ଜେକେ ଟାୟାର ପକ୍ଷରୁ ଓଡ଼ିଶାରେ ଦୁଇ ନୂଆ ଟାୟାର ଉନ୍ମୋଚିତ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟାୟାର ନିର୍ମାତା ଜେକେ ଟାୟାର ପକ୍ଷରୁ ଦୁଇଟି ନୂଆ ଟାୟାର ଜେଇଟି ଷ୍ଟିଲ୍ ଜେଡ୍‌ଡିଏଚ୍ ଏକ୍ସଏମ୍ ଓ ଜେଇଟି ୱେ ଜେୟୁସିକୁ ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ନୂଆ ଉତ୍ପାଦକୁ କଟକର ପ୍ରମୋଦ ହୋଟେଲ୍‌ରେ ଆୟୋଜନ କରାଯାଇଥିବା ଏକ ଗ୍ରାହକ ଭାବବିନିମୟ କାର୍ଯ୍ୟକ୍ରମ ଅବସରରେ ଉନ୍ମୋଚନ କରାଯାଇଛି ।
କଂପାନିର ଆଂଚଳିକ ପ୍ରବନ୍ଧକ-ଓଡ଼ିଶା ଶ୍ରୀଯୁକ୍ତ ମୟଙ୍କ ପାଣ୍ଡେ ଏହି ନୂଆ ଟାୟାରକୁ ଆଂଚଳିକ ସର୍ଭିସ ପ୍ରବନ୍ଧକ (ଛତିଶଗଡ଼ ଓ ଓଡ଼ିଶା) ଓ ସ୍ଥାନୀୟ ଟିମ୍‌ର ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି ।
ଉତମ ମାଇଲେଜ୍ ଓ କମ୍ ପରିଚାଳନା ଖର୍ଚରେ ଟାୟାର ପରିବହନ ଗାଡ଼ି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କୋଭିଡ୍ ମହାମାରୀ ବ୍ୟାପିବା ପରେ ଓ ତେଲ ଦାମ୍ ବଢ଼ିବା ପରେ ନିଜର ବ୍ୟବସାୟ ମାର୍ଜିନକୁ ବଜାୟ ରଖିବା ପରିବହନକାରୀମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ଏହି ଦୁଇ ନୂଆ ଟାୟାର ଉତମ ମାଇଲେଜ୍ ଓ ପ୍ରଦର୍ଶନ ପ୍ରଦାନ କରି ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।
ସାଂପ୍ରତିକ ବଜାର ଦୃଶ୍ୟପଟ୍ଟ ଅନୁସାରେ ଜେକେ ଟାୟାର ଉନ୍ମୋଚନ କରିଥିବା ନୂଆ ଉତ୍ପାଦ ଅଧିକ ଟ୍ରେଡ୍ ସାନ୍ଧ୍ରତା ଓ ଉଚ୍ଚ ମାଇଲେଜ୍ ଟ୍ରେଡ୍ କମ୍ପାଉଣ୍ଡ୍ ପ୍ରଦାନ କରି ୨୦% ଅଧିକ ପ୍ରାରମ୍ଭିକ ଟାୟାର ଜୀବନର ଲାଭ ପ୍ରଦାନ କରିବ ।
ଏହି ଅବସରରେ ଜେକେ ଟାୟାରର ଆଂଚଳିକ ପ୍ରବନ୍ଧକ-ଓଡ଼ିଶା ଶ୍ରୀଯୁକ୍ତ ମୟଙ୍କ ପାଣ୍ଡେ କହିଛନ୍ତି ଯେ, “ଟ୍ରକ୍ ମାଲିକ ଓ ପରିବହନକାରୀମାନଙ୍କ ଲାଗି ନୂତନ ଉତ୍ପାଦକୁ ଉନ୍ମୋଚନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଜେକେ ଟାୟାରରେ ଆମେ ଗ୍ରାହକମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିପାରିବା ଭଳି ଉତ୍ପାଦ ପ୍ରଦାନ କରି ଉଲ୍ଲସିତ ଓ ମାନସିକ ଶାନ୍ତି ପ୍ରଦାନ କରିବାକୁ ଉଦ୍ୟମ ସର୍ବଦା ଉଦ୍ୟମ କରୁଛୁ । ଆମେ ଆଶା କରୁଛୁ ଯେ ଆମର ଏହି ଦୁଇ ନୂଆ ଉତ୍ପାଦ ଏହି ଆମର ଅନ୍ୟ ଉତ୍ପାଦଗୁଡ଼ିକ ଭଳି ଏହି ଅଂଚଳର ଗ୍ରାହକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ।’’


Share It

Comments are closed.