ଦିନେ ରାହୁଲଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଋପେ ଦେଖିବା ପାଇଁ ଚାହୁଁଥିଲେ ଦୀପିକା


ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକନ ମଙ୍ଗଳବାର ଦିନ ଜାବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ପହଞ୍ଚି ସେଠାରେ ହିଂସାରେ ଆହତ ହୋଇଥିବା ଛାତ୍ରଙ୍କ ସହ ସାକ୍ଷାତ କରିଥିଲେ । ଦୀପିକା, ଗୁରୁତର ଭାବେ ଆହତ ଥିବା ଛାତ୍ରଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କର ପ୍ରତିବାଦ ସଭାରେ ସାମିଲ ମଧ୍ୟ ହୋଇଥିଲେ । ଦୀପିକା ସେହି ପ୍ରତିବାଦ ସଭାରେ କୌଣସି ସ୍ୱର ଉଠାଇ ନଥିଲେ ମଧ୍ୟ ଏହି ହିଂସାକାଣ୍ଡକୁ ବିରୋଧ କରି ସେ ଛାତ୍ରସଂଘଙ୍କ ସପକ୍ଷରେ ୧୦ ମିନିଟ ପର୍ଯ୍ୟନ୍ତ ଠିଆ ହୋଇଥିଲେ । ଏହି ମଧ୍ୟରେ ଦାପିକା ବର୍ତ୍ତମାନର ପରିସ୍ଥିତିକୁ ଦେଖି ସାମ୍ବାଦିକ ମାନଙ୍କୁ ତାଙ୍କ ପ୍ରତିକ୍ରିୟାରେ କ’ଣ କହିଥିଲେ ଏବଂ ପୂର୍ବରୁ କ’ଣ କହିଥିଲେ ଆସନ୍ତୁ ଜାଣିବା ।


କେବଳ ଏତିକି ନୁହେଁ ପୂର୍ବରୁ ଦୀପିକା, ରାହୁଲଙ୍କୁ ନେଇ ମଧ୍ୟ ବଡ ବୟାନ ଦେଇଥିଲେ । ଯେତେବେଳେ ସାମ୍ବାଦିକଙ୍କ ଦ୍ୱାରା ଦୀପିକାଙ୍କୁ ସିଏଏ ଏବଂ ନଆରସିକୁ ନେଇ ତାଙ୍କର କ’ଣ ରହିଛି ପ୍ରତିକ୍ରିୟା ପ୍ରଶ୍ନ କରାଯାଇଥିଲା ସେତେବେଳେ ଦୀପିକା କହିଥିଲେ ଯେ, “ମୋତେ ପୂର୍ବରୁ ଯାହା ଅନୁଭବ ହୋଇଥିଲା, ତାହାକୁ ମୁଁ ଦୁଇ ବର୍ଷ ପୂର୍ବେ ପଦ୍ମାବତ ସମୟରେ କହିଥିଲି । ବର୍ତ୍ତମାନ ଯାହା ଘଟୁଛି ତାହାକୁ ଦେଖି କଷ୍ଟ ଏବଂ କଷ୍ଟ ଲାଗୁଛି, କାରଣ ଯାହା ହେଉଛି ତାହା ସାଧାରଣ ଜିନିଷ ନୁହେଁ । ମୋତେ କେହି କିଛି ବି କହିପାରନ୍ତି, ସେଥିପାଇଁ ଡର ମଧ୍ୟ ଲାଗୁଛି । ”
ପ୍ରକାଶ ଥାଉକି, ରାଜନୀତିରୁ ନିଜକୁ ସର୍ବଦା ଦୂରେଇ ରଖୁଥିବା ଦୀପିକା ୧୦ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂପର୍କରେ ଏକ ବଡ ବୟାନ ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ, ତାଙ୍କର ଇଚ୍ଛା ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଦେଖିବା ପାଇଁ । ଦୀପିକା ୧୦ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ ଯେ, “ମୁଁ ରାଜନୀତି ସଂପର୍କରେ ବେଶି କିଛି ଜାଣି ନାହିଁ ଏବଂ ଟିଭି ଅଳ୍ପ ବହୁତ ଦେଖେ । କିନ୍ତୁ ଯାହା ବି କିଛି ଦେଖିଛି ସେଥିରୁ ଜାଣିଛି ଯେ, ରାହୁଲ ଆମ ଦେଶ ପାଇଁ ଅନେକ କିଛି କରୁଛନ୍ତି ଏବଂ ସମସ୍ତଙ୍କ ଶ୍ରେଷ୍ଠ ଉଦାହରଣ ପାଲଟିଛନ୍ତି ।”
ସେ ଆହୁରୀ ମଧ୍ୟ କହିଥିଲେ ଯେ, ରାହୁଲ ଆମ ଦେଶ ପାଇଁ ଅନେକ କିଛି କରୁଛନ୍ତି ଏବଂ ତାଙ୍କର ବିଶ୍ୱାସ ଓ ବ୍ୟକ୍ତିଗତ ଇଚ୍ଛା ଯେ, ରାହୁଲ ଦିନେନା ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ । କାରଣ ରାହୁଲ ଜଣେ ପାରମ୍ପାରିକ ଏବଂ ଯୁବକମାନଙ୍କ ସହ ଉତ୍ତମ ଲୋକ ସଂପର୍କ ରଖୁଥିବା ବ୍ୟକ୍ତିତ୍ୱ ଅଟନ୍ତି ।


Share It

Comments are closed.