ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚରର ଚତୁର୍ଥ ତ୍ରୈମାସିକରେ ନିଟ ଲାଭ ୫୭% ବୃଦ୍ଧି

Share It

ଭୁବନେଶ୍ୱର: ଜେଏସଡବ୍ଲୁ ଗ୍ରୁପର ଅଂଶ ତଥା ଦେଶର ଦ୍ୱିତୀୟ ସର୍ବବୃହତ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ନିଟ ଲାଭ ୫୭ ପ୍ରତିଶତ ବୃଦ୍ଧି ପାଇ ୫୧୬ କୋଟି ଟଙ୍କା ହୋଇଛି। ୨୦୨୪-୨୫ ଅର୍ôଥକ ବର୍ଷ ସାରାରେ ଟିକସ ପରବର୍ତୀ ଲାଭ ୩୧ ପ୍ରତିଶତ ବୃଦ୍ଧି ପାଇ ୧୫୨୧ କୋଟି ଟଙ୍କା ହୋଇଛି।
ଚତୁର୍ଥ ତ୍ରୈମାସିକରେ ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡର ପଣ୍ୟ ପରିବହନ ପରିମାଣ ୫୭ ପ୍ରତିଶତ ବୃଦ୍ଧି ପାଇ ୩୧.୨ ନିୟୁତ ଟନ ହୋଇଛି। ମୋଟ ରାଜସ୍ୱ ଏହି ସମୟରେ ୧୪ ପ୍ରତିଶତ ବୃଦ୍ଧି ସହ ୧୩୭୨ କୋଟି ଟଙ୍କା ହୋଇଛି। ଇବିଆଇଟିଡିଏ ୭ ପ୍ରତିଶତ ବୃଦ୍ଧି ପାଇ ୭୩୦ କୋଟି ଟଙ୍କା ହୋଇଛି।
୨୦୨୪-୨୫ ଆର୍ôଥକ ବର୍ଷ ସାରାରେ କମ୍ପାନିର ପଣ୍ୟ ପରିବହନ ପରିମାଣ ୯ ପ୍ରତିଶତ ବୃଦ୍ଧି ପାଇ ୧୧୭ ନିୟୁତ ଟନ ହୋଇଛି। ତୃତୀୟ ପକ୍ଷ ଭାଗ ୪୯ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତବର୍ଷ ୪୦ ପ୍ରତିଶତ ଥିଲା। ଏହି ବର୍ଷ କମ୍ପାନିର ମୋଟ ରାଜସ୍ୱ ୨୦ ପ୍ରତିଶତ ବୃଦ୍ଧି ସହ ୪୮୨୯ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ପରିମାଣ ୧୭ ପ୍ରତିଶତ ବୃଦ୍ଧି ପାଇ ୨୬୧୫ କୋଟି ଟଙ୍କା ହୋଇଛି। ଟିକସ ପରବର୍ତୀ ଲାଭ ୩୧ ପ୍ରତିଶତ ବୃଦ୍ଧି ସହ ୧୫୨୧ କୋଟି ଟଙ୍କା ରହିଛି। ବୋର୍ଡ ପକ୍ଷରୁ ସେୟାର ପିଛା ୮୦ ପଇସା ଲାଭାଂଶ ଘୋଷଣା କରାଯାଇଛି।
ପୂର୍ବରୁ କମ୍ପାନି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ କମ୍ପାନି ଏହାର ପଣ୍ୟ ପରିବହନ କ୍ଷମତାକୁ ୨୦୩୦ ଆର୍ôଥକ ବର୍ଷ କିମ୍ବା ତା’ ପୂର୍ବରୁ ୪୦୦ ନିୟୁତ ଟନ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛି। ବର୍ତମାନ କମ୍ପାନିର କ୍ଷମତା ୧୭୭ ନିୟୁତ ଟନ ରହିଛି। ଏହି ଲକ୍ଷ୍ୟ ହାସଲ କରିବାକୁ କମ୍ପାନି ୩୦,୦୦୦ କୋଟି ଟଙ୍କାର ପୁଞ୍ଜିବ୍ୟୟ ଯୋଜନା ପ୍ରସ୍ତୁତ କରିଛି।
ଏହା ବ୍ୟତୀତ ନିଜର ଲଜିଷ୍ଟିକ୍ସ କ୍ଷେତ୍ରର ସମ୍ପ୍ରସାରଣ କରିବା ଲାଗି କମ୍ପାନି ୯୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛି। ନଭକର ଅଧିଗ୍ରହଣ ଅନୁସାରେ ଏକ ଦୃଢ଼ ସର୍ବଭାରତୀୟ ସ୍ତରର ଲଜିଷ୍ଟିକ୍ସ ନେଟୱର୍କ ବିକାଶ କରିବା ଲାଗି କମ୍ପାନି ଏହି ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନି ଏହାର ଲଜିଷ୍ଟିକ୍ସ ବ୍ୟବସାୟରୁ ୮୦୦୦ କୋଟି ଟଙ୍କା ଟପଲାଇନର ଲକ୍ଷ୍ୟ ରଖିଥିବା ବେଳେ ୨୫ ପ୍ରତିଶତ ଇବିଆଇଟିଡିଏ ହାସଲ କରିବାକୁ ଚାହୁଛି ଯାହା ଫଳରେ ଏହାର ରିଟର୍ଣ୍ଣ ଅନ କ୍ୟାପିଟାଲ (ଆରଓସିଇ) ଅଗ୍ରଣୀ ରହିବ। ଏକ ଦୃଢ଼ ବାଲାନ୍ସ ସିଟ ଜରିଆରେ ନିଜ ଲେଭରେଜ ରେସିଓ ସହ କୌଣସି ସାଲିସ ନ କରି କମ୍ପାନି ଉଭୟ ଅର୍ଗାନିକ ଓ ଇନଅର୍ଗାନିକ ଅଧିଗ୍ରହଣର ଅନୁସନ୍ଧାନ କରିବା ପାଇଁ ଭଲ ସ୍ଥିତିରେ ରହିଛି।


Share It

Comments are closed.