ଜେଏସଡବ୍ଲ୍ୟୁୁ ସିମେଣ୍ଟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା


ଯାଜପୁର ଜିଲ୍ଲାର ୧୧ଟି ଗ୍ରାମରେ ପାଇପ୍ ଏବଂ ସୌର ଭିତ୍ତିକ ଜଳ ଯୋଗାଣ ନିମନ୍ତେ ଜେଏସଡ଼ବ୍ଲ୍ୟୁ ଗ୍ରୁପର ଏକ ଅଂଶ ଜେଏସଡ଼ବ୍ଲ୍ୟୁ ସିମେଣ୍ଟ ପକ୍ଷରୁ ଓଡ଼ିଶା ସରକାରଙ୍କ ଗ୍ରାମିଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସଆଣ୍ଡଏସ)ସହିତ ସହଭାଗିତା କରାଯାଇଛି । ଏହି ୧୧ଟି ଗ୍ରାମ କମ୍ପାନୀର ଯାଜପୁର ଜିଲ୍ଲାରେ ଆଗକୁ ହେବାକୁଥିବା ସିମେଣ୍ଟ ଗ୍ରିଡ଼ିଙ୍ଗ ପ୍ଲାଣ୍ଟର ନିକଟରେ ଅବସ୍ଥିତ । ଉକ୍ତ ପଦକ୍ଷେପ ହେଉଛି ଜେଏସଡ଼ବ୍ଲ୍ୟୁ ସିମେଣ୍ଟର ଏଣ୍ଟରପ୍ରାଇଜ ଏବଂ ସାମାଜିକ ପ୍ରତିଶ୍ରୁତି କାର୍ଯ୍ୟକ୍ରମର ଏକ ଅଂଶ ।
ଏହି କାର୍ଯ୍ୟକ୍ରମ ଦ୍ୱାରା ବଲିପାଲ, ସାଗଡାଗୁଲା, କମଳାବାହାଲି ଏବଂ ମାଲିକାନି ଇତ୍ୟାଦି ଗ୍ରାମକୁ ପାଇପ ଜଳ ଯୋଗାଣ ସହିତ ବେଲଣ୍ଡା, ଉଲିବେଡା, ବନ୍ଧା ସାହି, ଶାହୁପୁର, ଦହି ସାହି, ମହନ୍ତ ସାହି ଏବଂ ପାତ୍ର ସାହିକୁ ପାଖାପାଖି ୭,୫୦୦ ମିଟର ପାଇପ୍ଲାଇନ ମାଧ୍ୟମରେ ସୌର ଭିତ୍ତିକ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯିବ । ଏହି ପ୍ରକଳ୍ପ ବର୍ତ୍ତମାନ ଯାଜପୁରର ଆରଡବ୍ଲୁଏସଆଣ୍ଡଏସ ଅଧିନରେ କାର୍ଯ୍ୟ କରାଯାଉଛି ଯାହାକି ୨୦୧୯ ସୁଦ୍ଧା ଶେଷ ହେବ । ଏହି ସୁବିଧା ସହିତ ଜେଏସଡବ୍ଲ୍ୟୁ ବର୍ତ୍ତମାନ ଯାଖାପୁର ଗ୍ରାମରେ ପାଖାପାଖି ୧୬୦୦ମିଟର ପାଇପଲାଇନ ସୁବିଧା ଏବଂ ୬୫ ଆଉଟଲେଟ ସହିତ କାର୍ଯ୍ୟ ଶେଷ କରିଛି । ଏହି କାର୍ଯ୍ୟ ବର୍ତ୍ତମାନ ଗ୍ରାମର ସାମୂହିକ ପୋଖରୀକୁ ପୁନଃରୁଦ୍ଧାର କରିବା ପାଇଁ ପ୍ରାରମ୍ଭ କରାଯାଉଛି ।
ଉକ୍ତ ପଦକ୍ଷେପ ସମ୍ପର୍କରେ ଜଣେ କମ୍ପାନୀ ଅଧିକାରୀ କହିଛନ୍ତି ଯେ, “ଅନେକ ଭାରତୀୟ ଗ୍ରାମରେ ଜଳର ଉପଲବ୍ଧତା ଏବଂ ଗୁଣବତ୍ତାରେ ଅସୁବିଧା ପରିଲକ୍ଷିତ ହୋଇଥାଏ ଏବଂ ନିତି ଆୟୋଗର ରିପୋର୍ଟ ଅନୁଯାୟୀ ୨୦୩୦ ବେଳକୁ ପରିସ୍ଥିତି ଖୁବ ଶୋଚନୀୟ ହୋଇଯିବ । ସାମାଜିକ ଦାୟିତ୍ୱସମ୍ପନ୍ନ କମ୍ପାନୀ ଭାବେ ଆମ୍ଭେମାନେ ଆମ୍ଭମାନଙ୍କର ବର୍ତ୍ତମାନ ସ୍ଥିତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟରତ । ଆମ୍ଭମାନଙ୍କର ବିଶ୍ୱାସ କି କୌଣସି କ୍ଷେତ୍ରର ଆର୍ଥିକ ବିକାଶ ପାଇଁ ସାମାଜିକ କଲ୍ୟାଣ ଏବଂ ଜୀବନଯାପନ ପାଇଁ ଆବଶ୍ୟକୀୟ ସୁବିଧା ପୂରଣ କରିବା ନିତ୍ୟାନ୍ତ ଆବଶ୍ୟକ । ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଥିବାରୁ ଆମ୍ଭେମାନେ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ଗ୍ରାମବାସୀଙ୍କ ପାଇଁ ସକରାତ୍ମକ ଜୀବନଶୈଳୀ ପ୍ରଦାନ କରିପାରିବୁ ବୋଲି ଆଶା କରୁଛୁ ।”


Share It

Comments are closed.