ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଟିକସ ପରବର୍ତୀ ଲାଭରେ ୩୨% ବୃଦ୍ଧି

Share It

ଭୁବନେଶ୍ୱର: ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକର୍ ଲିମିଟେଡ୍ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଶେଷ ତ୍ରୈମାସିକରେ ବାର୍ଷିକ ୩୨ ପ୍ରତିଶତ ବୃଦ୍ଧି ସହ ୩୩୬ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଛି । କମ୍ପାନିର ରାଜସ୍ୱ ପରିମାଣ ଏହି ସମୟରେ ୨୪ ପ୍ରତିଶତ ବୃଦ୍ଧି ପାଇ ୧୨୬୫ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୨୦ ପ୍ରତିଶତ ବୃଦ୍ଧି ପାଇ ୬୭୦ କୋଟି ଟଙ୍କା ହୋଇଛି ।
ଆଲୋଚ୍ୟ ତ୍ରୈମାସିକରେ କମ୍ପାନି ୨୯.୪ ନିୟୁତ ଟନର ପଣ୍ୟ ପରିଚାଳନା କରିଛି ଯାହା ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ । ପାରାଦୀପ କୋଇଲା ଟର୍ମିନାଲ କ୍ଷମତା ଉପଯୋଗ, ପିଏନବି ବନ୍ଦରର ଅବଦାନ ଓ ୟୁଏଇର ଲିକ୍ୱିଡ୍ ଷ୍ଟୋରେଜ ଟର୍ମିନାଲ୍ର ଅବଦାନ ପାଇଁ ଏହି ସଫଳତା ମିଳିଛି । ନିକଟରେ କମ୍ପାନି ଅଧିଗ୍ରହଣ କରିଥିବା ନଭକାର କର୍ପୋରେସନର ମୋଟ ରାଜସ୍ୱ ୨୪ ପ୍ରତିଶତ ବୃଦ୍ଧି ପାଇ ୧୨୬୫ କୋଟି ଟଙ୍କା ହୋଇଛି । କମ୍ପାନିର ଇବିଆଇଟିଡିଏ ୨୦ ପ୍ରତିଶତ ବୃଦ୍ଧି ପାଇ ୬୭୦ କୋଟି ଟଙ୍କା ହୋଇଛି । ଟିକସ ପରବର୍ତୀ ଲାଭ ୩୨ ପ୍ରତିଶତ ବୃଦ୍ଧି ପାଇ ୩୩୬ କୋଟି ଟଙ୍କା ହୋଇଛି ।
କମ୍ପାନିର ମୋଟ କ୍ଷମତା ୧୭୪ ଏମଟିପିଏକୁ ବୃଦ୍ଧି ପାଇଛି । ମାଙ୍ଗାଲୋର କୋଲ ଟର୍ମିନାଲରେ ପଣ୍ୟ ପରିଚାଳନା କ୍ଷମତା ୮.୧ ଏମଟିପିଏକୁ ବୃଦ୍ଧି ପାଇଥିବା ବେଳେ ପିଏନପି ବନ୍ଦରରେ ୮ ଏମଟିପିଏକୁ, ଜେଏନପିରେ ୯୦ ହଜାର ଟନକୁ ବୃଦ୍ଧି ପାଇଛି ।
୨୦୩୦ ସୁଦ୍ଧା ପଣ୍ୟ ପରିଚାଳନା କ୍ଷମତାକୁ ବାର୍ଷିକ ୪୦୦ ନିୟୁତ ଟନକୁ ବୃଦ୍ଧି କରିବାକୁ କମ୍ପାନି ଯୋଜନା ରଖିଛି ଯାହା ବର୍ତମାନ ୧୭୪ ଏମଟିପିଏ ରହିଛି । ତାହାକୁ ହାସଲ କରିବା ଲାଗି କମ୍ପାନି ୩୦ ହଜାର କୋଟି ଟଙ୍କାର ବ୍ୟାପକ ପୁଞ୍ଜି ବ୍ୟୟ ଯୋଜନା ପ୍ରସ୍ତୁତ କରିଛି । କମ୍ପାନି ଏହାର ମୋଟ ପୁଞ୍ଜି ବ୍ୟୟ ଆକଳନକୁ ୩୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛି । ଲଜିଷ୍ଟିକ୍ସ କ୍ଷେତ୍ର ଲାଗି ଅତିରିକ୍ତ ୯୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ନଭକାରକୁ ଆଧାର କରି କମ୍ପାନି ଦୂରଦୂରାନ୍ତ ପର୍ଯ୍ୟନ୍ତ ଦେଶବ୍ୟାପୀ ଲଜିଷ୍ଟିକ୍ସ ନେଟୱର୍କ ସ୍ଥାପନ କରିବାକୁ ଯୋଜନା ରଖିଛି । ଲଜିଷ୍ଟିକ୍ସ କ୍ଷେତ୍ରରେ ୨୫ ପ୍ରତିଶତ ଇବିଆଇଟିଡିଏ ମାର୍ଜିନ୍ ସହିତ କମ୍ପାନି ୮୦୦୦ କୋଟି ଟଙ୍କାର ଟପଲାଇନ ନିର୍ଧାରଣ କରିଛି ।


Share It

Comments are closed.