୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ ଜୋ ବାଇଡେନ, ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ ୧୪୦୦ ଡଲାର


ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆସନ୍ତା ଜାନୁଆରୀ ୨୦ ରେ ଶପଥ ଗ୍ରହଣ କରିବେ । କିନ୍ତୁ ଏହା ପୂର୍ବରୁ ସେ ନିର୍ବାଚନ ସମୟରେ ଦେଇଥିବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ପୁରଣ କରିବାର ଘୋଷଣା କରିଛନ୍ତି। କରୋନା କାରଣରୁ ଆମେରିକାର ଅର୍ଥନୀତିକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ସେ ୧.୯ ଟ୍ରିଲିୟନ ଡଲାର (୧୩୮ ଲକ୍ଷ କୋଟି ଟଙ୍କା) ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ପ୍ୟାକେଜ୍ ଆମେରିକାର ଦୁଇ ସଂସଦରେ ପାସ୍ ହେବା ପରେ ଲାଗୁ କରାଯିବ। ଯଦି ଏହି ପ୍ୟାକେଜ୍ ପାରିତ ହୋଇଯାଏ ତେବେ ପ୍ରତ୍ୟେକ ଆମେରିକୀୟଙ୍କୁ ୧୪୦୦ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ । ଏହା ଛଡ଼ା ବାଇଡେନ୍ ଙ୍କ ପ୍ୟାକେଜରେ ଛୋଟ ବ୍ୟବସାୟୀଙ୍କୁ ରିହାତି ପ୍ରଦାନ କରାଯିବ । ଏହି ପ୍ଲାନ୍ କୁ ଆମେରିକା ରେସ୍କ୍ୟୁ ପ୍ଲାନ୍ ବୋଲି କୁହାଯାଉଛି ।

ପ୍ଲାନ୍ ଅନୁସାରେ ପ୍ୟାକେଜର ଅର୍ଥକୁ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ବଣ୍ଟା ଯାଇଛି । ଏଥିରେ ୪୧୫ ବିଲିୟନ୍ ଡଲାର କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ୧୪୦୦ ଡଲାର ପ୍ରତ୍ୟେକ ଆମେରିକା ବାସୀଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ ୪୪୦ ଡଲାର କ୍ଷୁଦ୍ର ବ୍ୟବସାୟରେ ସୁଧାର ଆଣିବା ପାଇଁ ଖର୍ଚ୍ଚ କରିଯିବ । ଏହାଛଡ଼ା ପ୍ରତି ଘଣ୍ଟା ହିସାବରେ କର୍ମଚାରୀଙ୍କୁ ନ୍ୟୁନତମ ୧୫ ଡଲାରର ଦରମା ଦିଆଯିବ ।

ତେବେ ଏହି ପ୍ୟାକେଜ୍ କୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ସିନେଟ୍ ରେ ସହଜରେ ପାରିତ ହେବାକୁ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। କାରଣ ଟ୍ରମ୍ପ ଯେତେବେଳେ ରିଲିଫ୍ ପ୍ୟାକେଜର ଘୋଷଣା କରିଥିଲେ ସେତେବେଳେ ଡେମୋକ୍ରାଟିକ୍ ପାର୍ଟି ବିଭିନ୍ନ ପ୍ରଶ୍ନ ଉଠାଇଥିଲା । ଏହାଛଡ଼ା ଏହି ପ୍ୟାକେଜ୍ ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କିଛି ବ୍ୟବସ୍ଥା ନଥିବାରୁ ବିଲ୍ ସହଜରେ ପାସ୍ ହେବ ନାହିଁ ବୋଲି ଜଣାପଡ଼ୁଛି ।


Share It

Comments are closed.