ଜେଏସ୍‌ଡବ୍ଲୁ ୱାନ୍ ପକ୍ଷରୁ ଜେଏସ୍‌ଡବ୍ଲୁ ୱାନ୍ କଙ୍କ୍ରିଟ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ବି୨ବି ଇ-କମର୍ସ ସଂସ୍ଥା ଜେଏସ୍‌ଡବ୍ଲୁ ୱାନ୍ ପ୍ଲାଟଫର୍ମସ ପକ୍ଷରୁ ନିର୍ମାଣ କ୍ଷେତ୍ରର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ଏକ ରେଡି-ମିକ୍ସ କଙ୍କ୍ରିଟ୍ ସମାଧାନ ଜେଏସଡବ୍ଲୁ ୱାନ୍ କଙ୍କ୍ରିଟ୍‌ର ଶୁଭାରମ୍ଭ କରାଯାଇଛି। ଏହା ଜେଏସ୍‌ଡବ୍ଲ ୱାନ୍‌ର ପ୍ରାଇଭେଟ୍ ବ୍ରାଣ୍ଡ୍ ପୋର୍ଟଫୋଲିଓକୁ ସୁଦୃଢ଼ କରିଛି ଏବଂ ଗୁଣବତା, ସ୍ଥିରତା ଭଳି ଆହ୍ୱାନର ମୁକାବିଲା କରିବା ଏବଂ ନିର୍ମାଣ ସାମଗ୍ରୀରେ ପାରଦର୍ଶିତା ପ୍ରଦାନ କରିବା ଉପରେ ତାହା ଆଲୋକପାତ କରୁଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇ ମେଟ୍ରୋପଲିଟାନ ଅଂଚଳରେ ଶୁଭାରମ୍ଭ କରାଯିବା ପରେ ଜେଏସ୍‌ଡବ୍ଲୁ ୱାନ୍ କଙ୍କ୍ରିଟ୍‌କୁ ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଶ୍ରେଷ୍ଠ ୨୦ ରେଡି-ମିକ୍ସ କଙ୍କ୍ରିଟ୍‌-ଯୋଗାଣ ବଜାରକୁ ସମ୍ପ୍ରସାରଣ କରିବାର ଲକ୍ଷ୍ୟ ରହିଛି। ଏହି ବଜାରଗୁଡ଼ିକ ଭାରତର ମୋଟ ଆରଏମସି ବଜାର ପ୍ରତି ୫୦ ପ୍ରତିଶତ ଯୋଗଦାନ ଦେଉଛନ୍ତି। ଠିକାଦାର, ଡେଭେଲପର, ସ୍ଥପତି, ଷ୍ଟ୍ରକଚରାଲ ଇଞ୍ଜିନିୟର ଓ ପ୍ରକଳ୍ପ ପରିଚାଳନା କନସଲଟାଂଟ୍‌ଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଉତ୍ପାଦକୁ ସାରା ଦେଶରେ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରିବା ଯୋଜନା ରହିଛି।
ଏ ସମ୍ପର୍କରେ ଜେଏସଡବ୍ଲୁ ୱାନ୍ ପ୍ଲାଟଫର୍ମସ୍‌ର ସିଇଓ ଗୌରବ ସଚ୍ଚଦେବା କହିଛନ୍ତି ଯେ, “ଭାରତର ବର୍ଦ୍ଧିତ ନିର୍ମାଣ ଶିଳ୍ପ, ସହରାଚଂଳରେ ସମ୍ପ୍ରସାରଣ ଓ ଜାରି ରହିଥିବା ଭିତିଭୂମି ପ୍ରକଳ୍ପ ଓ ସରକାରଙ୍କ ଅଭିଯାନ ପାଇଁ ଭାରତରେ କଙ୍କ୍ରିଟ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତୀୟ ବି୨ବି ଶିଳ୍ପରେ ଆମର ବର୍ଦ୍ଧିତ ବ୍ୟାପକତା ଏବଂ ଗୁଣବତା, ଭରସାଯୋଗ୍ୟ ଓ ବାସ୍ତବ ସମୟରେ ଉତ୍ପାଦ ପ୍ରଦାନ କରିବାରେ ଆମ ରହିଥିବା ବିଶେଷତାକୁ ନେଇ ଜେଏସଡବ୍ଲୁ ୱାନ କଙ୍କ୍ରିଟ୍ ଆମର ପୁରୁଣା ଉତ୍ପାଦକୁ ସମର୍ଥନ କରୁଥିବା ବେଳେ ଶିଳ୍ପ ଓ ନିର୍ମାଣ ଉପକରଣ ପାଇଁ ଏକ ବ୍ୟାପକ ମୂଲ୍ୟ ଦ୍ୱାରା ପରିଚାଳିତ ପ୍ଲାଟଫର୍ମ ଗଠନ କରିବାରେ ଆମର ରହିଥିବା ଲକ୍ଷ୍ୟକୁ ସମର୍ଥନ କରୁଛି।”
ଗୁଣାତ୍ମକ ମାନ ଓ ସଠିକ୍ ସମୟରେ ସମ୍ପୂର୍ଣ୍ଣ ସେବା ପ୍ରଦାନ ପ୍ରତିଶ୍ରୁତି ଉପରେ ଗଠନ କରାଯଇଥିବା ଜେଏସଡବ୍ଲୁ ୱାନ କଙ୍କ୍ରିଟ ବିଲଡର ଓ ଠିକାଦାରମାନେ ନିଜ ମାନକ ସହ ସାଲିସ ନ କରି ସଠିକ ସମୟରେ ପ୍ରକଳ୍ପ ପୂରଣ କରିବାରେ ସାହାଯ୍ୟ କରିବାକୁ ସୁନିଶ୍ଚିତ କରୁଛି। ସିମେଂଟ, ଜିଜିବିଏକ୍ସ ଓ କେମିକାଲ ଆଡିମିକ୍ସଚର ସହ ଜେଏସଡବ୍ଲୁ ଗ୍ରୁପର ନିଜସ୍ୱ ଦକ୍ଷତାକୁ ନେଇ କମ୍ପାନି ଭରସାଯୋଗ୍ୟତା ଓ ସ୍ଥିରତା ସୁନିଶ୍ଚିତ କରୁଥିବା ବେଳେ ଶିଳ୍ପକୁ ପ୍ରଭାବିତ କରୁଥିବା ବିଶ୍ୱାସ ସମସ୍ୟାର ମଧ୍ୟ ମୁକାବିଲା କରୁଛି।


Share It

Comments are closed.