୍ଦ ପାଣ୍ଡେ କହିଛନ୍ତି ଯେ, “ଏକ ଚିନ୍ତାଧାରା ସେତେବେଳେ ସୁନ୍ଦର ହୋଇଥାଏ ଯେତେବେଳେ ଏହା ଜୀବନରେ ନୂଆ ସମ୍ଭାବନା ଆଣିଥାଏ । ଜେଏସଡବ୍ଲ୍ୟୁ ପେଂଟ୍‌ସ ଏହି ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ “ସୁନ୍ଦର ଭାବନା”ର ଶକ୍ତିରେ ବିଶ୍ୱାସ କରେ ଯାହା ଆମ ଘର ଏବଂ ଜୀବନ ଉପରେ ପ୍ରଭାବ ପକାଇଥାଏ।”
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିସିଏକ୍ସପିଓ ରସେଲ ବ୍ୟାରେଟ କହିଛନ୍ତି ଯେ, “ଆମ ଚାରିପାଖରେ ଅନେକ ଲୋକ ଏଭଳି ଚମତ୍କାର କାମ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଜେଏସ୍ଡବ୍ଲ୍ୟୁ ପେଂଟସ୍ ଦର୍ଶାଉଛି ଯେ ଏକ ସୁନ୍ଦର ଚିନ୍ତାଧାରା ସେହି ଲୋକମାନଙ୍କୁ କିପରି ସାହାଯ୍ୟ କରିପାରେ ଯେଉଁମାନେ ଦୁନିଆକୁ ଅଧିକ ସୁନ୍ଦର ସ୍ଥାନରେ ପରିଣତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।”


Share It

Comments are closed.